ETV Bharat / state

ଖୋର୍ଦ୍ଧାରେ ସାବାଡ଼ ହେବେ ଖଣି ମାଫିଆ, ଗଠନ ହେଲା ସ୍ବତନ୍ତ୍ର ଟିମ୍‌

author img

By

Published : Jan 6, 2022, 10:54 PM IST

ଖୋର୍ଦ୍ଧାର କୌଣସି ସ୍ଥାନରେ ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏଥିପାଇଁ ଟାଙ୍ଗୀ ତହସିଲଦାର ଓ ଖୋର୍ଦ୍ଧା ତହସିଲଦାରଙ୍କ ନେତୃତ୍ବରେ ଦୁଇଟି ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧାରେ ସାବାଡ଼ ହେବେ ଖଣି ମାଫିଆ, ଗଠନ ହେଲା ସ୍ବତନ୍ତ୍ର ଟିମ୍‌
ଖୋର୍ଦ୍ଧାରେ ସାବାଡ଼ ହେବେ ଖଣି ମାଫିଆ, ଗଠନ ହେଲା ସ୍ବତନ୍ତ୍ର ଟିମ୍‌

ଖୋର୍ଦ୍ଧା: ଜିଲ୍ଲାର କୌଣସି ସ୍ଥାନରେ ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏଥିପାଇଁ ଟାଙ୍ଗୀ ତହସିଲଦାର ଓ ଖୋର୍ଦ୍ଧା ତହସିଲଦାରଙ୍କ ନେତୃତ୍ବରେ ଦୁଇଟି ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି । ଏହି ଟିମ୍‌ ଚୋରା ଖଣିଜ ଚାଲାଣ ଉପରେ ନଜର ରଖିବା ସହ ଚଢ଼ାଉ କରିବେ । ଏଭଳି କାର୍ଯ୍ୟରେ ଲିପ୍ତ ଥିବା ୫୦ ହଜାର ବଡ଼ ଟ୍ରକ ଉପରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନ ଲଗାଯିବ ।

ଧାରା ୫୧ ଅନୁଯାୟୀ ବେଆଇନ ଭାବେ ସରକାରୀ ଜମିରୁ ଉତ୍ତୋଳିତ ଲଘୁ ଖଣିଜର ପରିମାଣ ମୂଲ୍ୟ ବାବଦରେ ବେଆଇନ ଉତ୍ତୋଳନକାରୀଙ୍କଠାରୁ ଧାର୍ଯ୍ୟ ମୂଲ୍ୟ ଆଦାୟ କରାଯିବ । ତା ସହିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଦୁଇ ବର୍ଷ ଜେଲ ଦଣ୍ଡ ଓ ୫ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବ । ସେହିପରି କୃଷି କାର୍ଯ୍ୟରେ ବ୍ୟବହାର ପାଇଁ ସବ୍‌ସିଡି ଦରରେ ପାୱାରଟିଲର ଖଣିରେ ବ୍ୟବହାର କରୁଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନେତୃତ୍ୱରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଆଗାମୀ ଦିନରେ ଜିଲ୍ଲାରେ ରାଜସ୍ବ ବିଭାଗ, ପୋଲିସ, ଏବଂ ବନ ବିଭାଗ ଦ୍ବାରା ମିଳିତ ତଥା ସମ୍ମିଳିତ ଭାବରେ ଚଢାଉ କରାଯିବ । ବେଆଇନ ଲଘୁ ଖଣିଜ ଉତ୍ତୋଳନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.