ETV Bharat / state

Odisha Assembly: ଜାଲ ସାର୍ଟିଫିକେଟ ଓ କୋଟିଆ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ

author img

By

Published : Mar 31, 2023, 6:28 PM IST

Etv Bharat
Etv Bharat

ଶୂନ୍ୟକାଳରେ ପ୍ରଥମେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କୋଟିଆ ପ୍ରସଙ୍ଗ ଉଠାଇ କହିଥିଲେ ଆନ୍ଧ୍ର ସରକାରଙ୍କ ମନ୍ତ୍ରୀମାନେ କୋଟିଆ ଆସି ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରୁଛନ୍ତି। ସରକାରୀ ଯୋଜନାରେ ଲୋକଙ୍କୁ ସାମିଲ କରୁଛନ୍ତି । କୋଟିଆ ଗ୍ରାମପୁଞ୍ଜ ଓ ଏହାର ୨୧ ଗାଁରେ ଆନ୍ଧ୍ର ସରକାର ହସ୍ତକ୍ଷେପ କରୁଛି। ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ସେହି ଅଞ୍ଚଳକୁ ବାରମ୍ବାର ଗସ୍ତର କରି ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି। ଆନ୍ଧ୍ର ପକ୍ଷରୁ ବିଭିନ୍ନ ସହାୟତା ଦିଆଯାଉଛି। ଅଧିକ ପଢନ୍ତୁ

ଜାଲ ସାର୍ଟିଫିକେଟ ଓ କୋଟିଆ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ

ଭୁବନେଶ୍ବର: ଜାଲ ସାର୍ଟିଫିକେଟ ଓ କୋଟିଆ ପ୍ରସଙ୍ଗକୁ ନେଇ ବିଧାନସଭା ସରଗରମ । ଶୂନ୍ୟକାଳରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ପ୍ରବଳ ହଟ୍ଟଗୋଳ, ଆରୋପ ପ୍ରତ୍ୟାରୋପ ମଧ୍ୟରେ ଶୁନ୍ୟକାଳ ସରଗରମ ହୋଇଥିଲା ।

ଆଜି ବିଧାନସଭା ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କୋଟିଆ ଓ 5ଟି ସ୍କୁଲ ଗୁଡିକୁ ଯୋଗାଇ ଦିଆଯାଉଥିବା କମ୍ପ୍ୟୁଟର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଜବାବ ମାଗିଥିଲେ । କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ମଧ୍ୟ ବଲାଙ୍ଗୀର ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇ ସରକାରଙ୍କୁ ନିଶାନା କରିଥିଲେ ।

ଏହାବି ପଢନ୍ତୁ- Jharsuguda By Poll: ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ

ଶୂନ୍ୟକାଳରେ ପ୍ରଥମେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କୋଟିଆ ପ୍ରସଙ୍ଗ ଉଠାଇ କହିଥିଲେ ଆନ୍ଧ୍ର ସରକାରଙ୍କ ମନ୍ତ୍ରୀମାନେ କୋଟିଆ ଆସି ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରୁଛନ୍ତି। ସରକାରୀ ଯୋଜନାରେ ଲୋକଙ୍କୁ ସାମିଲ କରୁଛନ୍ତି । କୋଟିଆ ଗ୍ରାମପୁଞ୍ଜ ଓ ଏହାର ୨୧ ଗାଁରେ ଆନ୍ଧ୍ର ସରକାର ହସ୍ତକ୍ଷେପ କରୁଛି। ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ସେହି ଅଞ୍ଚଳକୁ ବାରମ୍ବାର ଗସ୍ତର କରି ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି। ଆନ୍ଧ୍ର ପକ୍ଷରୁ ବିଭିନ୍ନ ସହାୟତା ଦିଆଯାଉଛି। ଦୁର୍ଭାଗ୍ୟ ଆମ ମୁଖ୍ୟମନ୍ତ୍ରୀ କୋଟିଆ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ। ତାହା କୁଆଡେ ଗଲା? କେତେ ଲୋକ ଉପକୃତ ହେଲେ? ଅନ୍ୟ ରାଜ୍ୟ ସହିତ ବି ଓଡିଶାର ସୀମା ବିବାଦ ରହିଛି । ରାଜ୍ୟ ସରକାର ଏହାର ସମାଧାନ ପାଇଁ କଣ ପଦକ୍ଷେପ ନେଉଛନ୍ତି? ସିଧା ଜବାବ ମାଗିଥିଲେ ଜୟ । ଏତତ ବ୍ୟତୀତ 5ଟି ସ୍କୁଲ ଗୁଡିକୁ ଯୋଗାଇ ଦିଯାଉଥିବା କମ୍ପ୍ୟୁଟର ପ୍ରସଙ୍ଗରେ ମଧ୍ୟ ଜୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ୫ଟି ସ୍କୁଲ ଗୁଡିକୁ ଯୋଗାଇ ଦିଆଯାଇଥିବା କମ୍ପ୍ୟୁଟରରେ ସୁବ୍ରତ ଛାଟୋଇଙ୍କ ଭୂମିକା କଣ? ଆଇଟି ସଚିବ ଓ ୫ଟି ସଚିବଙ୍କ ସହ ତାଙ୍କର କଣ ସମ୍ପର୍କ ? ଜାଲ ସାର୍ଟିଫିକେଟ ରାକେଟ ବଲାଙ୍ଗୀରରେ ଧରା ପଡିଛି। ସେହି ଘଟଣା ସହିତ ବଣିକ ଇନଷ୍ଟିଚ୍ୟୁଟର କି ସମ୍ପର୍କ ରହିଛି ? ସରକାର ବିଧାନସଭାରେ ସ୍ପଷ୍ଟ କରନ୍ତୁ ।

