ETV Bharat / state

ବନ୍ଦ ଘରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Oct 29, 2023, 10:58 PM IST

Updated : Oct 29, 2023, 11:10 PM IST

junior engineers dead body found
କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ବାଣପୁରରେ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ଭଡ଼ା ଘରେ ଜୀବନ ହାରିଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ବାଣପୁର ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ରହୁଥିବା ବାଣପୁର ସ୍ଥିତ ପଲଟନ ପଡିଆ ନିକଟ ଭଡ଼ା ଘରେ ଜୀବନ ହାରିଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ମୁତାବକ, କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକଙ୍କ ନିଜ ଘର ଖୋର୍ଦ୍ଧା ମଳିପଡ଼ା ହୋଇଥିବାବେଳେ ସେ ବାଣପୁରରେ ରହି ଆସୁଥିଲେ । ଆଜି ଭଡ଼ାଘର ବାଣପୁରରେ କେହି ନଥିବା ସମୟରେ କନିଷ୍ଠ ଯନ୍ତ୍ରୀ ଜଣଙ୍କ ଜୀବନ ହାରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଅପରାହ୍ନରେ ତାଙ୍କର ଧର୍ମପତ୍ନୀ ଘରକୁ ଫେରି କବାଟ ବାଡେଇଥିବାବେଳେ କେହି କବାଟ ଖୋଲିନଥିଲେ । ଯାହାକୁ ନେଇ ତାଙ୍କ ମନରେ ସନ୍ଦେହ ଉପୁଜିଥିଲା ।

କେହି କବାଟ ଖୋଲିନଥିବାରୁ ଶେଷରେ କବାଟ ଭଙ୍ଗାଯାଇଥିଲା । ଏହାପର କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଏନେଇ ତାଙ୍କ ପତ୍ନୀ ବାଣପୁର ପୋଲିସକୁ ସୂଚନା ଦେବାପରେ ଆଇଆଇସି ରମେଶ ଚନ୍ଦ୍ର ଦେବତା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଗାଲୁଆ ପଞ୍ଚାୟତ ସରପଞ୍ଚ ସୁରେଶ ଚନ୍ଦ୍ର ବାରିକ ଏବଂ ଅନ୍ୟ ଅଧିକାରୀମାନେ ପହଞ୍ଚିଥିବା ଜଣାପଡିଛି ।

ଏହା ବି ପଢନ୍ତୁ...ଭଡା ଘରୁ ଯୁବତୀ ମୃତଦେହ ଉଦ୍ଧାର, ସନ୍ଦେହ ବଢାଇଲା ଡାଏରୀ

ଏହା ବି ପଢନ୍ତୁ...CRPF Jawan Shoots Himself: ନିଜକୁ ଗୁଳି କରି ଜୀବନ ହାରିଲେ CRPF ଯବାନ

ପାଖାପାଖି ୨ ବର୍ଷ ଧରି ତପନ ବାଣପୁର ବ୍ଲକରେ କାର୍ଯ୍ୟରତ ଥିଲେ । ତାଙ୍କ ନିଜ ଘର ଖୋର୍ଦ୍ଧା ମଳିପଡ଼ା ହୋଇଥିବାବେଳେ ସେ ବାଣପୁର ସ୍ଥିତ ଭଡା ଘରେ ରହୁଥିଲେ । ହେଲେ ସେ କ'ଣ ପାଇଁ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ପାରିବାରିକ ବିବାଦ ନା କର୍ମକ୍ଷେତ୍ରରେ ସମସ୍ୟା କିମ୍ବା ଅନ୍ୟ କୌଣସି କାରଣ ରହିଛି ସେ ନେଇ ଅଧିକ ତନାଘନା କରୁଛି ପୋଲିସ । ତେବେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଏବେ ସନ୍ଦେହ ଘେରରେ ଥିବାବେଳେ ତଦନ୍ତପରେ ମୃତ୍ୟୁର କାରଣ ଜଣାପଡିବ । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଇଟିଭି ଭାରତ, ଖୋର୍ଦ୍ଧା

ଏହା ବି ପଢନ୍ତୁ...ଶାରିରୀକ ସମ୍ପର୍କ ପାଇଁ ମନା କଲା ସ୍ତ୍ରୀ, ଜୀବନ ହାରିଲେ ଦାଦନ ଶ୍ରମିକ: ହାଇଦ୍ରାବାଦରୁ ଆସିଲା ମୃତଦେହ

Last Updated :Oct 29, 2023, 11:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.