ETV Bharat / state

ସହି ପାରିଲେନି ସ୍ବାମୀର ପରକୀୟା ପ୍ରୀତି, ଚରମ ନିଷ୍ପତ୍ତି ନେଲା ପତ୍ନୀ !

author img

By ETV Bharat Odisha Team

Published : Aug 31, 2023, 6:43 AM IST

ସ୍ବାମୀର ପରକ୍ରିୟା ପ୍ରିତି ପାଇଁ ଜୀବନ ହାରିଲା ସ୍ତ୍ରୀ
ସ୍ବାମୀର ପରକ୍ରିୟା ପ୍ରିତି ପାଇଁ ଜୀବନ ହାରିଲା ସ୍ତ୍ରୀ

ସ୍ବାମୀର ପରକୀୟା ପ୍ରୀତି ପାଇଁ ଜୀବନ ହାରିଲା ସ୍ତ୍ରୀ । ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା଼କୁ କେନ୍ଦ୍ର କରି ମହିଳା ଜୀବନ ହାରିଛନ୍ତି । ମହିଳାଙ୍କ ସ୍ବାମୀ ଘର ଛାଡି଼ ଫେରାର । ଅଧିକ ପଢ଼ନ୍ତୁ

ଚରମ ନିଷ୍ପତ୍ତି ନେଲା ପତ୍ନୀ

ଜଗତସିଂହପୁର: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀର ପରକୀୟା ପ୍ରୀତି ପାଇଁ ଜୀବନ ହାରିଲା ସ୍ତ୍ରୀ । ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା଼କୁ କେନ୍ଦ୍ର କରି ମହିଳା ଜୀବନ ହାରିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ସ୍ବାମୀ ଘର ଛାଡି଼ ଫେରାର ଥିବାବେଳେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳଛି ଜଗତସିଂହପୁର ଜିଲ୍ଲାରେ ।

ସୂଚନା ଅନୂସାରେ, ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଉପକଣ୍ଠ ବାଉରୀଆପାଳନ୍ଦା ଠାରେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ପ୍ରଦୀପ ଦଳାଇ ନାମକ ଜଣେ ବ୍ୟକ୍ତି ପାଖ ପଡୋଶୀଙ୍କ ଘରେ ପଶି ଜୈନିକ ମହିଳାଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ । ତେବେ ଜୈନିକ ମହିଳା ଜଣଙ୍କ ଉଠି ଚିତ୍କାର କରିଥିଲେ,ଫଳରେ ପ୍ରଦୀପ ସେଠାରୁ ଦୌଡି ପଳାଇ ଯାଇଥିଲେ । ସେପଟେ ପ୍ରଦୀପଙ୍କ ସ୍ତ୍ରୀ ରଶ୍ମିତା ଏହି ଘଟଣା ଜାଣିବା ପରେ ଉଭୟ ସ୍ଵାମୀ ଆଉ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ....ପରକ୍ରୀୟା ପ୍ରୀତିର କରୁଣ ପରିଣତି, ମହିଳାଙ୍କୁ ହାଣିଲା ଯୁବକ


ତେବେ ପତିପତ୍ନୀ ଝଗଡା ମଧ୍ୟରେ ପ୍ରଦୀପଙ୍କ ପତ୍ନୀ ରଶ୍ମିତା ରାଗରେ ଉତ୍ତେଜିତ ହୋଇ ଜୀବନ ହାରିଥିଲେ । ଏହି ଘଟଣା ପରେ ପ୍ରଦୀପ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ରଶ୍ମିତାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି ଅବା ତାଙ୍କ ସ୍ବାମୀ ତାଙ୍କୁ ହତ୍ୟା କରିଛନ୍ତି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ଏନେଇ ଖୋଳତାଡ଼ ଆରମ୍ଭ କରିବା ସହ ପ୍ରଦୀପଙ୍କୁ ଖୋଜାଖୋଜି ଜାରି ରଖିଛି ।

ଅନ୍ୟପକ୍ଷେ ପଡୋଶୀଙ୍କ କହିବା ଅନୁଯାୟୀ, ମୃତ ମହିଳାଙ୍କ ସ୍ୱାମୀ ପ୍ରଦୀପ ପୂର୍ବରୁ ଏକାଧିକ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲେ । ଏହାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳି ଝଗଡା ହେଉଥିଲା । ଏପରିକି ପ୍ରଦୀପର ସ୍ତ୍ରୀ ସ୍ବାମୀର ଏଭଳି କାର୍ଯ୍ୟ ପାଇଁ ଅନେକ ଥର ବାପଘରକୁ ଚାଲିଯାଉଥିଲା । ପୁଣି କିଛି ଦିନପରେ ପ୍ରଦୀପ ଶ୍ବଶୁର ଘରକୁ ଯାଇ ବୁଝାସୁଝା କରି ପତ୍ନୀଙ୍କୁ ଘରକୁ ଆଣୁଥିଲା । କିଛିଦିନ ଯିବାପରେ ପୁଣି ସେହି ସମାନ କାର୍ଯ୍ୟରେ ଲିପ୍ତ ରହୁଥିଲା ପ୍ରଦୀପ । ତେବେ ଏହିଭଳି ଅନେକ ବାର ହୋଇଥିବା କହିଛନ୍ତି ପଡୋଶୀ । ସେପଟେ ସ୍ୱାମୀର ଚରିତ୍ରକୁ ନେଇ ମୃତ ପତ୍ନୀ ଚିନ୍ତାରେ ରହୁଥିଲେ । ଗତ ମଙ୍ଗଳବାର ପଡୋଶୀ ମହିଳାଙ୍କୁ ପ୍ରଦୀପ ଅସଦାଚରଣ ଏଥିରେ ମାନସିକ ଭାରସାମ୍ୟ ହରାଇ ରଶ୍ମିତା ଏହିଭଳି କାର୍ଯ୍ୟ କରିଥାଇ ପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଅନ୍ୟପକ୍ଷେ ପ୍ରଦୀପ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.