ସେହିଭଳି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଜାପାନ ଯାଉଛନ୍ତି କିନ୍ତୁ କୋଟିଆ ଯାଉନାହାନ୍ତି। କାହିଁକି ମୁଖ୍ୟମନ୍ତ୍ରୀ କୋଟିଆ ଗସ୍ତ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି?

ସେପଟେ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ମଧ୍ୟ ଶୂନ୍ୟକାଳରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଥିଲେ । ନରସିଂହ କହିଥିଲେ ବଲାଙ୍ଗୀର ଜିଲ୍ଲା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାଲ ସାର୍ଟିଫିକେଟ ରାକେଟ ଧରାପଡିଲାଣି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସହ ଜଣେ ଶାସକ ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଫଟୋ ଭାଇରାଲ ହେଉଛି। ଅଭିଯୁକ୍ତ ସରକାରୀ କ୍ୱାର୍ଟରକୁ ଜବରଦଖଲ କରି ରଖିଥିବା ଅଭିଯୋଗବି ହେଉଛି। ଏହାର କଣ ସତ୍ୟାସତ୍ୟ ରହିଛି । ସରକାର କଣ ପଦକ୍ଷେପ ନେଇଛନ୍ତି ଘଟଣାକୁ ନେଇ ।

ଏହାବି ପଢନ୍ତୁ- କନ୍ଦାଇ ଦେଲା ଭାଗ୍ୟ, ଚା’ ବିକୁଛନ୍ତି 70 ଦଶକର ହିରୋଇନ

ଉଭୟ ବିରୋଧୀ ଦଳର ଏହି ଆକ୍ରମଣ ପରେ ବିଜେଡି ପକ୍ଷରୁ ଜବାବ ରଖିଛନ୍ତ ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି କୋଟିଆ ଓଡିଶାର ଏକ ଅଙ୍ଗ । ଏହା ଓଡିଶାର । ଓଡିଶାରେ ରହିଛି । ବିରୋଧୀ ବିଜେପି କୋଟିଆ ପ୍ରସଙ୍ଗରେ ଡ୍ରାମା କରୁଛି । ବିଜେପିର ତିନି ଜଣ କେନ୍ଦ୍ର ମନ୍ତ୍ରୀ ୮ ଜଣ ସାଂସଦ ରାଜ୍ୟରୁ ଅଛନ୍ତି। କୋଟିଆକୁ ନେଇ କେହି କିଛି ବି କହୁ ନାହାଁନ୍ତି । ପ୍ରଧାନମନ୍ତ୍ରୀଙ୍କ ନିକଟରେ କେତେ ଥର ଏହି ପ୍ରସଙ୍ଗ ଉଠାଇଛନ୍ତି ? କୌଣସି ରାଜ୍ୟର ସୀମା ବିବାଦ ସମାଧାନ କରିବା କେନ୍ଦ୍ର ସରକାରଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ସେହିଭଳି ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ଜବାବ ଦେଇ ଅରୁଣ ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ନରସିଂହ ମିଶ୍ରଙ୍କ ଫଟୋ ଦେଖାଇ କହିଛନ୍ତି, ଏ ଫଟୋ କାହାର? ଫଟୋରେ କିଏ ଅଛି? ଅରୁଣ ଯେଉଁ ଫଟୋ ଦେଖାଇଛନ୍ତି ସେହି ଫଟୋରେ ନରସିଂହ ମିଶ୍ରଙ୍କ ସହ ମୁଖ୍ୟ ଅଭିଯୁକ୍ତର ଏକ ଫଟୋ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.