ETV Bharat / state

ଖୋର୍ଦ୍ଧାରେ ମାଇନିଂ ଅଫିସରଙ୍କୁ ଆକ୍ରମଣ, ଦୁଇ ଅଟକ

author img

By ETV Bharat Odisha Team

Published : Jan 17, 2024, 10:23 AM IST

Mining officer attacked by mafia
Mining officer attacked by mafia

Mining officer attacked by mafia:ବେଆଇନ ଖଣି ଖନନ ଉପରେ ଚଢାଉ ପାଇଁ ଯାଇଥିବା ବେଳେ ଖୋର୍ଦ୍ଧାର ମାଇନିଂ ଅଫିସଙ୍କୁ ସଂଘବଦ୍ଧ ଆକ୍ରମଣ । ଅଧିକ ପଢନ୍ତୁ

Mining officer attacked by mafia

ଖୋର୍ଦ୍ଧା: ଖୋର୍ଦ୍ଧାରେ ଖଣି ମାଫିଆଙ୍କ ଆତଙ୍କରାଜ । ମାଇନିଂ ଅଫିସରଙ୍କୁ ଆକ୍ରମଣ । ବେଆଇନ ଖଣି ଖନନ ଉପରେ ଚଢାଉ ପାଇଁ ଯାଇଥିବା ବେଳେ ଖୋର୍ଦ୍ଧାର ମାଇନିଂ ଅଫିସର ଜଗନ ବେହେରାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି । ତେବେ ଗତ 14 ତାରିଖରେ ଖୋର୍ଦ୍ଧା ଆଦର୍ଶ ଥାନା ଜକରା ଖଣି ନିକଟରେ ଏହି ଘଟଣା ଘଟିଛି । ମାଫିଆଙ୍କ ମାଡ଼ରେ ମାଇନିଂ ଅଫିସର ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ଗୁରୁତର ମାଇନିଂ ଅଫିସରଙ୍କ କହିବା ମୁତାବକ, 14 ତାରିଖ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ହଠାତ୍ ତାଙ୍କ ନିକଟକୁ ଏକ ଫୋନ୍ କଲ୍ ଆସିଥିଲା । ଆଦର୍ଶ ଥାନା ଜକରାରୁ ଗୁଡୁମ ଯିବା ରାସ୍ତାରେ ଦୁଇଟା ଜେସିବିରେ ବେଆଇନ ଭାବେ ଖଣି ଖନନ ଚାଲିଛି, ଚାରିଟା ହାଇୱା ଗାଡ଼ିରେ ଖଣିଜ ଦ୍ରବ୍ୟ ଚାଲାଣ ଚାଲିଛି ବୋଲି ଖବର ମିଳିଥିଲା । ରାତି ପ୍ରାୟ ସାଢ଼େ ୧୧ଟା ବେଳକୁ ଏନେଇ ମାଇନିଂ ଅଫିସର ଆଦର୍ଶ ଥାନାକୁ ଖବର ଦେବା ସହିତ ନିଜେ ଜଣେ ବ୍ୟକ୍ତିଙ୍କ ସହିତ କାରରେ ଖଣି ଇଲାକାକୁ ଯାଇଥିଲେ । ଘଟଣାସ୍ଥଳରେ କିନ୍ତୁ ପ୍ରାୟ ୩୦/୪୦ ଜଣ ଯୁବକ ତାଙ୍କୁ ଘେରି ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ- ଖଣି ମାଫିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ

ଏହା ମଧ୍ୟ ପଢନ୍ତୁ - ଖୋର୍ଦ୍ଧାରେ ସାବାଡ଼ ହେବେ ଖଣି ମାଫିଆ, ଗଠନ ହେଲା ସ୍ବତନ୍ତ୍ର ଟିମ୍‌

ସେ କିଛି କହିବା ପୂର୍ବରୁ ସଂଗଠିତ ହୋଇ ତାଙ୍କୁ ମାରପିଟ କରିଥିଲେ । କାର ସହିତ ମୋଟର ସାଇକଲ ବି ଭଙ୍ଗାରୁଜା କରିଥିଲେ । ଏନେଇ ଘଟଣାରେ ମାଇନିଂ ଅଫିସର ଆହତ ହୋଇଥିଲେ । କୌଶଳ କ୍ରମେ ସେ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ଆସିଥିଲେ । ତୁରନ୍ତ ପୋଲିସକୁ ଫୋନ୍‌ କରିଥିଲେ । ଆଦର୍ଶ ଥାନା ପୋଲିସ ମାଇନିଂ ଅଫିସରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ପରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଛି । ଏନେଇ ମାଇନିଂ ଅଫିସରଙ୍କ ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ ହେବା ସହିତ ଗତକାଲି ଦୁଇ ଜଣକୁ ପୋଲିସ ଅଟକ ରଖି ତଦନ୍ତ ଚଲାଇଥିବା ନେଇ ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.