ETV Bharat / state

କଚ୍ଛ ଓ ସୌରାଷ୍ଟ୍ରକୁ ଅଧିକ କ୍ଷତି ପହଞ୍ଚାଇବ ବିପର୍ଯ୍ୟୟ: ଆଇଏମଡି ଡିଜି

author img

By

Published : Jun 15, 2023, 2:04 PM IST

Updated : Jun 15, 2023, 2:13 PM IST

cyclone biporjoy
cyclone biporjoy

ଆଜି ରାତି ସୁଦ୍ଧା ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନ ଉପକୂଳ ଅତିକ୍ରମ କରିବ ବିପର୍ଯ୍ୟୟ । ଗୁଜୁରାଟର କଚ୍ଛ ଏବଂ ସୌରାଷ୍ଟ୍ର ଅଧିକ କ୍ଷତି ଗ୍ରସ୍ତ ହେବ । ଅଧିକ ପଢନ୍ତୁ

cyclone biporjoy

ଭୁବନେଶ୍ବର: ମାଡି ଆସୁଛି ବାତ୍ୟା ବିପର୍ଯ୍ୟୟ । ବାତ୍ୟା ବିପର୍ଯ୍ୟୟ ଉତ୍ତରପୂର୍ବ ଆରବସାଗରରେ 170 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । 170 କିଲୋମିଟର ଦୂରରେ ଜଖଓ୍ବା ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଏହା ଆଜି ରାତି ସୁଦ୍ଧା ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନ ଉପକୂଳ ଅତିକ୍ରମ କରିବ ବିପର୍ଯ୍ୟୟ । ଏହି ସମୟରେ ପବନର ବେଗ 115ରୁ 125 କିଲୋମିଟର ରହିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଇଟିଭି ଭାରତକୁ ସୂଚନା ଦେଇ କହିଛନ୍ତି ।

ଆଇଏମଡି ଡିଜି ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟା ବିପର୍ଯ୍ୟୟ ଦ୍ବାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳ ମଧ୍ୟରେ ରହିଛି କଚ୍ଛ ଓ ସୌରାଷ୍ଟ୍ରର କୋଷ୍ଟାଲ ଜିଲ୍ଲା । ଏଠାରେ ଘଣ୍ଟା ପ୍ରତି 115ରୁ 125 କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ । ବାତ୍ୟା ବିପର୍ଯ୍ୟୟ ଉତ୍ତର ପୂର୍ବ ଦିଗରେ ଗତି କରିବ । ଗୁଜୁରାଟର କଚ୍ଛ ସବୁଠୁ ଅଧିକ ପ୍ରଭାବିତ ହୋଇପାରେ । ସାମୁଦ୍ରିକ ଜୁଆର 2ରୁ 3 ମିଟର ରହିବ । ଆଭ୍ୟନ୍ତରୀଣ ଜିଲ୍ଲାରେ 60ରୁ 90 କିଲୋମିଟର ବେଗରେ ପବନ ବହିପାରେ । ତେବେ ଏସବୁ ଅଞ୍ଚଳରେ କମ ବର୍ଷା ହେବ । କିଛି ଆଇସୋଲେଟେଡ ସ୍ଥାନରେ ଅଧିକ ବର୍ଷା ହୋଇପାରେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା 16 ଏବଂ 17 ତାରିଖ ବେଳକୁ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ଦକ୍ଷିଣ ରାଜସ୍ଥାନରେ ଅଧିକ ବର୍ଷା ହେବ । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି 125 କିଲୋମିଟର ରହିବ । ସୌରାଷ୍ଟ୍ର, ଦ୍ବାରକା ଏବଂ କଚ୍ଛ ଉପକୂଳକୁ ରେଡ ଆଲର୍ଟ ଜାରି କରାଯାଇଛି ।

ଗୁଜରାଟର 8 ଜିଲ୍ଲାର ତଳିଆ ଅଞ୍ଚଳରୁ 50 ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କଚ୍ଛ, ଦ୍ବାରକା, ରାଜକୋଟ, ଜାମନଗର ଏବଂ ପୋରବନ୍ଦରରେ 17 ଏନଡିଆରଏଫ ଏବଂ 12 ଏସଡିଆରଏଫ ଟିମ ମୁତୟନ ହୋଇଛନ୍ତି । ବାତ୍ୟା ପ୍ରଭାବରେ 8 ରାଜ୍ୟରେ ଆଗାମୀ 3ରୁ 4 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ଗୁଜୁରାଟ ସମେତ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୋଆ, ଡାମନ ଡ୍ୟୁ, ଲାକ୍ଷାଦ୍ବୀପ, ଦାଦ୍ରା ଓ ନଗର ହାବେଳିରେ ପ୍ରବଳ ବର୍ଷା ହେବା ନେଇ ଆଇଏମଡି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 15, 2023, 2:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.