ETV Bharat / state

ହୀରାକୁଦରୁ ନିଷ୍କାସନ ହେଉଛି ଜଳ; ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା: ସର୍ବୋଚ୍ଚ ଯନ୍ତ୍ରୀ

author img

By ETV Bharat Odisha Team

Published : Sep 14, 2023, 9:35 PM IST

ହୀରାକୁଦରୁ ନିଷ୍କାସନ ହେଉଛି ଜଳ; ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା: ସର୍ବୋଚ୍ଚ ଯନ୍ତ୍ରୀ
ହୀରାକୁଦରୁ ନିଷ୍କାସନ ହେଉଛି ଜଳ; ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା: ସର୍ବୋଚ୍ଚ ଯନ୍ତ୍ରୀ

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି ଯେ, ଆଗରୁ ଜଳସମ୍ପଦ ବିଭାଗ ଯେମିତି ପ୍ରସ୍ତୁତ ଥାଏ, ଏବେ ବି ପ୍ରସ୍ତୁତ ଅଛି । ମହାନଦୀର ଉପର ମୁଣ୍ଡରେ ବର୍ଷା ହୋଇଛି । ମହାନଦୀର ଉପର ମୁଣ୍ଡରେ ହାରାହାରି 40 ଏମଏମ ବର୍ଷା ହୋଇଛି । ହୀରାକୁଦ ମଧ୍ୟକୁ ଜଳ ପ୍ରବେଶ ମଧ୍ୟାହ୍ନ ସୁଦ୍ଧା 1 ଲକ୍ଷ 49 ହଜାର କ୍ୟୁସେକ ଥିଲା । ଜଳ ପ୍ରବେଶର ପିକ 2 ଲକ୍ଷ କ୍ୟୁସେକ ହେବ । ସକାଳ 9 ଟା ସୁଦ୍ଧା 10 ଟା ଗେଟ ଦେଇ ଜଳ ନିଷ୍କାସନ ହେଉଥିଲା । ଅଧିକ ପଢନ୍ତୁ

ହୀରାକୁଦରୁ ନିଷ୍କାସନ ହେଉଛି ଜଳ; ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ମହାନଦୀର ଉପରମୁଣ୍ଡରେ ହାରାହାରି 37 ମିମି ବର୍ଷା ହୋଇଛି । ମଧ୍ୟାହ୍ନ ସୁଦ୍ଧା ହୀରାକୁଦର ଜଳସ୍ତର 628.69 ରହିଛି । ହୀରାକୁଦକୁ ପ୍ରାୟ 1.50 ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବାବେଳେ 2 ଲକ୍ଷ କ୍ୟୁସେକରୁ ଅଧିକ ନିଷ୍କାସନ ହେଉଛି । ହୀରାକୁଦରୁ 14 ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ତେବେ ଆଜି ରାତି ସୁଦ୍ଧା ଖଇରମାଳରେ ସାଢ଼େ 4 ଲକ୍ଷରୁ 5 ଲକ୍ଷ କ୍ୟାସେକ ବନ୍ୟା ଜଳ ପ୍ରଭାହିତ ହେବ । ଏହାର 24 ଘଣ୍ଟା ପରେ ମୁଣ୍ଡଳୀଠାରେ ସମାନ ମାତ୍ରାରେ ବନ୍ୟାଜଳ ପ୍ରଭାହିତ ହେବ । ତେବେ ଏହା ମହାନଦୀର ତଳ ଭାଗରେ କୌଣସି ପ୍ରକାର ବନ୍ୟା ପରିସ୍ଥିତି ଉପୁଜାଇବା ନାହିଁ । ଏହା କହିଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ଏହାବି ପଢନ୍ତୁ- ଖୋଲିଲା ହୀରାକୁଦର ଆଉ ୧୨ ଗେଟ, ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି ଯେ, ଆଗରୁ ଜଳସମ୍ପଦ ବିଭାଗ ଯେମିତି ପ୍ରସ୍ତୁତ ଥାଏ, ଏବେ ବି ପ୍ରସ୍ତୁତ ଅଛି । ମହାନଦୀର ଉପର ମୁଣ୍ଡରେ ବର୍ଷା ହୋଇଛି । ମହାନଦୀର ଉପର ମୁଣ୍ଡରେ ହାରାହାରି 40 ଏମଏମ ବର୍ଷା ହୋଇଛି । ହୀରାକୁଦ ମଧ୍ୟକୁ ଜଳ ପ୍ରବେଶ ମଧ୍ୟାହ୍ନ ସୁଦ୍ଧା 1 ଲକ୍ଷ 49 ହଜାର କ୍ୟୁସେକ ଥିଲା । ଜଳ ପ୍ରବେଶର ପିକ 2 ଲକ୍ଷ କ୍ୟୁସେକ ହେବ । ସକାଳ 9 ଟା ସୁଦ୍ଧା 10 ଟା ଗେଟ ଦେଇ ଜଳ ନିଷ୍କାସନ ହେଉଥିଲା । ଅପରାହ୍ନ 2.30 ରେ ଆଉ 4ଟି ଗେଟ ଖୋଲିବାକୁ ନିଷ୍ପତ୍ତି ହୋଇଛି । ମୋଟ 14ଟି ଗେଟ ଦ୍ୱାରା ହୀରାକୁଦରୁ ଜଳ ନିଷ୍କାସନ ହେଉଛି । ହୀରାକୁଦର ବାମ ପଟରେ 9ଟି ଓ ଦକ୍ଷିଣ ପଟରେ 5ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ହୀରାକୁଦର ଜଳସ୍ତର ମଧ୍ୟାହ୍ନରେ 628.69 ରହିଥିଲା ।

