ETV Bharat / state

ଗୋବିନ୍ଦ ସାହୁ ମୃତ୍ୟୁର ହେବ ଜୁଡିସିଆଲ ତଦନ୍ତ, ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଜେଲ୍‌ ବିଭାଗ

author img

By

Published : Dec 25, 2022, 4:07 PM IST

ବହୁଚର୍ଚ୍ଚିତ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା । ମୃତ୍ୟୁର ଜୁଡିସିଆଲ ତଦନ୍ତ ପାଇଁ ଜିଲ୍ଲାପାଳକୁ ଚିଠି ଲେଖିଲା ଜେଲ ବିଭାଗ । ଅଧିକ ପଢନ୍ତୁ

ଗୋବିନ୍ଦ ସାହୁ ମୃତ୍ୟୁର ହେବ ଜୁଡିସିଆଲ ତଦନ୍ତ
ଗୋବିନ୍ଦ ସାହୁ ମୃତ୍ୟୁର ହେବ ଜୁଡିସିଆଲ ତଦନ୍ତ

ଭୁବନେଶ୍ବର: ବହୁଚର୍ଚ୍ଚିତ ମହାଲିଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ଦିନ ଗଡିବା ସହ ଦିନକୁ ଦିନ ଘନଉଛି ସନ୍ଦେହ । କଣ୍ଟାବାଞ୍ଜି ଜେଲରୁ ଗୋବିନ୍ଦଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏହାକୁ ବିଶ୍ବାସ କରିପାରୁନାହାନ୍ତି ପରିବାର ଲୋକେ । ତେବେ ଜେଲ୍‌ରେ ମୃତ୍ୟୁର ଜୁଡିସିଆଲ ତଦନ୍ତ ପାଇଁ NHRC ଗାଇଡଲାଇନ ଅନୁସାରେ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କଏଦୀକାରାଗାର ନିର୍ଦ୍ଦେଶାଳୟ । ଏନେଇ ସୂଚନା ଦେଇଛନ୍ତି ଜେଲ ବିଭାଗର ଡିଆଇଜି ଶୁଭକାନ୍ତ ମିଶ୍ର ।

Judicial Inquiryରେ କଣ ହେବ?

ଏହା ଏକ ପ୍ରକ୍ରିୟା । ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ‌ ଜିଲ୍ଲାପାଳଙ୍କ ଅନୁରୋଧକ୍ରମେ ବଲାଙ୍ଗୀର ଜିଲ୍ଲା ଦୌରାଜଜ୍‌ ଏନେଇ ଜୁଡିସିଆଲ ତଦନ୍ତ ପାଇଁ ଜଣଙ୍କୁ ଦାୟିତ୍ବ ଦେବେ । ସେମାନେ ଏନେଇ ସିଆରପିସିର ଧାରା ୧୭୬(୨)ଅନୁସାରେ NHRCର ଗାଇଡ ଲାଇନ ଆଧାରରେ ତଦନ୍ତ କରିବେ । ଏନେଇ କଣ୍ଟାବାଞ୍ଜି ଜେଲକୁ ଯାଇ ଜେଲ ଓ୍ବାର୍ଡର ସମେତ କଏଦୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ପଚରାଉଚରା କରିବେ। ତେବେ କୌଣସି ହାଜତ ମୃତ୍ୟୁ ବା ଜେଲ୍‌ରେ ମୃତ୍ୟୁ ହେଲେ ଏହାର ତିନୋଟି ପ୍ରାଥମିକ ତଦନ୍ତ ହୋଇଥାଏ ।

୧.ଜେଲ ବିଭାଗର ବିଭାଗୀୟ ତଦନ୍ତ

ଗୋବନ୍ଦଙ୍କ ମୃତ୍ୟୁର ୨୪ ଘଣ୍ଟା ଭିତରେ ପଶ୍ଚିମାଞ୍ଚଳ ଜେଲ ଡିଆଇଜି ଏନେଇ ତଦନ୍ତ କରି ଜେଲ ବିଭାଗକୁ ରିପୋର୍ଟ ଦେଇଥିଲେ।

