ETV Bharat / state

ଦ୍ବିତୀୟ ବିବାହ କରିବେ କି ଅନୁଭବ ? ଜାଣନ୍ତୁ କ'ଣ କହିଲେ ସେ

author img

By ETV Bharat Odisha Team

Published : Dec 24, 2023, 9:11 AM IST

ଅନୁଭବ ମହାନ୍ତି
varsha anubhav divorce

Anubhav-Varsha marital discord: ବର୍ଷା ଅନୁଭବ ଛାଡପତ୍ର ମାମଲା । ହାଇକୋର୍ଟଙ୍କ ରାୟରେ ଖୁସି ବ୍ୟକ୍ତ କଲେ ଅନୁଭବ । ଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ ଏକ ବଡ ସମସ୍ୟାରୁ ମୁକୁଳିଛି ବୋଲି କହିଲେ ଅନୁଭବ । ଅଧିକ ପଢନ୍ତୁ

varsha anubhav divorce

ଭୁବନେଶ୍ବର: ଅଲଗା ହୋଇଯିବେ ଷ୍ଟାର ଦମ୍ପତି ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଅନୁମତି ପରେ ସାମ୍ନାକୁ ଆସିଛି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା । ହାଇକୋର୍ଟଙ୍କ ନିଷ୍ପତ୍ତିରେ ଖୁସି ପ୍ରକାଶ କରିବା ସହ ଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇଛି, ନ୍ୟାୟିକ ବ୍ୟବସ୍ଥା ଉପରେ ୠଣୀ ବୋଲି କହିଛନ୍ତି ଅନୁଭବ । ଏକ ବଡ ସମସ୍ୟାରୁ ମୁଁ ମୁକୁଳିଛି । ବର୍ତ୍ତମାନ ମୋତେ ବହୁତ ହାଲୁକା ଅନୁଭବ ହେଉଛି । ରାଜନୀତି କରେ କି ଅଭିନୟ, ମୁଣ୍ଡକୁ ହାଲୁକା କରି କରିବି । ସେହିପରି ଦ୍ବିତୀୟ ବିବାହ ପରିବାର ଲୋକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ଅନୁଭବ ମହାନ୍ତି କହିଛନ୍ତି ।

ଅନୁଭବ ପ୍ରତିକ୍ରିୟାରେ କହିଛନ୍ତି, ''ଦୀର୍ଘ ବର୍ଷ ଧରି ଯେଉଁ ପରିସ୍ଥିତି ଦେଇ ଗତି କରୁଥିଲି ହାଇକୋର୍ଟ ମୋତେ ସେଥିରେ ନ୍ୟାୟ ଦେଇଛନ୍ତି । ତେଣୁ ମୁଁ ନ୍ୟାୟିକ ବ୍ୟବସ୍ଥା ଉପରେ ୠଣୀ । ଜଗନ୍ନାଥଙ୍କ ଆଶୀର୍ବାଦ ଓ ମୋର ଅଗଣିତ ଦର୍ଶକଙ୍କ ପ୍ରାର୍ଥନା ପାଇଁ ଏହା ସମ୍ଭବ ହୋଇଛି । ସମସ୍ତଙ୍କୁ ଧନ୍ୟବାଦ ସହ ନୂଆ ବର୍ଷର ଅଭିନନ୍ଦନ ଜଣାଉଛି । ବିଳମ୍ବ ହେଉ ପଛେ ନ୍ୟାୟ ମିଳିଲା । ନ୍ୟାୟର ଜୟ ହେଉ ସବୁ କ୍ଷେତ୍ରରେ । ମୁଁ ଯେଉଁ ପରିସ୍ଥିତି ଦେଇ ଗତି କରୁଥିଲି ତା' ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିଲା । ବର୍ତ୍ତମାନ ମତେ ବହୁତ ହାଲୁକା ଅନୁଭବ ହେଉଛି । ''

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ଭରସା ଥିଲା । ଉଚିତ ସମୟରେ ନ୍ୟାୟ ମିଳିଛି, ଏଥିପାଇଁ ମୁଁ କାହାକୁ ଦାୟୀ କରିବି ନାହିଁ । ଆଗକୁ ରାଜନୀତି କରିବି କି ନାହିଁ ତାହା ଜନତା ଓ ମୋ ନେତା ନିଷ୍ପତ୍ତି ନେବେ । ମହାପ୍ରଭୁଙ୍କ ଦୟାରୁ ଗୋଟେ ବଡ ସମସ୍ୟାରୁ ମୁକୁଳିଛି । ଏବେ ମୁଁ ରାଜନୀତି କରେ କି ଅଭିନୟ, ମୁଣ୍ଡ ହାଲୁକା ହୋଇ କରିବି । ବର୍ତ୍ତମାନ ମୋ ପାଇଁ ମୋ ବାପାଙ୍କ ଦେହର ସୁସ୍ଥତା ଗୁରୁତ୍ତ୍ବପୂର୍ଣ । ସେଥିପ୍ରତି ମୁଁ ଧ୍ୟାନ ଦେଉଛି । ମୁଁ ମୋ ଖରାପ ପରିସ୍ଥିତି ପାଇଁ ଲୋକଙ୍କ ସେବା ଯେତିକି କରିବା କଥା କରିପାରିନି ତାହା ଆଗକୁ ଜାରି ରହିବ । ମୁଁ ରାଜନୀତିରେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯୋଗ ଦେଇଥିଲି । କିନ୍ତୁ ଛନ୍ଦ କପଟରେ ଛନ୍ଦି ହୋଇ ଜନତାଙ୍କ ସେବା କରିପାରିଲି ନାହିଁ । ଆଗକୁ ମୋ ନେତା ଯାହା ନିଷ୍ପତ୍ତି ନେବେ ମୁଁ ସେଇ ଅନୁସାରେ କାମ କରିବି । ଛାଡପତ୍ର ନମିଳିଲେ ବି ସେହି ସପକ୍ଷରେ ନ୍ୟାୟ ଆସିଛି, ପ୍ରତିଶ୍ରୁତି ଅନୁସାରେ ଏଥର ମୁଁ ଜନ୍ମଦିନ ପାଳିବି ।

ଦ୍ବିତୀୟ ବିବାହ ନେଇ ପ୍ରଶ୍ନ କରାଯିବାରୁ ଅନୁଭବ କହିଛନ୍ତି, ମୋର ପ୍ରଥମ ବିବାହ ହୋଇନଥିଲା । ଦ୍ବିତୀୟ ବିବାହ କ'ଣ । ଛାଡପତ୍ର ହେଲା ପରେ ଘରଲୋକ ଯାହା ନିଷ୍ପତ୍ତି ନେବେ ତାହା ଉପରେ ମୋ ବାହାଘର ନିର୍ଭର କରେ । ଦ୍ୱିତୀୟ ବାହାଘର ଚର୍ଚ୍ଚାକୁ ପରୋକ୍ଷରେ ଅନୁଭବ ସହମତି ପ୍ରକାଶ କରିଥିବା ବେଳେ ନିମନ୍ତ୍ରଣ ରହିଲା ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ । ଏଥର ନିଜର ଫିଟନେସ ଉପରେ ଧ୍ୟାନ ଦେବା ସହ ଲୋକଙ୍କ ସେବା କରିବି ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.