ଖଇରମାଳରେ ବର୍ତ୍ତମାନ 1 ଲକ୍ଷ 46 ହଜାର କ୍ୟୁସେକ ବନ୍ୟା ଜଳ ପ୍ରଭାବିତ ହେଉଛି । ପଥରଲାରେ 78 ହଜାର କ୍ୟୁସେକ, ବାରମୂଳରେ 90 ହଜାର କ୍ୟୁସେକ, ମୁଣ୍ଡୁଳିରେ 92 ହଜାର କ୍ୟୁସେକ ଓ ବେଲଗାଁରେ 30 ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ଆଜି ରାତି 9 ପରେ ଖଇରମାଳରେ ପିକ ଫ୍ଲୋ ସାଢେ 4 ଲକ୍ଷରୁ 5 ଲକ୍ଷ ବନ୍ୟାଜଳ ପ୍ରବାହିତ ହେବ । ଏହାର ଆଉ 24 ଘଣ୍ଟା ପରେ ବା 16 ତାରିଖରେ ମୁଣ୍ଡୁଳୀରେ ସେହି ପିକ ଜଳ ପହଁଚିବ । ତାହା ମଧ୍ୟ ସାଢ଼େ 4 ଲକ୍ଷରୁ 5 ଲକ୍ଷ ରହିବ । ବଂଶଧରରେ, ଇନ୍ଦ୍ରାବତୀ, କୋଲାବ, ନଗାବଳୀରେ କ୍ୟାଚମେଣ୍ଟରେ ବର୍ଷା ହୋଇଛି । ଜଳ ନଥିବାରୁ ଜଳ ଭଣ୍ଡାର ଅସୁବିଧା ସ୍ଥିତିରେ ଥିଲା । ବର୍ଷା ହେବାରୁ ଜଳସ୍ତର ବୃଦ୍ଧି ପାଇଛି । ଇନ୍ଦ୍ରାବତୀରେ 42 ପ୍ରତିଶତ ଜଳ ଥିଲା । କୋଲାବରେ 58 ପ୍ରତିଶତ ଜଳ ଥିଲା । ହୀରାକୁଦର ତାଳସ୍ତରରେ ଅର୍ଥାତ ମହାନଦୀ ବେସିନରେ ବର୍ଷା ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.