୨.ଅପରାଧିକ ତଦନ୍ତ

ଯାହା ସ୍ଥାନୀୟ ଥାନା ବା ପରେ ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରିଥିଲା । ମାମଲାକୁ ଆଧାରକରି ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚର ଟିମ୍ ।

୩.ଜୁଡିସିଆଲ ତଦନ୍ତ

NHRCର ଗାଇଡଲାଇନ ଆଧାରରେ ଯାହାକି ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥାନ୍ତି ଜିଲ୍ଲା ଦୌରା ଜଜ୍‌ । ସମସ୍ତଙ୍କ ଉପସ୍ଥିତିରେ ବିଭିନ୍ନ ଦିଗକୁ ଲକ୍ଷ କରି ତଦନ୍ତ କରାଯାଇଥାଏ ।

ଗତ ଡିସେମ୍ବର ୨୦ ତାରିଖ(ମଙ୍ଗଳବାର) ବଲାଙ୍ଗୀର କଣ୍ଟାବାଞ୍ଜି ଜେଲ୍‌ରେ ଗୋବିନ୍ଦ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ସେପଟେ କିନ୍ତୁ ଗୋବିନ୍ଦଙ୍କ ସ୍ତ୍ରୀ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ଏନେଇ ହାଜତ ମୃତ୍ୟୁ ପାଇଁ ଥିବା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଓ NHRCର ସ୍ଵତନ୍ତ୍ର ନିୟମ ଅନୁଯାୟୀ କ୍ରାଇମବ୍ରାଞ୍ଚର ୧୦ ଜଣିଆ ସ୍ବତନ୍ତ୍ର ଟିମ୍‌ ବୁଧବାରଠାରୁ ବଲାଙ୍ଗୀରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହି ଟିମ୍‌ କଣ୍ଟାବାଞ୍ଜି ଜେଲ ଯାଇ ମୃତଦେହ ମିଳିଥିବା ସ୍ଥାନର ଝରକାର ତଦାରଖ କରିଥିଲେ । ଏଥିସହ କାଠ ଗଣ୍ଡି, ଗାମୁଛା ମଧ୍ୟ ଜବତ କରିଥିଲା କ୍ରାଇମବ୍ରାଞ୍ଚ । ଏଠାରୁ ଶୁକ୍ରବାର ଗୋବିନ୍ଦଙ୍କର ହାତଲେଖା କିଛି କାଗଜ ପତ୍ର ମଧ୍ୟ ଜବତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: Mann Ki Baat: ବିକାଶର ଗାଥା ଗାଇଲା ବର୍ଷ 2022, ପ୍ରତି କ୍ଷେତ୍ରରେ ଦମ୍‌ ଦେଖାଇଲା ଭାରତ

ତେବେ ଘଟଣାର ଅଧିକ ତଦନ୍ତ ପାଇଁ ଶନିବାର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ । କ୍ରାଇମବ୍ରାଞ୍ଚ DSP ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ଏକ ୪ ଜଣିଆ ସ୍ୱତନ୍ତ୍ର ଟିମ୍‌ ମହାଲିଙ୍ଗରେ ପହଞ୍ଚିବା ପରେ ପ୍ରଥମେ ମହାଲିଙ୍ଗ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ ସେଠାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏଠାରେ କଲେଜର ସମ୍ପାଦକ କିରଣ କୁମାର ସିଂ ଓ ଇନଚାର୍ଜ ପ୍ରିନ୍ସପାଲ୍‌ ଜୟଦେବ ମିଶ୍ରକୁ ପଚରାଉଚରା କରିବା ସହ ଗୋବିନ୍ଦଙ୍କ ହାତ ଲେଖା ଥିବା ଏକ ରେଜିଷ୍ଟରକୁ ଜବତ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.