ETV Bharat / science-and-technology

Elon Musk Will lay off Twitter: ଟ୍ବିଟରରୁ ବିଦା ହେବେ 50 ପ୍ରତିଶତ କର୍ମଚାରୀ !

author img

By

Published : Nov 3, 2022, 12:15 PM IST

ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ନିଜ ଅଧୀନକୁ ନେବା ପରେ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି ଟେସଲା ମାଲିକ ଏଲନ ମସ୍କ । ସଦ୍ୟତମ ରିପୋର୍ଟ ଅନୁଯାୟୀ, କମ୍ପାନୀରୁ ବିତାଡିତ ହୋଇପାରନ୍ତି ଅଧା ଭାଗ କର୍ମଚାରୀ(Elon musk could cut half of twitters workforce), ବନ୍ଦ ହେବ ୱାର୍କ ଫ୍ରମ୍ ହୋମ୍ ନିୟମ । ଅଧିକ ପଢନ୍ତୁ

Twitter ରୁ ବିଦା ହୋଇପାରନ୍ତି ଅଧା ଭାଗ କର୍ମଚାରୀ
Twitter ରୁ ବିଦା ହୋଇପାରନ୍ତି ଅଧା ଭାଗ କର୍ମଚାରୀ

ସାନ ଫ୍ରାନ୍ସିସ୍କୋ: ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ଦୁନିଆର ଅରବପତି ଏଲନ୍ ମସ୍କ ନିଜ ଅଧୀନକୁ ନେଇଯିବା ପରେ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି । ଟ୍ବିଟରରେ ବିଭିନ୍ନ ଫିଚର୍ସ ଅପଡେଟ୍ ସହ କମ୍ପାନୀର ପୂର୍ବତନ ମୁଖ୍ୟ ନିର୍ବାହୀ ଅଧିକାରୀ(CEO) ପରାଗ ଅଗ୍ରାୱାଲ(Parag Agarwal)ଙ୍କ ସମେତ ମୁଖ୍ୟ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଚାକିରିରୁ ବିତାଡିତ କରିଛନ୍ତି । ଏହିପରିପ୍ରେକ୍ଷୀରେ ମସ୍କ ଅଧା ଭାଗ କର୍ମଚାରୀଙ୍କ ଛଟେଇ କରିବା ନେଇ ସୂଚନା ମିଳିଛି(Elon musk could cut half of twitters workforce) ।

ଦ ଭର୍ଜ ରିପୋର୍ଟ ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଉପଦେଷ୍ଟାମାନଙ୍କ ସହ ଏକ ବୈଠକ କରିଥିଲେ ଏଲନ ମସ୍କ । ତାଙ୍କର ସାଥୀ ପୂର୍ବତନ ପେପାଲ CEO ଡେଭିଡ ସୈକ୍ସ ମଧ୍ୟ ଏହି ସଭାରେ ଯୋଗ ଦେଇଥିଲେ । 3,800 କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା ଚୂଡାନ୍ତ ହୋଇଥିବା ନେଇ ଚର୍ଚ୍ଚା ହେଉ ଥିବାବେଳେ ବ୍ଲୁମବର୍ଗ(Bloomberg) ରିପୋର୍ଟ କରିଛି ଯେ, 3,700 କର୍ମଚାରୀଙ୍କ ଛଟେଇ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ:- Twitter ମଙ୍ଗ ଧରିପାରନ୍ତି ଆଉ ଜଣେ ଭାରତୀୟ ବଂଶୋଦ୍ଭବ, ଜାଣନ୍ତୁ କିଏ

ବ୍ଲୁମବର୍ଗ କହିବାନୁସାରେ, ଆସନ୍ତା ଶୁକ୍ରବାର କର୍ମଚାରୀମାନଙ୍କୁ ଛଟେଇ ବିଷୟରେ ଅବଗତ କରାଇବାର ଯୋଜନା ହେଉଛି । ପ୍ରଭାବିତ କର୍ମଚାରୀମାନଙ୍କୁ 60 ଦିନର ଦରମା ସହ ଛଟେଇ କରାଯିବ । ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଟ୍ବିଟରର ୱାର୍କ ଫ୍ରର୍ମ ହୋମ୍ ନିୟମକୁ ମଧ୍ୟ ବନ୍ଦ କରିବା ପାଇଁ ମସ୍କ ଯୋଜନା କରୁଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଟ୍ୱିଟର କିଣିବା ପାଇଁ ମସ୍କ ଚୁକ୍ତିରୁ ବାହାରିବା ପାଇଁ ଚେଷ୍ଟା କରିବାରେ ବିଫଳ ହେବା ପରେ ହିଁ, କର୍ମଚାରୀଙ୍କ ଛଟେଇ ନେଇ ନିଷ୍ପତ୍ତି ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ:-Twitter କୁ ଟକ୍କର ଦେବ ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସିଙ୍କ ନୂଆ ଆପ୍ Bluesky

ଆମେରିକୀୟ ଗଣମାଧ୍ୟମରେ ଏହା ମଧ୍ୟ ଆଲୋଚନା ହୋଇଛି ଯେ, ମସ୍କ ବର୍ତ୍ତମାନ ପର୍ଯ୍ୟନ୍ତ ଟେସଲାରେ କରାଯାଇଥିବା ଦୀର୍ଘକାଳୀନ ଯୋଜନାକୁ ସ୍ଥଗିତ ରଖିଛି । ଗତ ସପ୍ତାହରେ ଏଲନ୍ ମସ୍କ 44 ବିଲିୟନ୍ ଡଲାରରେ ଟ୍ବିଟର ଅଧିଗ୍ରହଣ କରିଥିଲେ । ଏହା ପରେ ଟ୍ୱିଟରରେ କିଛି ପରିବର୍ତ୍ତନ ଆଣିଛନ୍ତି । ଟ୍ୱିଟର ବ୍ଲୁ ଟିକ୍ ପାଇଁ ମସ୍କ ଏକ ନୂତନ ନୀତି ଘୋଷଣା କରିଛନ୍ତି । ଏହି ସପ୍ତାହ ଶେଷ ସୁଦ୍ଧା ସମସ୍ତଙ୍କ ପାଇଁ ଏଡିଟିଂ ସୁବିଧା ଆଣିବାକୁ ଘୋଷଣା କରାଯାଇଛି । ସେ ଏକ 'କଣ୍ଟେଣ୍ଟ ମୋଡରେସନ କାଉନସିଲ୍' ମଧ୍ୟ ଗଠନ କରିବେ ବୋଲି ମସ୍କ ଘୋଷଣା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.