ETV Bharat / state

ଚାର୍ଜସିଟରେ ବାକି ଅଛି ଆହୁରି ଫର୍ମାଲିଟି, ସବୁ ତଥ୍ୟ ସର୍ବସାଧାରଣ ହେବା କଥା ନୁହେଁ : ଗୃହ ରାଷ୍ଟ୍ରମନ୍ତ୍ରୀ

author img

By

Published : May 27, 2023, 5:49 PM IST

ଚାର୍ଜସିଟରେ ବାକି ଅଛି ଆହୁରି ଫର୍ମାଲିଟି, ସବୁ ତଥ୍ୟ ସର୍ବସାଧାରଣ ହେବା କଥା ନୁହେଁ : ଗୃହ ରାଷ୍ଟ୍ର ମନ୍ତ୍ରୀ
ଚାର୍ଜସିଟରେ ବାକି ଅଛି ଆହୁରି ଫର୍ମାଲିଟି, ସବୁ ତଥ୍ୟ ସର୍ବସାଧାରଣ ହେବା କଥା ନୁହେଁ : ଗୃହ ରାଷ୍ଟ୍ର ମନ୍ତ୍ରୀ

ନବ ଦାସ ହତ୍ୟା ଘଟଣାର 543 ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଗୋପାଳ ସୁସ୍ଥ ମସ୍ତିଷ୍କରେ ନବଙ୍କୁ ହତ୍ୟା କରିଛି ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି । ତେବେ ହତ୍ୟାର କାରଣକୁ ନେଇ ବିତର୍କ ଜାରି ରହିଛି । ଏନେଇ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଯେଉଁ ଚାର୍ଜସିଟ କରିଛି ସେଥିରେ ଆହୁରି ଫର୍ମାଲିଟି ବାକି ଅଛି । ଅଧିକ ପଢନ୍ତୁ

ଚାର୍ଜସିଟରେ ବାକି ଅଛି ଆହୁରି ଫର୍ମାଲିଟି, ସବୁ ତଥ୍ୟ ସର୍ବସାଧାରଣ ହେବା କଥା ନୁହେଁ : ଗୃହ ରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ବର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । କ୍ରାଇମବ୍ରାଞ୍ଚ ଏବେ ଯେଉଁ ଚାର୍ଜସିଟ ଦାଖଲ କରିଛି, ସେଥିରେ କିଛି ଫରମାଲିଟି ବାକି ଅଛି । ତେଣୁ ସବୁ ତଥ୍ୟ ସର୍ବସାଧାରଣ ହେବା କଥା ନୁହେଁ । ଜଣେ ଅବସରପ୍ରାପ୍ତ ଜଜଙ୍କ ତଦାରଖରେ ଏହାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ସବୁ ତଦନ୍ତ ସରିଲେ, ଜଣାଇବୁ ବୋଲି ସେ କହିଛନ୍ତି ।

ଏହାବି ପଢନ୍ତୁ- Naba Das Murder: 543 ପୃଷ୍ଠାର ଚାର୍ଜସିଟ ଦାଖଲ, ବ୍ୟକ୍ତିଗତ ଆକ୍ରୋଶରୁ ନବଙ୍କ ଜୀବନ ନେଲା ଗୋପାଳ

ନବ ଦାସ ହତ୍ୟା ଘଟଣାର 543 ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଗୋପାଳ ସୁସ୍ଥ ମସ୍ତିଷ୍କରେ ନବଙ୍କୁ ହତ୍ୟା କରିଛି ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି । ତେବେ ହତ୍ୟାର କାରଣକୁ ନେଇ ବିତର୍କ ଜାରି ରହିଛି । ଏନେଇ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଯେଉଁ ଚାର୍ଜସିଟ କରିଛି ସେଥିରେ ଆହୁରି ଫର୍ମାଲିଟି ବାକି ଅଛି । କମ୍ପ୍ଲିଟ ଡାଟା ସର୍ବସାଧାରଣରେ ଉପଲବ୍ଧ ହେବା କଥା ନୁହେଁ । ଜଣେ ରିଟାୟାର୍ଡ଼ ଜର୍ଜଙ୍କ ତତ୍ୱାବଧାନରେ ତଦନ୍ତ ହେଉଛି । ତାଙ୍କ ସୁପରଭିଜନରେ ଟିକିନିଖି ତଦନ୍ତ ହେଉଛି । ସମ୍ପୂର୍ଣ୍ଣ ତଥ୍ୟ ଆସିଲା ପରେ କହିବି । କିନ୍ତୁ FBI ତଦନ୍ତ ନେଇ କେନ୍ଦ୍ରକୁ ଚିଠି କରାଯାଇ ନଥିବା ପ୍ରସଙ୍ଗକୁ ମନ୍ତ୍ରୀ ଏଡାଇ ଯାଇଥିଲେ ।

ଝାରସୁଗୁଡାରେ ମନ୍ତ୍ରୀ ନବ ଦାସଙ୍କୁ ଜାନୁଆରି 29 ତାରିଖ ପୋଲିସ ଏଏସଆଇ ଗୋପାଳ ଦାସ ହତ୍ୟା କରିଥିଲେ । ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ 89 ଜଣଙ୍କୁ ପଚରାଉଚରା ହୋଇଛି । ନବଙ୍କୁ ଗୋପାଳ ହତ୍ୟା କରିଥିବା ବନ୍ଧୁକ ସମେତ ଜୀବନ୍ତ କାଟ୍ରିଜ, ଖାଲି କାଟ୍ରିଜ ଆଦି ଜବତ କରିଛି । ଗୋପାଳର ବୟାନର ସତ୍ୟାସତ୍ୟ ଜାଣିବା ପାଇଁ ଗୋପାଳର ଏଲଭିଏ ପରୀକ୍ଷା, ପଲିଗ୍ରାଫ, ନାର୍କୋ ପରୀକ୍ଷା କରାଯାଇଛି । କୋର୍ଟରେ ଅତରିକ୍ତ ଚାର୍ଜସିଟ ଦାଖଲ ସମୟରେ ଅଧିକ ତଥ୍ୟ ଦିଆଯିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ ଗତକାଲି ନବ ଦାସ ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚ 543 ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଏହାକୁ ନେଇ ବିରୋଧୀ ସରକାରଙ୍କ ବିରୋଧରେ ପୁଣି ଥରେ ଗର୍ଜନ ଆରମ୍ଭ କରିଛନ୍ତି । ଯାହାକୁ ନେଇ ଗୃହରାଷ୍ଟ୍ର ମନ୍ତ୍ରୀ ମୁହଁ ଖୋଲିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.