ETV Bharat / state

Kalia scheme: ଆଜି ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା

author img

By

Published : Apr 1, 2023, 9:22 AM IST

ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା
ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା

ଆଜି ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ୫୩ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଏହି ଅର୍ଥରାଶି ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜି ଉତ୍କଳ ଦିବସ । ତେବେ ଆଜିର ଦିନରେ ଚାଷୀଙ୍କୁ ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଉତ୍କଳ ଦିବସ ଅବସରରେ ଆଜି ଚାଷୀମାନଙ୍କୁ ମିଳିବ କାଳିଆ ଟଙ୍କା । କାଳିଆ କିସ୍ତି ଅର୍ଥ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌‌ଫରେନ୍ସିଂ ଜରିଆରେ ରାଜ୍ୟର ୫୩ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଏହି ଅର୍ଥରାଶି ବଣ୍ଟନ କରାଯିବ ।

୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ପ୍ରଚଳନ କରିଥିଲେ । ଜୀବିକା ନିର୍ବାହ ଏବଂ ଆର୍ଥିକ ପ୍ରଗତି ନିମନ୍ତେ କାଳିଆ ଯୋଜନାରେ ଏହି ଅର୍ଥରାଶି ପ୍ରଦାନ କରାଯାଉଛି । ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

ରାଜ୍ୟ ବଜେଟରେ ଏଥିପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟୟ ବରାଦ କରାଯାଇଛି । ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି । ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଯାଉଛି ଟଙ୍କା । ସୂଚନାଅନୁସାରେ ରାଜ୍ୟର ୭୦ ପ୍ରତିଶତ କାଳିଆ ହିତାଧିକାରୀଙ୍କ ସମବାୟ ବ୍ୟାଙ୍କରେ ଖାତା ଖୋଲାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଆଳୁ ଖୋଳୁଖୋଳୁ ମହାଦେବ, ଗଞ୍ଜେଇ ଧରିବା ପାଇଁ ଚଢ଼ାଉ କରିବା ବେଳେ ଜବତ ହେଲା ବାଘ ଛାଲ
ଏହା ମଧ୍ୟ ପଢନ୍ତୁ: Utkal Divas ୨୦୨୩: ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ମୃତି ଆଜି ବି ଉଜ୍ଜୀବିତ


କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ଏସଆରସି ସତ୍ୟବ୍ରତ ସାହୁ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ, କୃଷି ଉତ୍ପାଦନ କମିଶନର, କୃଷି ନିର୍ଦ୍ଦେଶକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ ଟି ସଚିବ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିବେ ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ କିଛି ଚାଷୀଙ୍କ ସହିତ ଆଲୋଚନା କରିବେ । ତେବେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷିତ ହୋଇଥିବାରୁ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ତେଣୁ ସମ୍ପୃକ୍ତ ଜିଲ୍ଲାର ହିତାଧିକାରୀଙ୍କୁ ଏହି ରାଶି ଉପନିର୍ବାଚନ ପରେ ପ୍ରଦାନ କରାଯିବ । ଝାରସୁଗୁଡାକୁ ବାଦ ଦେଇ ବାକି ୨୯ଟି ଜିଲ୍ଲାରା କାଳିଆ ଅର୍ଥ ରାଶି ପ୍ରଦାନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.