ETV Bharat / state

KBC ଜୁନିୟର ହଟସିଟରେ ଓଡ଼ିଆ ପୁଅ ଅତ୍ୟୁକ୍ତଙ୍କ କମାଲ, ଜିତିଲେ ୨୫ ଲକ୍ଷ

author img

By ETV Bharat Odisha Team

Published : Nov 26, 2023, 10:22 AM IST

odia boy Atyukt Behuray in kbc
kaun banega crorepati

ଲୋକପ୍ରିୟ ଟେଲିଭିଜନ ସୋ କୌନ ବନେଗା କରୋଡ଼ପତି(KBC) ହଟ୍‌ ସିଟରେ ଓଡ଼ିଆ ବାଳକ ଚମକିଛନ୍ତି । କେବିସି ଜୁନିୟର ହଟସିଟରେ ପୁଅ ଅତ୍ୟୁକ୍ତଙ୍କ 13ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ 25 ଲକ୍ଷ ଟଙ୍କା ଜିିତିଛନ୍ତି । ଅଧିକ ପଢ଼ନ୍ତୁ

କେବିସିରେ ଓଡ଼ିଆ ପୁଅ ଅତ୍ୟୁକ୍ତ

ଭୁବନେଶ୍ବର: କେବିସିରେ ଚମକିଲେ ଓଡିଆ ପୁଅ । ଲୋକପ୍ରିୟ ଟେଲିଭିଜନ ସୋ କୌନ ବନେଗା କରୋଡ଼ପତି ଜୁନିୟର ହଟ ସିଟରେ ଓଡ଼ିଆ ପୁଅ ଅତ୍ୟୁକ୍ତ 13 ପ୍ରଶ୍ନର ସଠିକ ଉତ୍ତର ଦେଇ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି । ଛୋଟ ସମୟରୁ ପ୍ରତିଯୋଗିତା କରିବା ଆଜି ତାଙ୍କୁ ଏହି ସଫଳତା ଆଣି ଦେଇଛି । ୧୬ଟି ପ୍ରଶ୍ନରୁ ୧୩ଟି ପ୍ରଶ୍ନର ଉତ୍ତର ଦେଇ ୨୫ ଲକ୍ଷ ଟଙ୍କା ଜିତିଛନ୍ତି ଅତ୍ୟୁକ୍ତ ବେହୁରିୟା । କେବିସି 15ତମ ସଂସ୍କରଣ ସୋରୁ ଫେରିବା ପରେ ଚାରିଆଡୁ ଅତ୍ୟୁକ୍ତଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଭାରତୀୟ ନୌସେନାରେ ସାମିଲ ହେବାକୁ ସ୍ବପ୍ନ ରଖିଛନ୍ତି ଅତ୍ୟୁକ୍ତ ।

