ETV Bharat / state

Dhamnagar Bypoll: ଦିନ ୧ଟା ସୁଦ୍ଧା ୩୮.୭୫ ପ୍ରତିଶତ ଭୋଟିଂ

author img

By

Published : Nov 3, 2022, 12:57 PM IST

Updated : Nov 3, 2022, 2:03 PM IST

ଧାମନଗରରେ ସୁରୁଖୁରୁରେ ଚାଲିଛି ଭୋଟିଂ । ଦିନ 1ଟା ସୁଦ୍ଧା ୩୮.୭୫ ପ୍ରତିଶତ ଭୋଟିଂ ହୋଇଛି । ଅଧିକ ପଢନ୍ତୁ

ଧାମନଗର ଉପନିର୍ବାଚନ: ପୂର୍ବାହ୍ନ 11 ଟା ସୁଦ୍ଧା 22.36 ପ୍ରତିଶତ ଭୋଟିଂ
ଧାମନଗର ଉପନିର୍ବାଚନ: ପୂର୍ବାହ୍ନ 11 ଟା ସୁଦ୍ଧା 22.36 ପ୍ରତିଶତ ଭୋଟିଂ

ଭୁବନେଶ୍ବର: ଧାମନଗରରେ ସୁରୁଖୁରୁରେ ମତଦାନ ଜାରି ରହିଛି । ସକାଳ 9ଟା ସୁଦ୍ଧା 10.25 ପ୍ରତିଶତ ଭୋଟିଂ ହୋଇଥିଲା । ଦିନ 11 ସୁଦ୍ଧା 22.36 ପ୍ରତିଶତ ହୋଇଥିବା ବେଳେ 1ଟା ସୁଦ୍ଧା 38.75 ପ୍ରତିଶତ ଭୋଟିଂ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି । ସିଇଓଙ୍କ ସୂଚନା ଅନୁସାରେ, ‘‘ଭୋଟିଂ ଆରମ୍ଭରୁ ଇଭିଏମରେ ତ୍ରୁଟି ଦେଖିବାକୁ ମିଳିଥିଲା । ମତଦାନ ଆରମ୍ଭରେ 5ଟି ସ୍ଥାନ ତ୍ରୁଟି ଦେଖିବାକୁ ମିଳିଛି । ବୁଥ ନମ୍ବର 15, 69, 74, 75 ଓ 165 ତ୍ରୁଟି ଥିଲା । ଭିଭିପାଟ ବଦଳା ଯାଇଛି । ତାହା ସୁଧାର କରାଯିବା ପରେ ଭୋଟିଂ ସୁରୁଖୁରୁରେ ଚାଲିଛି । ଭିନ୍ନକ୍ଷମ ଭୋଟରଙ୍କ ଲାଗି ଗାଡ଼ିର ବ୍ୟବସ୍ଥା କରାଯାଇଛି । ପିଙ୍କ ବୁଥର ବ୍ୟବସ୍ଥା ମଧ୍ୟ ହୋଇଛି ।’’

Dhamnagar Bypoll: ପୂର୍ବାହ୍ନ ୧ ସୁଦ୍ଧା ୩୮.୭୫ ପ୍ରତିଶତ ଭୋଟିଂ

ତେବେ ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଏକ ଦୁଃଖଦ ଖବର ଆସିଛି । ବୁଥ ନମ୍ବର 139 ଫାର୍ଷ୍ଟ ପୋଲିଂ ଅଫିସର ଥିବା ଭଦ୍ରକ ଓଲାଙ୍ଗ ୟୁପି ସ୍କୁଲର ସହକାରୀ ଶିକ୍ଷକ ନଟବର ମୁଣ୍ଡାଙ୍କର ଦେହାନ୍ତ ହୋଇଛି । ଗତକାଲି ସେ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କୁ ପ୍ରଥମେ ଭଦ୍ରକ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଆଜି ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ନିକଟ ସମ୍ପର୍କୀୟଙ୍କୁ 15 ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ମିଳିବ ।


ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 3, 2022, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.