ଧରାପୃଷ୍ଠରୁ ବିଦାୟ ନେଲେ ମା', ମଉଳି ଯାଇଛି କାଶତଣ୍ଡୀ

author img

By

Published : Oct 17, 2021, 4:13 PM IST

ଧରାପୃଷ୍ଠରୁ ବିଦାୟ ନେଲେ ମା ', ଦୁଃଖ ପ୍ରକାଶ କରୁଛି କାଶତଣ୍ଡୀ

ଶାନ୍ତିର ପ୍ରତୀକ ଧବଳ ବର୍ଣ୍ଣରେ ଶୋଭା ବର୍ଦ୍ଧନ କରୁଛି କାଶତଣ୍ଡୀ ଫୁଲ । ଶରତ ଋତୁରେ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି । ପବନରେ ଦୋଳୀୟମାନ ଏହି ସୁନ୍ଦର ଫୁଲକୁ ଦେଖି କବିପ୍ରାଣରେ ନୂଆ ରୋମାଞ୍ଚ ଭରିଯାଉଥିବାବେଳେ ପଥିକ କିଛି କ୍ଷଣ ପାଇଁ ଭୁଲି ଯାଉଛି ପାର୍ଥିବ ଯାତନା । ଅଧିକ ପଢନ୍ତୁ...

ନୟାଗଡ: ଶାରଦୀୟ ଦୁର୍ଗାପୂଜା ପରେ ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ମା' । ଆଉ ଏହି ସମୟରେ ନୟାଗଡ ଜିଲ୍ଲାର ବିଭିନ୍ନ ରାସ୍ତାର ଦୁଇ ପାର୍ଶ୍ବରେ ଏବଂ ନଦୀ ପଠା ଆଦି ସ୍ଥାନରେ ଭରିଯାଇଛି କାଶତଣ୍ଡୀ । କେବଳ ରାସ୍ତାକଡ କି ନଦୀ ପଠା ନୁହେଁ, ଦୂର ଦିଗବଳୟ ଯାଏଁ ଲମ୍ବିଛି କାଶତଣ୍ଡୀ ଫୁଲ । ଏହି ଫୁଲର ସୌନ୍ଦର୍ଯ୍ୟ କବିପ୍ରାଣରେ ଭରିଦେଉଛି ନୂଆ ରୋମାଞ୍ଚ । ତେବେ ମା'ଙ୍କ ମେଲାଣି ପରେ ସତେ ଯେମିତି ଦୁଃଖ ପ୍ରକାଶ କରୁଛି କାଶତଣ୍ଡୀ l ପବନରେ ଦୋଳୀୟମାନ ହେଉଥିବା କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇଉଠୁଛି ପଥିକ ।

ଧରାପୃଷ୍ଠରୁ ବିଦାୟ ନେଲେ ମା ', ଦୁଃଖ ପ୍ରକାଶ କରୁଛି କାଶତଣ୍ଡୀ

ଏହାର ନୈଶର୍ଗିକ ଆଭାରେ ମଣିଷ କ୍ଷଣିକ ପାଇଁ ଭୁଲିଯାଉଛି ପାର୍ଥିବ ଯାତନା । କବିପ୍ରାଣରେ ଭରିଛି ନୂଆ ରୋମାଞ୍ଚଶାନ୍ତିର ପ୍ରତୀକ ଧବଳ ବର୍ଣ୍ଣର କାଶତଣ୍ଡୀ ଫୁଲ । ଶରତ ଋତୁରେ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସେପଟେ ରାସ୍ତାକଡ ହେଉ ଅବା ନଦୀପଠା, ସବୁଠି ଏବେ କାଶତଣ୍ଡୀ ଫୁଲର ଭଣ୍ଡାର । କାଶତଣ୍ଡୀ ଫୁଲର ଚାମର ସ୍ପର୍ଶରେ ଧରାବତରଣ କରନ୍ତି ମା' ଦୁର୍ଗା । ଶରୀର ଓ ମନକୁ ଉତଫୁଲ୍ଲିତ କରି ଗଢି ତୋଳେ କାଶତଣ୍ଡୀ । ଶୀତଋତୁ ଆଗମନର ବାର୍ତ୍ତା ବହନ କରିଥାଏ ଏହି କାଶତଣ୍ଡୀ ଫୁଲ । ଏଥିରେ ନୟାଗଡ ଜିଲ୍ଲାର ରାସ୍ତାକଡ ସହିତ ନଦୀପଠାରେ କାଶତଣ୍ଡୀ ଫୁଲର ଅପରୂପ ସୌନ୍ଦର୍ଯ୍ୟ ଭରିଯାଇଛି ।

ସତେ ଯେମିତି ସୌନ୍ଦର୍ଯ୍ୟର ପ୍ରତୀକ କାଶତଣ୍ଡୀ ଓଡି଼ଆ ସଂସ୍କୃତିରେ ସେତିକି ଅଙ୍ଗାଙ୍ଗୀ ଭାବେ ଜଡି଼ତ । ଫୁଲର ଦୋଳାୟିତ ଚାମରରେ ଧରାବତରଣ କରନ୍ତି ଦୁର୍ଗତି ନାଶିନୀ ମା' ଦୁର୍ଗା । ଶରତ ଋତୁରେ ଆବିର୍ଭାବ ଠାରୁ ଆରମ୍ଭ କରି ଶାରଦୀୟ ଦୁର୍ଗାପୂଜାର ପ୍ରତୀକ, କାଶତଣ୍ଡୀ ଫୁଲ ଧରାପୃଷ୍ଠରେ ନିଜ ସୌନ୍ଦର୍ଯ୍ୟର ସୁଧା ବିକିରଣ କରିଥାଏ । ଆଉ ଏହି ଫୁଲର ଆଗମନରେ ମଧ୍ୟ ଶାରଦୀୟ ଦୁର୍ଗାପୂଜା ସତେ ଯେମିତି ଉତ୍ସବମୁଖର ହୋଇଥିଲା । ତେବେ ପ୍ରକୃତିର ଏହି ଫୁଲ ପରିବେଶରେ ଶାନ୍ତି ଆଣିଥାଏ ବୋଲି କୁହନ୍ତି କବି । ଆଉ ଏହି କାଶତଣ୍ଡୀ ଫୁଲକୁ ରେଖା ପଞ୍ଚମୀରେ ବେଣୀ କରି ଘରେ ଘରେ କବାଟରେ ବାନ୍ଧି ପୂଜା କରିଥାନ୍ତି ଲୋକେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.