କେବିସିରେ ଭାଗ ନେବା ସମସ୍ତଙ୍କ ପାଇଁ ସ୍ବପ୍ନ ଥାଏ । ମାତ୍ର 10 ବର୍ଷ ବୟସରେ କେବିସି ହଟ୍‌ ସିଟ୍‌ରେ କମାଲ କରିଛନ୍ତି ଅତ୍ୟୁକ୍ତ ବେହୁରାୟ । ପ୍ରଶ୍ନର ଉତ୍ତର ଦେଇ କେବଳ ଯେ ପୁରସ୍କାର ରାଶି ଜିତି ନାହାନ୍ତି ବିଗ୍ ବି'ଙ୍କୁ ଓଡ଼ିଆ ଭାଷା ଶିଖାଇଛନ୍ତି । ଏହା ସହିତ କୋରିଆନ ଭାଷାରେ ଆଙ୍କରିଂ କରିଛନ୍ତି । ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଓଡ଼ିଆ ଛାତ୍ର ଅତ୍ୟୁକ୍ତ ବେହୁରାୟଙ୍କ ଘର କଟକରେ । ସେ ବର୍ତ୍ତମାନ ଗୁଜୁରାଟରେ ରହି ପାଠ ପଢୁଛନ୍ତି । ଗତ 23 ତାରିଖ ଦିନ ଅତ୍ୟୁକ୍ତଙ୍କ ଏସିସୋଡ୍‌ ପ୍ରସାରିତ ହୋଇଥିଲା । ୧୩ ପ୍ରଶ୍ନର ଉତ୍ତର ଦେଇ ୨୫ ଲକ୍ଷ୍ୟ ଟଙ୍କା ହାସଲ କରିଥିଲେ । ସୁପର ସିନ୍ଧୁକ ରାଉଣ୍ଡରେ ୧୦ଟି ପ୍ରଶ୍ନରୁ ୮ଟି ପ୍ରଶ୍ନର ଉତ୍ତର ଦେଇଥିଲେ ଅତ୍ୟୁକ୍ତ । 14 ନମ୍ବର ପ୍ରଶ୍ନର ଉତ୍ତର ଜାଣିନଥିବା ବେଳେ ଶେଷରେ ସେ କୁଇଟ୍‌ କରିଥିଲେ ।

ଅତ୍ୟୁକ୍ତଙ୍କ ଡାକ ନାମ ଶୁଣି ଚମକି ପଡିଲେ ବିଗ୍ ବି: ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଝିରେ ବିଗ ବି ଅମିତାଭ ବଚ୍ଚନ । ଅତ୍ୟୁକ୍ତଙ୍କୁ ତାଙ୍କ ଡାକ ନାମ ପଚାରିଥିଲେ । ଅତ୍ୟୁକ୍ତ ତାଙ୍କ ନିକମେନ ଅଗି ବୋଲି କହିଥିଲେ । ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିଗ ବି । ଅତ୍ୟୁକ୍ତ ଜନ୍ମହେବା ପରେ ତାଙ୍କ ବଡ ଭଉଣୀ ଅଗି ଆଣ୍ଡ୍‌ ଦି କକ୍ରୋଜେସ୍‌ ନାମକ କାର୍ଟୁନ ଶୋ ଦେଖୁଥିଲେ । ସେହିଥିରୁ ସେ ଅତ୍ୟୁକ୍ତଙ୍କ ନାମ ହଗି ବୋଲି ରହିଥିଲେ ।

କେବିସିରେ ସଫଳତା ପରେ ଅତ୍ୟୁକ୍ତ କହିଛନ୍ତି, "ହଟ୍‌ ସିଟ୍‌ରେ ବସିବା ପାଇଁ ଏକ ସ୍ବପ୍ନ ଭଳି ଥିଲା । ପ୍ରଥମ ପ୍ରଶ୍ନର ଉତ୍ତର ସଠିକ ହେବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଅଡିଆନ୍ସମାନଙ୍କ କର ତାଳି ମୋତେ ଆଗକୁ ଯିବାକୁ ସାହସ ଦେଇଥିଲା । ୧୩ଟି ପ୍ରଶ୍ନର ଉତ୍ତର ଦେଇ ୨୫ ଲକ୍ଷ ଟଙ୍କା ଜିତିଛି । ବିଗ୍ ବିଙ୍କ ସହ ବସିବା କଥା ହେବା ଆଉ ଗେମ୍ ଖେଳିବା ଏକ ସ୍ବପ୍ନ ଭଳି ଲାଗୁଥିଲା । ଏହି ୨୫ ଲକ୍ଷ୍ୟ ଟଙ୍କାରେ ଟଙ୍କାରେ ଠାକୁର, ତାଙ୍କୁ ଭଲ ପାଉଥିବା ଲୋକଙ୍କୁ ଉପହାର ଦେବା ସହ ନିଜର ଭବିଷ୍ୟତ ପାଠ ପଢା ପାଇଁ ସାଇତି ରଖିବି ।"

