ETV Bharat / state

Omicron Alert: ମୁକାବିଲା ପାଇଁ ଖୋର୍ଦ୍ଧା ପ୍ରସ୍ତୁତ ଥିବା କହିଲେ ଉପଜିଲ୍ଲାପାଳ

author img

By

Published : Dec 25, 2021, 1:03 PM IST

Omicron Alert: ମୁକାବିଲା ପାଇଁ ଖୋର୍ଦ୍ଧା ପ୍ରସ୍ତୁତ ଥିବା କହିଲେ ଉପଜିଲ୍ଲାପାଳ
Omicron Alert: ମୁକାବିଲା ପାଇଁ ଖୋର୍ଦ୍ଧା ପ୍ରସ୍ତୁତ ଥିବା କହିଲେ ଉପଜିଲ୍ଲାପାଳ

ଓମିକ୍ରନ ଭାଇରସର ମୁକାବିଲା ପାଇଁ ସଜାଗ ରହିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ସୂଚନା ଦେଲେ ଉପଜିଲ୍ଲାପାଳ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଦେଶରେ କାୟା ମେଲାଉଛି ଓମିକ୍ରନ । ଓଡିଶାରେ ଏହି ନୂଆ ଭାରିଆଣ୍ଟ ପଶିବା ପରେ ଆତଙ୍କିତ ହୋଇପଡିଛନ୍ତି ରାଜ୍ୟବାସୀ । ନୂଆ ଭାଇରସର ମୁକାବିଲା ପାଇଁ ରାଜ୍ୟ ଏବଂ କେନ୍ଦ୍ରସ୍ତରରେ ବସୁଛି ଘନ ଘନ ବୈଠକ । ଓଡିଶା ସରକାର ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ ସତର୍କତା ଅବଲମ୍ବନ କରୁଛି ଜିଲ୍ଲା ପ୍ରଶାସନ । ଦ୍ବିତୀୟ ଲହର ସମୟରେ ଖୋର୍ଦ୍ଧା ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା, ତେଣୁ ଓମିକ୍ରନ ଜିଲ୍ଲାରେ ଯେପରି କୌଣସି ସାଙ୍ଘାତିକ ସ୍ଥିତି ସୃଷ୍ଟି ନ କରେ ସେନେଇ ଲୋକଙ୍କୁ ସତର୍କ ଏବଂ ସଚେତନ ରହିବାକୁ ନିବେଦନ କରିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ।

Omicron Alert: ମୁକାବିଲା ପାଇଁ ଖୋର୍ଦ୍ଧା ପ୍ରସ୍ତୁତ ଥିବା କହିଲେ ଉପଜିଲ୍ଲାପାଳ

ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲା ଉପଖଣ୍ଡରେ ୯୫ ପ୍ରତିଶତ ଟୀକାକରଣ ଶେଷ ହୋଇଛି । ଆଗକୁ ସରକାର ଯାହା ନିର୍ଦ୍ଦେଶନାମା ଜାରି କରିବେ ସେସବୁ ସୁଚାର ରୂପେ ପାଳନ କରାଯିବ । କଟକଣା ଖିଲାପକାରୀଙ୍କ ଉପରେ ପୂର୍ବଭଳି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । କୋଭିଡ ଗାଇଡଲାଇନ ମଧ୍ୟରେ ଜିଲ୍ଲାରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଅନୁମିତ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ । ଏଥିସହ ଓମିକ୍ରନକୁ ନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିବା ସେ ଜଣାଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.