ETV Bharat / state

ଭେଣ୍ଡିଂ ଜୋନ୍‌ ସ୍ଥାନାନ୍ତର ଦାବିରେ ଜଟଣୀ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ

author img

By

Published : Nov 3, 2022, 2:27 PM IST

ଭେଣ୍ଡିଂ ଜୋନ ସ୍ଥାନାନ୍ତର ଦାବିରେ ଜଟଣୀ ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ
ଭେଣ୍ଡିଂ ଜୋନ ସ୍ଥାନାନ୍ତର ଦାବିରେ ଜଟଣୀ ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ

ଜଟଣୀ ମହାବିଦ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଭେଣ୍ଡିଂ ଜୋନ ସ୍ଥାନାନ୍ତର ଦାବି ନେଇ ରାସ୍ତା ଅବରୋଧ କରିଥିଲେ ଛାତ୍ରଛାତ୍ରୀ । ଜଟଣୀ ପୋଲିସ ଓ ପୌରାଧ୍ୟକ୍ଷ ପ୍ରତିଶୃତି ପରେ ହଟିଲା ରାସ୍ତାରୋକ । ଅଧିକ ପଢନ୍ତୁ

ଖୋର୍ଦ୍ଧା : ଭେଣ୍ଡିଂ ଜୋନ ସ୍ଥାନାନ୍ତର ଦାବି ନେଇ ତାତିଲେ ଛାତ୍ରଛାତ୍ରୀ । ଜଟଣୀ ମହାବିଦ୍ୟାଳୟ ସମୁଖ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଭେଣ୍ଡିଂ ଜୋନ୍‌ ସ୍ଥାନାନ୍ତର ଦାବିରେ ଜଟଣୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଭୁବନେଶ୍ୱର ଜଟଣୀ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ସୂଚନା ଅନୁଯାୟୀ, ଜଟଣୀ ପୌରପରିଷଦ ପକ୍ଷରୁ ଜଟଣୀ ମହାବିଦ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଇଥିଲା । ଏହାସହ ସେହି ସ୍ଥାନରେ ସମୁଦାୟ ୪ଟି ଦୋକାନ ଗୃହ ନିର୍ମାଣ କରାଯାଇଥିଲା ।

ଭେଣ୍ଡିଂ ଜୋନ ସ୍ଥାନାନ୍ତର ଦାବିରେ ଜଟଣୀ ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ

ଏହା ମଧ୍ୟ ପଢନ୍ତୁ: Elon Musk Will lay off Twitter: ଟ୍ବିଟରରୁ ବିଦା ହେବେ 50 ପ୍ରତିଶତ କର୍ମଚାରୀ !

ଦୋକାନ ଖୋଲିଲେ ଏହାର ସିଧାସଳଖ ପ୍ରଭାବ ଜଟଣୀ ମହାବିଦ୍ୟାଳୟର ପରିବେଶ ଓ ଛାତ୍ରଛାତ୍ରୀଙ୍କ ଉପରେ ପଡିବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଭିଯୋଗ କରିଥିଲେ ।ପୌରାଧ୍ୟକ୍ଷ, ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା । ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଜଟଣୀ ଭୁବନେଶ୍ୱର ମୁଖ୍ୟ ରାସ୍ତାକୁ ଦୀର୍ଘ ସମୟ ପାଇଁ ଅବରୋଧ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:Dhamnagar Bypoll: ପୂର୍ବାହ୍ନ 11ଟା ସୁଦ୍ଧା 22.36 ପ୍ରତିଶତ ଭୋଟିଂ

ଖବରପାଇ ଜଟଣୀ ପୋଲିସ ଓ ପୌରାଧ୍ୟକ୍ଷ ପହଞ୍ଚି ଛାତ୍ରଛାତ୍ରଙ୍କ ସହ ଆଲୋଚନା କରିଥିଲେ । ଦାବୀ ପୂରଣ କରାଯିବ ବୋଲି ପ୍ରତିଶୃତି ଦେବାରୁ ରାସ୍ତା ଅବରୋଧରୁ ହଟିଛନ୍ତି ଛାତ୍ରଛାତ୍ରୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.