ETV Bharat / state

କେବିସି ହଟ୍‌ ସିଟ୍‌ରେ ବାଲେଶ୍ବର ପୁଅ, ଜିତିଲେ 25 ଲକ୍ଷ

author img

By ETV Bharat Odisha Team

Published : Nov 16, 2023, 6:49 PM IST

କୌନ ବନେଗା କରୋଡପତି ୧୫: ଶୋ'ରୁ ୨୫ ଲକ୍ଷ ଜିତିଲେ ବାଲେଶ୍ବରର ଯୁବକ
କୌନ ବନେଗା କରୋଡପତି ୧୫: ଶୋ'ରୁ ୨୫ ଲକ୍ଷ ଜିତିଲେ ବାଲେଶ୍ବରର ଯୁବକ

Kaun Banega Crorepati 15: ଲୋକପ୍ରିୟ ଟେଲିଭିଜନ ଶୋ' କୌନ ବନେଗା କରୋଡ଼ପତି(KBC) ଶୋ' ଚମକିଲେ ଓଡ଼ିଆ ପୁଅ । ବାଲେଶ୍ବରର ଜଣେ ଯୁବକ ଶେଖ ଅଜମତ ଶୋ'ରେ ଅଂଶ ଗ୍ରହଣ କରି ଜିତିଲେ ୨୫ ଲକ୍ଷ । ଅଧିକ ପଢନ୍ତୁ

କୌନ ବନେଗା କରୋଡପତି ୧୫: ଶୋ'ରୁ ୨୫ ଲକ୍ଷ ଜିତିଲେ ବାଲେଶ୍ବରର ଯୁବକ

ବାଲେଶ୍ବର: ଲୋକପ୍ରିୟ ଶୋ' କୌନ ବନଗୋ କରୋଡପତି କାର୍ଯ୍ୟକ୍ରମରେ ବାଲେଶ୍ବରର ଶିକ୍ଷକ ଶେଖ ଅଜମତ । ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ଏହି ଶୋ'ରେ ଭାଗ ନେଇ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରାଇସୁଆଁ ପଞ୍ଚାୟତ ସିଙ୍ଗାରପୁର ଗ୍ରାମର ସେଖ ଅଜମତ । ଏନେଇ ପୁରା ଅଞ୍ଚଳବାସୀ ତାଙ୍କୁ ଶୁଭେଚ୍ଛା ଜଣେଇବା ସହ ସେ ମଧ୍ୟ ବେଶ ଖୁସିଥିବା ଜଣାପଡିଛି ।

ଗତ ସେପ୍ଟେମ୍ବର ମାସ ୨୯ ତାରିଖରେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ବିଗ ବି ଅମିତାଭ ବଚ୍ଚନଙ୍କ ୧୩ଟି ପ୍ରଶ୍ନର ସଠିକ ଉତ୍ତର ଦେଇଥିଲେ ଶେଖ ଅଜମତ । ଯାହାର ଫଳ ସ୍ୱରୁପ ସେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିପାରିଛନ୍ତି । ନଭେମ୍ବର ୧୩ ତାରିଖରେ ଏହା ପ୍ରସାରିତ ହେବା ପରେ ତାଙ୍କ ନିକଟକୁ ଛୁଟିଥିଲା ଶୁଭେଚ୍ଛାର ସୁଅ । କେକ କାଟି ଧୁମଧାମରେ ଅଞ୍ଚଳବାସୀ ତାଙ୍କ ସଫଳତାକୁ ସେଲିବ୍ରେଟ କରିଛନ୍ତି ।

ସୂଚନା ଅନୁସାରେ, ସେଖ ଅଜମତ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଦୀର୍ଘ ଦିନରୁ ପ୍ରୟାସ କରି ଆସୁଥିଲେ। ଗତ ସେପ୍ଟେମ୍ବର ମାସରେ ତାଙ୍କ ପାଖକୁ ଚ୍ୟାନେଲ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଫୋନ ଆସିଥିଲା । ବିଗ ବି ଅମିତାଭ ବଚ୍ଚନଙ୍କ ସମ୍ମୁଖରେ ହଟ୍‌ ସିଟ୍‌ରେ ବସିବା ପାଇଁ ସୌଭାଗ୍ୟ ଅର୍ଜନ କରିଥବାରୁ ତାଙ୍କର ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେବାପାଇଁ ଚେଷ୍ଟା ଜାରି ରଖିଥିଲେ । ତେବେ ସେ ମୋଟ ୧୬ ପ୍ରଶ୍ନରୁ ୧୩ଟି ପ୍ରଶ୍ନର ସଠିକ ଉତ୍ତର ଦେଇ ୧୪ ନଂ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରୁ ଓହରି ଯାଇଥିଲେ । ତାଙ୍କ ମନରେ ସନ୍ଦେହ ଥିଲା ଯଦି ୧୪ ନଂ ପ୍ରଶ୍ନର ଉର ଭୁଲ ହୁଏ ତାହାହେଲେ ସେ ଜିତିଥିବା ୨୫ ଲକ୍ଷ ଟଙ୍କାକୁ ହରାଇବାକୁ ପଡିବ । ଏଥିପାଇଁ ଅଜମତ ଏହି ଖେଳରୁ ଓହରି ୨୫ ଲକ୍ଷ ଟଙ୍କାରେ ଖୁସି ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: KBC ହଟ୍‌ ସିଟରେ ଭଦ୍ରକ ସହକାରୀ ଡାକ ଅଧୀକ୍ଷକ

ଶେଖ ଅଜମତଙ୍କ ବିଷୟରେ କହିବାକୁ ଗଲେ, ସେ ଜଣେ ଗରିବ ମଧ୍ୟବିତ୍ତ ପରିବାରର ଅଟନ୍ତି । ନିଶାରେ ଜଣେ ଶିକ୍ଷକ ଏବଂ ପେଷାରେ ଜଣେ ବ୍ୟବସାୟୀ । ଅଜମତ ଗାଁ ପିଲାମାନଙ୍କୁ ଟ୍ୟୁସନ କରି ପରିବାର ଚଳାଉଛନ୍ତି । ପରବର୍ତ୍ତୀ ସମୟରେ ଶେଖ ସାର ନାମରେ ଗୋଟିଏ ଟ୍ୟୁସନ ସେଣ୍ଟର କରି ଅଷ୍ଟମରୁ ଦଶମ ଶ୍ରେଣୀର ପିଲାଙ୍କୁ ଟ୍ୟୁସନ କରିବା ସହ ଅବସର ସମୟରେ ଗାଁ ଛକରେ ଏକ ଦୋକାନ କରି ପରିବାର ଚଳାଉଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.