ETV Bharat / state

ଗ୍ରିଭାନ୍ସର ଅର୍ଥ ନୁହେଁ ଶାସକ ଦଳକୁ ନିର୍ବାଚିତ କରିବାକୁ କହିବା: ନରସିଂହ

author img

By ETV Bharat Odisha Team

Published : Sep 28, 2023, 9:47 PM IST

Updated : Sep 28, 2023, 10:14 PM IST

MLA Narasingha Mishra on 5T issue
MLA Narasingha Mishra on 5T issue

ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି । ଗ୍ରିଭାନ୍ସର ଅର୍ଥ ପଇସା ବାଣ୍ଟିବା ନୁହେଁ କହିଲେ କଂଗ୍ରେସ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ

ଗ୍ରିଭାନ୍ସର ଅର୍ଥ ନୁହେଁ ଶାସକ ଦଳକୁ ନିର୍ବାଚିତ କରିବାକୁ କହିବା: ନରସିଂହ

ଭୁବନେଶ୍ବର: 5T ସଚିବ ପ୍ରସଙ୍ଗକୁ ନେଇ କ୍ରମାଗତ ଭାବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗକୁ ନେଇ କହିଛନ୍ତି ଯେ ଗ୍ରିଭାନ୍ସର ଅର୍ଥ ପଇସା ବାଣ୍ଟିବା କି ଶାସକ ଦଳକୁ ନିର୍ବାଚିତ କରିବାକୁ ନୁହେଁ । ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ କହିବା ଠିକ ନୁହେଁ । ଏହା ଅଗଣତାନ୍ତ୍ରିକ । ଆନ୍ଦୋଳନରତଙ୍କୁ ନ୍ୟାୟ ଓ ରାଜ୍ୟରେ ସଚିବ ଶାସନକୁ ନେଇ ବର୍ଷିଛନ୍ତି ନରସିଂହ ।

ନରସିଂହ କହିଛନ୍ତି,"ଗାନ୍ଧୀମାର୍ଗରେ ବିଭିନ୍ନ ସଂଗଠନ ଆନ୍ଦୋଳନ କରୁଛନ୍ତି । ସେ ତାଙ୍କ ହକ ମାଗୁଛନ୍ତି । ସିଏମଓ କାହିଁକି ତାଙ୍କ ସମସ୍ୟା ବୁଝିବାକୁ ଯାଉନାହିଁ । ଲୋକଙ୍କ କଥା ବୁଝିବା ପାଇଁ ସିଏମଓ ଯାଉଥିବା ଶାସକ ଦଳ ପକ୍ଷରୁ କୁହାଯାଉଛି । କିନ୍ତୁ ବାସ୍ତବରେ ବରଗଡ଼ ସଭାରେ କହିଲେ ମୋର ବ୍ୟକ୍ତିଗତ ସଚିବଙ୍କୁ ଆପଣଙ୍କ ସମସ୍ୟା ବୁଝିବାକୁ ଛାଡିଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ଯାଉଛି କି ୫ଟି ଆସୁଛନ୍ତି । କିନ୍ତୁ ଏଠି ଏତେ ଦ୍ଵନ୍ଦ କଣ ପାଇଁ ସୃଷ୍ଟି କରିଛନ୍ତି ସରକାର ।"

ଏହା ବି ପଢନ୍ତୁ- 'କନଫ୍ୟୁଜ ଅଛନ୍ତି ନବୀନ, ଯଦି ଜଣେ ସବୁ ବୁଝିଦେବେ ଏତେ ଖର୍ଚ୍ଚ କାହିଁକି'

ଏନେଇ ନରସିଂହ ଆହୁରି କହିଛନ୍ତି, "ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କୁ ଚୌକି ବୋହିବା, ଗାତ ଖୋଳିବା ଓ ଲୋକଙ୍କୁ ଆଣି ସଚିବଙ୍କ ସଭା ବାନ୍ଧିବା ପାଇଁ ଅଛନ୍ତି । ଯାହା ସେହି ଦୃଶ୍ୟ ଗୁଡ଼ିକ ପ୍ରମାଣ କରୁଛି । ଗ୍ରିଭାନ୍ସ କଥା କହୁଛନ୍ତି କିନ୍ତୁ ଛାତ୍ର ମାନେ କଣ ଗ୍ରିଭାନ୍ସ ପାଇଁ ଯାଉଥିଲେ କି ? ଯଦି ଯାଇଥିଲେ ସେ ସମସ୍ୟା କେତେ କାମ ହୋଇଛି ତାହା କାଲି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ହିଁ ବାସ୍ତବ ଜଣା ପଡ଼ୁଛି । ଗୃହକୁ ବିଭ୍ରାନ୍ତ କରାଯାଉଛି ଆଉ କିଛି ନାହିଁ । "

ଏହା ବି ପଢନ୍ତୁ- Assembly News: ବିରୋଧୀଙ୍କ ଅଭିଯୋଗ, ସାମ୍ବିଧାନିକ ବ୍ୟବସ୍ଥାରେ ଚାଲୁନାହିଁ ଶାସନ ବ୍ୟବସ୍ଥା !

ଗ୍ରିଭାନ୍ସର ସଂଜ୍ଞା ବୁଝାଇ ନରସିଂହ କହିଛନ୍ତି ଯେ ଗ୍ରିଭାନ୍ସର ଅର୍ଥ ନୁହେଁ ପଇସା ବାଣ୍ଟିବା । ଗ୍ରିଭାନ୍ସର ଅର୍ଥ ନୁହେଁ କି ଶାସକ ଦଳକୁ ନିର୍ବାଚିତ କରିବାକୁ କହିବା । ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ କହିବା ଠିକ ନୁହେଁ । ଏହା ଅଗଣତାନ୍ତ୍ରିକ । କାଲିକି ହୁଏତ କହିପାରନ୍ତି ମୋ ବ୍ୟକ୍ତିଗତ ସଚିବ ବିଧାନସଭାରେ ଉତ୍ତର ଦେବ । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଗୁମାସ୍ତା ଶାସନ ଚାଲିଛି । ତାଙ୍କ ଉପରେ ତଦନ୍ତ କରିବାକୁ କେନ୍ଦ୍ର ସରକାର ଚିଠି କରିଛନ୍ତି । କିନ୍ତୁ ତାହା ହୋଇ ପାରୁନି କାହିଁକି ? ଆଉ ବିଜେପି ସଦସ୍ୟ ଗୃହରେ କହୁଛନ୍ତି ଠିକ୍ କଥା । କିନ୍ତୁ ବାସ୍ତବରେ ବିଜେପି ନେତା ତଥା ଗୃହମନ୍ତ୍ରୀ ଆସି ସଚିବଙ୍କ ସହ ୱାନ ଟୁ ୱାନ କରିବାର ମାନେ କଣ ?

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 28, 2023, 10:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.