ETV Bharat / state

ସାପ ଛାଡ଼ି ସ୍ତ୍ରୀ-ଝିଅଙ୍କୁ ହତ୍ୟା ଘଟଣା, ଗଞ୍ଜାମ DFOଙ୍କୁ ତଦନ୍ତ ନିର୍ଦ୍ଦେଶ

author img

By ETV Bharat Odisha Team

Published : Nov 24, 2023, 4:43 PM IST

ଗଞ୍ଜାମରେ ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ମାରିବା ଘଟଣାକୁ ଗୁରୁତର ସହ ନେଇଛି ପ୍ରଶାସନ । ଏହାର ତଦନ୍ତ ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

man using snake to murder
ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ମାରିବା ଘଟଣା

ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ମାରିବା ଘଟଣା

ଭୁବନେଶ୍ବର: ଗଞ୍ଜାମରେ ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ମାରିବା ଘଟଣା । ଘଟଣାର ତଦନ୍ତ ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବନ୍ୟପ୍ରାଣୀ PCCF ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ସାପ ଆସିଲା କେଉଁଠୁ ? କିଏ ଯୋଗାଇଛି ? ସାପକୁ ବ୍ୟବହାର କରିବା ପରେ ମାରି ଦିଆଯାଇଥିବା ଖବର କେତେଦୂର ସତ ? ଏସବୁର ଟିକିନିଖି ତଦନ୍ତ ଓ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦେବାକୁ ଗଞ୍ଜାମ DFOଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

PCCF ସୁଶାନ୍ତ ନନ୍ଦ କହିଛନ୍ତି, "ଏ ଚେନରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସମସ୍ତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ବନ୍ୟପ୍ରାଣୀ ନିରାପତ୍ତା ଆଇନ ଅନୁଯାୟୀ, ନାଗ ସାପ ଭଳି ବିଷଧର ସାପର ଅନିଷ୍ଟ କଲେ ବା ସାପକୁ ଖରାପ କାମରେ ବ୍ୟବହାର କଲେ, ୭ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ରହିଛି । ଅନ୍ୟପକ୍ଷରେ ସାପ ଧରିବା ଲାଗି SOP ଜାରି ହୋଇଛି । ଯେଉଁମାନେ ସାପ ଧରିବେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସ୍ବତନ୍ତ୍ର ପରିଚୟ ପତ୍ର ଦିଆଯାଉଛି । ଏ ଘଟଣା ସମ୍ପୂର୍ଣ୍ଣ ଭାବରେ ଦୁର୍ଭାଗ୍ୟଜନକ । ଏହି ଘଟଣାର ତଦନ୍ତ ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସାପ ଆସିଲା କେଉଁଠୁ ? କିଏ ଯୋଗାଇଛି ? ସାପକୁ ବ୍ୟବହାର କରିବା ପରେ ମାରିଦିଆଯାଇଥିବା ଖବର କେତେଦୂର ସତ ? ଏସବୁର ଟିକିନିଖ ତଦନ୍ତ ଓ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦେବାକୁ ଗଞ୍ଜାମ DFOଙ୍କୁ କୁହାଯାଇଛି ।"

ଏହା ବି ପଢନ୍ତୁ...ମା’ ଝିଅ ମୃତ୍ୟୁର ଖୋଲିଲା ରହସ୍ୟ, ନାଗସାପ ଛାଡି ହତ୍ୟା କରିଥିଲା ସ୍ବାମୀ

ଏହା ବି ପଢନ୍ତୁ...ସାପ ଉଦ୍ଧାର ଗାଇଡଲାଇନ ସଂଶୋଧନ ପାଇଁ ଦାବି କଲା ସ୍ନେକ ହେଲ୍ପଲାଇନ

ଯେଉଁମାନଙ୍କର ଅଭିଜ୍ଞତା ନାହିଁ, ସେମାନେ ବିଷଧର ସାପ ଧରନ୍ତୁ ନାହିଁ ବୋଲି ଅପିଲ କରିଛନ୍ତି ବନ୍ୟପ୍ରାଣୀ PCCF । ସୂଚନା ଅନୁଯାୟୀ, ବିଷଧର ସାପକୁ ବ୍ୟବହାର କରି ନିଜ ପତ୍ନୀ ଓ ୨ ବର୍ଷର ଛୁଆକୁ ହତ୍ୟା କରିଛି ସ୍ୱାମୀ । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଥିବା ଅଢେଇବର ଗ୍ରାମରେ ଏଭଳି ଘଟଣା ଘଟିଛି । ସ୍ତ୍ରୀ ଉପରେ ସନ୍ଦେହ ହେବାରୁ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ବଚସା ଲାଗି ରହୁଥିଲା । ଯାହାକୁ ନେଇ ସ୍ତ୍ରୀକୁ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର ରଚିଥିଲା ସ୍ବାମୀ । ଏକ ବିଷଧର ସାପକୁ ଆଣି ଘରେ ଛାଡିଥିଲା । ଯାହା ଫଳରେ ସାପ କାମୁଡ଼ାରେ ସ୍ତ୍ରୀ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.