ଅତ୍ୟୁକ୍ତଙ୍କ ବାପା କହିଛନ୍ତି ଯେ, "ଏହାକୁ ନେଇ ମୁଁ ବହୁତ୍ ଖୁସି । ହଟ୍‌ସିଟ୍‌ରେ ବସିବା ଏକ ବଡ଼ ଯାତ୍ରା ଥିଲା । ଅତ୍ୟୁକ୍ତର ସଫଳତା ନେଇ ପରିବାର ବର୍ଗ ଖୁସି ଅଛନ୍ତି । ଭାରତରୁ ଅନେକ ପିଲାମାନେ ଏହି ପ୍ରତିଯୋଗିତାରେ ଆସିବା ଏକ ସ୍ବପ୍ନ ଭଳି । ଭଗବାନଙ୍କ କୃପାରୁ ହଟସିଟରେ ବସିବାର ସ୍ବପ୍ନ ପୂରଣ ହେଲା । ସେ ବହୁତ ସ୍ମାର୍ଟଲି ଖେଳିଛି ।" ସେହିପରି ଅତ୍ୟୁକ୍ତଙ୍କ ବଡ଼ ଭଉଣୀ କହିଛନ୍ତି, "କେବିସି ଜୁନିୟର ପ୍ରତିଯୋଗିତାରେ ଅତ୍ୟୁକ୍ତ ଭାଗ ନେଇଥିବାରୁ ବହୁତ୍ ଖୁସି । ପ୍ରତିଯୋଗିତା ସମୟରେ ଟିକେ ଭୟ ରହିଥିଲା । ସେ ୧୩ ନମ୍ବର ପ୍ରଶ୍ନ ଜିତିବା ପରେ ୧୪ ନମ୍ବର ପ୍ରଶ୍ନର ଉତ୍ତରକୁ ଗେସ୍‌ ନକରି ଶେଷରେ କୁଇଟ୍ କରିଥିଲା । ଏଥିରେ ଆମେ ସମସ୍ତେ ଖୁସି ସେ ଆହୁରି ଆଗକୁ ଯାଉ ।"

ଏହା ବି ପଢନ୍ତୁ...କେବିସି ହଟ୍‌ ସିଟ୍‌ରେ ବାଲେଶ୍ବର ପୁଅ, ଜିତିଲେ 25 ଲକ୍ଷ

ଏହା ବି ପଢନ୍ତୁ...KBC ହଟ୍‌ ସିଟରେ ଭଦ୍ରକ ସହକାରୀ ଡାକ ଅଧୀକ୍ଷକ

ଜାତୀୟ ସ୍ତରର ରିୟାଲିଟ ସୋରେ ଓଡ଼ିଶାର ଅନେକ ଯୁବକ ଯୁବତୀମାନେ ଭାଗ ନେଇଛନ୍ତି । ଏହା ସହ ଓଡ଼ିଶାର ନାମକୁ ଉଚ୍ଚ କରିବା ସହ ଏହି ପ୍ରତିଯୋଗିତାରେ ବିଜେତା ମଧ୍ୟ ହୋଇଛନ୍ତି । ଏହି ସଂସ୍କରଣରେ ପୂର୍ବରୁ ବାଲେଶ୍ବରର ରାଇସୁଆଁ ପଞ୍ଚାୟତ ସିଙ୍ଗାରପୁର ଗ୍ରାମର ସେଖ ଅଜମତ ଅଂଶଗ୍ରହଣ କରି 25 ଲକ୍ଷ ଟଙ୍କା ଜିତିଥିଲେ । ଏହାସହିତ ଭଦ୍ରକର ସହକାରୀ ଡାକ ଅଧୀକ୍ଷକ ଜ୍ୟୋତିର୍ମୟୀ ମଲ୍ଲିକ 80 ହଜାର ଟଙ୍କା ଜିତିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.