KBC ହଟ୍‌ ସିଟରେ ଭଦ୍ରକ ସହକାରୀ ଡାକ ଅଧୀକ୍ଷକ

author img

By

Published : Sep 17, 2022, 10:59 AM IST

KBCରେ ଭଦ୍ରକ ସହକାରୀ ଡାକ ଅଧୀକ୍ଷକ, ପ୍ରଶ୍ନର ଉତ୍ତର ଦେଇ ଜିତିଲେ ୮୦ ହଜାର

ଲୋକପ୍ରିୟ ଟେଲିଭିଜନ ସୋ କୌନ ବନେଗା କରୋଡ଼ପତି(KBC) ହଟ ସିଟରେ ଓଡ଼ିଆ ମହିଳାଙ୍କ ଚମକ। ଭଦ୍ରକ ସହକାରୀ ଡାକ ଅଧିକ୍ଷକ ଜ୍ୟୋତିର୍ମୟୀ ମଲ୍ଲିକ ଏହି ଶୋ'ରେ ଅଂଶ ଗ୍ରହଣ କରି ଜିତିଲେ ୮୦ ହଜାର । ଅଧିକ ପଢନ୍ତୁ

ଭଦ୍ରକ: ଲୋକପ୍ରିୟ ଟେଲିଭିଜନ ‘କୌନ ବନେଗା କରୋଡ଼ପତି’ (KBC)କାର୍ଯ୍ୟକ୍ରମରେ ଭଦ୍ରକ ସହକାରୀ ଡାକ ଅଧିକ୍ଷକ। ଘରୋଇ ହିନ୍ଦି ଚ୍ୟାନେଲ ପସାରିତ ଏହି ଶୋରେ ଅଂଶ ଗ୍ରହଣ କରି ହଟସିଟରେ ବସି ପ୍ରଶ୍ନର ଉତ୍ତର ଦେଇ ପୁରସ୍କାର ଜିତିଛନ୍ତି ପୋଷ୍ଟାଲ ଡିଭିଜନର ସହ ପରିଚାଳକ ଜ୍ୟୋତିର୍ମୟୀ ମଲ୍ଲିକ । ଶୋ'ରୁ ସେ ୮୦ ହଜାର ଟଙ୍କାର ପୁରସ୍କାର ରାଶି ଜିତିଥିବା ଜଣାପଡ଼ିଛି ।

KBCରେ ଭଦ୍ରକ ସହକାରୀ ଡାକ ଅଧୀକ୍ଷକ, ପ୍ରଶ୍ନର ଉତ୍ତର ଦେଇ ଜିତିଲେ ୮୦ ହଜାର

ଜ୍ୟୋତିର୍ମୟୀ ମଲ୍ଲିକଙ୍କ ଘର କଟକ ବଡ଼ମ୍ବା ଅଞ୍ଚଳରେ । ତାଙ୍କ ସ୍ଵାମୀ ପରମାନନ୍ଦ କଣ୍ଠ ମଧ୍ୟ ଭଦ୍ରକ ପୋଷ୍ଟାଲ ଡିଭିଜନର ଆସିଷ୍ଟାଣ୍ଟ ସୁପରିଟେଣ୍ଡ ଭାବେ କାର୍ଯ୍ୟରତ । ସ୍ବାମୀଙ୍କ ଘର ବିହାର ଦରଭଙ୍ଗା ଜିଲ୍ଲାରେ । ଜ୍ୟୋତିର୍ମୟୀ ଏବେ ଭଦ୍ରକ ପୋଷ୍ଟାଲ ଡିଭିଜନରେ କାର୍ଯ୍ୟରତ ଥିବା ବେଳେ ଛାତ୍ରୀ ଜୀବନରୁ ମେଧାବୀ ଥିବାରୁ ବିଭିନ୍ନ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଦେଖିବା ତାଙ୍କର ହବି ଥିଲା । ଏହା ଛଡ଼ା ସାଧାରଣ ଜ୍ଞାନ ସମ୍ବଳିତ ପୁସ୍ତକ ପତ୍ର ପତ୍ରିକା ପଢିବାକୁ ସେ ଭଲ ପାଆନ୍ତି । ତେଣୁ ଚଳିତ ‘କୌନ ବନେଗା କରୋଡ଼ପତି’ ସିଜିନରେ ସେ ଅଂଶ ଗ୍ରହଣ କରିଥିଲେ । ଏଥି ପାଇଁ ତାଙ୍କୁ ବିଭିନ୍ନ ପର୍ଯ୍ୟାୟର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ଏହା ମଧ୍ୟ ପଢନ୍ତୁ-ଇଣ୍ଡିଆନ ଆଇଡଲରେ ନଜର ଆସିବେ ଓଡିଆ ପୁଅ ପ୍ରଭୁପଦ, ଦେଖନ୍ତୁ ସ୍ବତନ୍ତ୍ର ସାକ୍ଷାତକାର

