ETV Bharat / state

ଓଢଣୀ ପାଇଁ ସ୍ବପ୍ନ ଓଢଣୀରେ ହେଲା ଶେଷ ! ରାଜଧାନୀରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Oct 30, 2023, 10:33 PM IST

dead bodies rescued from Sikharchandi slum area
dead bodies rescued from Sikharchandi slum area

ପରକୀୟା ପ୍ରୀତିର କରୁଣ ପରିଣତି । ଭୁବନେଶ୍ବର ଇନଫୋସିଟି ଥାନା ଶିଖରଚଣ୍ଡି ବସ୍ତିରୁ ଉଦ୍ଧାର ହେଲା ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ । ଅଧିକ ପଢନ୍ତୁ

ଭୁବନେଶ୍ବର: ଇନଫୋସିଟି ଥାନା ଶିଖରଚଣ୍ଡି ବସ୍ତିରୁ ଉଦ୍ଧାର ହେଲା ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ । ବସ୍ତିରେ ଭଡ଼ା ରହୁଥିବା ଦୁଇ ସ୍ବାମୀ ସ୍ତ୍ରୀ ପିଣ୍ଟୁ ନାଥ ଓ ଶୁଭସ୍ମିତା ସାହୁଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା‌ ସେହି ଅଞ୍ଚଳରେ ଖେଳାଇଦେଇଛି ଚାଞ୍ଚଲ୍ୟ । ୩ ମାସ ତଳେ ଉଭୟ ପ୍ରେମ ବିବାହ କରି ଏହି ବସ୍ତି ଅଞ୍ଚଳରେ ଭଡ଼ା ନେଇ ରହୁଥିବା ବେଳେ ରବିବାର ସେଠାରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତେବେ ପରକୀୟା ପ୍ରୀତି ଏହି ଅଘଟଣର କାରଣ ବୋଲି କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ ଗତ ୩ ମାସ ତଳେ ବିବାହ କରି ଭଡ଼ା ନେଇ ରହୁଥିଲେ କଳାରାହାଙ୍ଗର ପିଣ୍ଟୁ ନାଥ ଓ କେନ୍ଦ୍ରାପଡାର ଶୁଭସ୍ମିତା ସାହୁ । ଭୁବନେଶ୍ବର ବାଣୀବିହାର ଛକ ପାଖରେ ଥିବା ଏକ ସଂପିମଲରୁ ଦେଖା ହୋଇ ପ୍ରେମ ହୋଇଥିଲା । ସପିଂମଲରେ‌ କାମ କରିବା ସମୟରେ ଶୁଭସ୍ମିତା ସେହି ମଲରେ କାମ କରୁଥିବା ପିଣ୍ଟୁଙ୍କ ପ୍ରେମରେ‌ ପଡ଼ିଥିଲେ। ଉଭୟଙ୍କ ଦେଖା ସାକ୍ଷାତ ପରେ ଉଭୟଙ୍କର ମଧ୍ୟରେ ପ୍ରେମ ସମ୍ପର୍କ‌ ଗଢି ଉଠିଥିଲା । ଏହାପରେ ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା । ହେଲେ ଝିଅ ଘର ଏହି ବିବାହ ପାଇଁ ରାଜି ନଥିବା ବେଳେ ପୁଅ ସମ୍ପର୍କରେ ଝିଅ (ଶୁଭସ୍ମିତା) ମଧ୍ୟ କିଛି ଜାଣିନଥିଲେ ।

ଏହା ବି ପଢନ୍ତୁ- ସହି ପାରିଲେନି ସ୍ବାମୀର ପରକୀୟା ପ୍ରୀତି, ଚରମ ନିଷ୍ପତ୍ତି ନେଲା ପତ୍ନୀ !

ପ୍ରେମରେ ଉବୁଟୁବୁ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଶୁଭସ୍ମିତା ଘରେ ବିବାହ ସମ୍ପର୍କରେ ଖହିବା ପରେ ବାପଘରୁ ସମ୍ପର୍କ ତୁଟାଇ ଦେଇଥିଲେ । ମୋବାଇଲ ସିମକାର୍ଡ ଓ ଯୋଗାଯୋଗ ବିଚ୍ଛିନ୍ନ କରିଦେଇ ପ୍ରେମିକ ଭରସାରେ ରହିଥିଲେ । ଆଉ ବିବାହ କରି ଦୁହେଁ ଶିଖରଚଣ୍ଡି ପାହାଡ଼ ପାଖ ବସ୍ତିରେ ଘରଭଡ଼ା ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ପିଣ୍ଟୁ ବିବାହିତ ବୋଲି ଜାଣିବାକୁ ପାଇଲେ ପ୍ରେମିକା ଶୁଭସ୍ମିତା । ଆଉ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଗତକାଲି (ରବିବାର) ଝୁଲନ୍ତା ଅବସ୍ଥାରେ‌ ପ୍ରେମୀ ଯୁଗଳଙ୍କୁ ଦେଖି ପୋଲିସକୁ ଖବର‌ଦେବା ପରେ ଉଭୟ ପରିବାର ଲୋକେ ମୃତଦେହ ଚିହ୍ନଟ କରିଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ପୁଅ ଘର‌ଲୋକଙ୍କ କହିବା ଅନୁସାରେ ପୁଅ ବିବାହିତ ଥିଲା। ତାର‌ ୫ବର୍ଷର ପୁଅ ମଧ୍ୟ ରହିଛି । ସ୍ତ୍ରୀ ପିଲା ଥାଇ ପୁଅ ଏପରି ସମ୍ପର୍କରେ ରହିବା ପରେ ହୁଏତ କିଛି ଘଟିଛି । ସେପଟେ ଝିଅର‌ ପରିବାର‌ କହିଛନ୍ତି ଶେଷ ଥର‌ପାଇ ୩ ମାସ ତଳେ ଯୋଗାଯୋଗ ହୋଇଥିଲା । ହେଲେ ସେତେବେଳେ‌ ରସୁଲଗଡରେ ରହୁଥିଲା ସେଠୁ ଛାଡି ସେ ବିବାହ‌ କରିଛି ।‌ ଏନେଇ‌ ଜଣାଇ ଘର ସହ ଯୋଗାଯୋଗ ବନ୍ଦ କରିଦେଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.