ETV Bharat / state

ପାର୍ବଣର ଆଗମନରେ ଧବଳବର୍ଣ୍ଣା ଧରିତ୍ରୀ, ସମସ୍ତଙ୍କୁ ଆନମନା କରୁଛି କାଶତଣ୍ଡିର ସମ୍ଭାର

author img

By ETV Bharat Odisha Team

Published : Sep 16, 2023, 3:58 PM IST

beauty of kasatandi flowers
ବିଭିନ୍ନ ସ୍ଥାନରେ କାଶତଣ୍ଡିର ସମ୍ଭାର

ପାର୍ବଣର ଆଗମନରେ ଧବଳ ବର୍ଣ୍ଣ ଧାରଣ କରିଛି ଧରା । ଖୋର୍ଦ୍ଧା ଜିଲ୍ଲାର ରାସ୍ତା କଡ଼ ଏବଂ ନଦୀପଠାରେ ଦେଖିବାକୁ ମିଳୁଛି କାଶତଣ୍ଡିର ସମ୍ଭାର। ଅଧିକ ପଢନ୍ତୁ

ବିଭିନ୍ନ ସ୍ଥାନରେ କାଶତଣ୍ଡିର ସମ୍ଭାର


ଖୋର୍ଦ୍ଧା: ପାର୍ବଣ ଋତୁର ଆଗମନରେ ଚାରିଆଡ଼ କାଶତଣ୍ଡିର ସମ୍ଭାର । ଆଉ କିଛି ଦିନ ପରେ ଧରାବତରଣ କରିବେ ଜଗତଜନନୀ ମା' ଦୁର୍ଗା। ଆଉ ମା'ଙ୍କ ଆବାହନ ପୂର୍ବରୁ ଚାରଆଡ ଶୋଭା ମଣ୍ଡିତ କରିଥାଏ କାଶତଣ୍ଡି ଫୁଲ। ତେବେ ଖୋର୍ଦ୍ଧା ଜିଲ୍ଲାର ରାସ୍ତା କଡ଼ ଏବଂ ନଦୀପଠାରେ ଦେଖିବାକୁ ମିଳୁଛି କାଶତଣ୍ଡି। ଶରତ ମାସର କଅଁଳିଆ ବାଦଲର ହାଲକା ପବନ ମଧ୍ୟରେ ଧରଣୀ ବକ୍ଷରେ ଖେଳୁଛି କାଶତଣ୍ଡି । ଯାହାକୁ ଦେଖିବା ପରେ କବି ଲେଖନୀରୁ ଝରିପଡୁଛି କବିତା। ବାଟରେ ଯାଉଥିବା ପଥିକମାନଙ୍କୁ ମଧ୍ୟ କାଶତଣ୍ଡିର ଅପରୂପ ସୌନ୍ଦର୍ଯ୍ୟ ଆନମନା କରୁଛି।

ମା'ଙ୍କ ଆଗମନରେ ଧବଳବର୍ଣ୍ଣା ହୋଇଛି ଧରିତ୍ରୀ । ଶସ୍ୟ ଶ୍ୟାମଳା ଧରଣୀରେ ନିଜ ପତିଆରା ବିସ୍ତାର କରି ନୀଳ ଆକାଶ ତଳେ ସତେ ଯେମିତି ହସୁଛି କାଶତଣ୍ଡୀ ଫୁଲ। ନଦୀ ପଠାଠାରୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ ସବୁଠି କାଶତଣ୍ଡି ଫୁଲ ଫୁଟିଛି । ଶାରଦୀୟ ଋତୁର ଆଗମନରେ ମନମୋହୁଛି ଏହି କାଶତଣ୍ଡି ଫୁଲ । ସତେ ଯେମିତି କାଶତଣ୍ଡିର ଧଳା ଚାଦର ସ୍ପର୍ଶରେ ଧରାପୃଷ୍ଠକୁ ଜଗତ ଜନନୀ ମା’ ଦୁର୍ଗା ଓହ୍ଲାଇ ଆସିଥିବା ଭଳି ମନେ ହେଉଛି । ଏହି ମନଲୋଭା ସୌନ୍ଦର୍ଯ୍ୟକୁ ଦେଖିବା ପରେ କବିଙ୍କ ଲେଖନୀରୁ ଝରିପଡୁଛି କବିତା।

ଏହା ବି ପଢନ୍ତୁ...ପାର୍ବଣରେ କାଶତଣ୍ଡିର ସମ୍ଭାର, ଆନମନା କବି ଓ ଲେଖକ


ଏହା ବି ପଢନ୍ତୁ...ଧରାପୃଷ୍ଠରୁ ବିଦାୟ ନେଲେ ମା', ମଉଳି ଯାଇଛି କାଶତଣ୍ଡୀ

ଧୋବ ଫର ଫର ଏହି କାଶତଣ୍ଡି ଫୁଲ ଧରାପୃଷ୍ଠର ଶୋଭା ମଣ୍ଡନ କରୁଛି। ଚାନ୍ଦିପରି ଚିକ୍ ଚିକ୍ କରି ଝଟକୁଥିବା ଏହି କାଶତଣ୍ଡି ଫୁଲ ସମସ୍ତଙ୍କ ମନ ମୋହୁଛି। ‘କାଶତାଣ୍ଡି ଫୁଲେ ମହୀ ଦିଶଇ ଧବଳ, ସରୋବରେ ଫୁଟିଛି କୁମୁଦ କମଳ' ଶରତର ଆଗମନରେ ଏହି କବିତା ସମସ୍ତଙ୍କ ମନରେ ଗୁଞ୍ଜରିତ ହୋଇଥାଏ । ସ୍ବଳ୍ପ ସମୟ ପାଇଁ ହେଲେ ମଧ୍ୟ କାଶତଣ୍ଡିର ଏଭଳି ସୌନ୍ଦର୍ଯ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ।

ପବନରେ କାଶତଣ୍ଡିର ଦୋଳୀୟମାନ ଶୋଭାରାଜିକୁ ପାଖରୁ ଦେଖିଲେ ଯେ କେହିବି ଆନମନା ହୋଇଯିବ। ଆଉ ଦୂରରୁ ଦେଖିଲେ ଲାଗୁଛି ସତେ ଯେମିତି ଧରଣୀ ରାଣୀ ଉପରେ ଢାଙ୍କି ହୋଇପଡିଛି ଧଳା ଚାଦର। ବାସହୀନ କାଶତଣ୍ଡି ଦେବୀ ପୂଜାରେ ଲାଗେ ନାହିଁ ସତ, ହେଲେ ଶରତରେ ଧରା ପୃଷ୍ଠରେ ସୌନ୍ଦର୍ଯ୍ୟ ମଣ୍ଡନ କରେ। କାଶତଣ୍ଡି ଫୁଟିଲେ ସତେ ଯେମିତି ଧରଣୀ ରାଣୀ ଧଳା ଶାଢୀ ପିନ୍ଧି ମା' ଙ୍କୁ ସ୍ବାଗତ କରିବା ପାଇଁ ଚାହିଁ ରହିଥିବା ଭଳି ମନେ ହୁଏ।


ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.