ପ୍ରଥମେ କଲିକତାରେ ଅନୁଷ୍ଠିତ ଅଡିସନରେ ଅଂଶଗ୍ରହଣ କରିଥିଲେ ଜ୍ୟୋତିର୍ମୟୀ । ଏହି କାର୍ଯ୍ୟକ୍ରମରେ ତାଙ୍କର ବହୁ ପ୍ରତିଦ୍ଵନ୍ଦୀ ଥିଲେ । ପ୍ରଥମ ପର୍ଯ୍ୟାୟରେ ଲିଖିତ ପରୀକ୍ଷା, ଆତ୍ମ ସମୀକ୍ଷା କରାଯିବା ପରେ ଭିଡିଓ ରାଉଣ୍ଡ କରାଯାଇଥିଲା । ଶେଷ ପର୍ଯ୍ୟାୟରେ ପେନାଲ ରାଉଣ୍ଡ ହୋଇଥିଲା । ଏହା ଶେଷ ହେବା ପରେ ଜୁଲାଇ 18 ତାରିଖରେ ତାଙ୍କୁ ଫୋନ କଲ ଆସିଥିଲା। ଏହା ପରେ ସେପ୍ଟେମ୍ବର ଗତ 4 ଓ 7 ତାରିଖରେ ଯୋଗ ଦେବା ପାଇଁ କୁହାଯାଇଥିଲା । ଡାକରା ପାଇବା ପରେ ସେ ତାଙ୍କ ସ୍ବାମୀଙ୍କ ସହ ବମ୍ବେ ଯାଇ କେବିସିରେ ଅଂଶ ଗ୍ରହଣ କରିଥିଲେ।

''ବିନା ଆଶାରେ ସେ ଅଂଶଗ୍ରହଣ କରି ବିଗ ବି ଅମିତା ବଚ୍ଚନଙ୍କ ସହ ସାକ୍ଷାତ ହେବା ତାଙ୍କ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ବିଷୟ ବୋଲି ସେ ପ୍ରକାଶ କରିଛନ୍ତି । ତାଙ୍କର ଏହି ସଫଳତା ପଛରେ ସ୍ବାମୀ ଓ ପରିବାର ବର୍ଗଙ୍କ ସମର୍ଥନ ଓ ସହଯୋଗ ରହିଛି । ଏହି ସୁଯୋଗ ପାଇଥିବାରୁ ଭଦ୍ରକ ଡାକ ମଣ୍ଡଳ ସହ ଓଡିଶା ପୋଷ୍ଟାଲ ଡିଭିଜନର ସମସ୍ତ ସହକର୍ମୀଙ୍କୁ ସେ ଶ୍ରେୟ ଦେଇଛନ୍ତି । ପୁରସ୍କାର ଜିତିବା ଯେତେ ଖୁସି ଦେଇନାହିଁ, ମୁଖ୍ୟତଃ ଅମିତାଭ ବଚନଙ୍କ ସହ ହଟ ସିଟରେ ବସିଥିବାରୁ ବହୁ ଆନନ୍ଦିତ ଓ ଗର୍ବିତ ବୋଲି ଜ୍ୟୋତିର୍ମୟୀ ମଲ୍ଲିକ କହିଛନ୍ତି''।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.