ETV Bharat / state

ସିବିଆଇ ତଦନ୍ତକୁ ସ୍ୱାଗତ, ମୃତକଙ୍କ ଚିହ୍ନଟ ଓ ଆହତଙ୍କ ଚିକିତ୍ସାକୁ ଦିଆଯାଉଛି ଗୁରୁତ୍ୱ: ରାଜସ୍ବ ମନ୍ତ୍ରୀ

author img

By

Published : Jun 5, 2023, 8:48 PM IST

ମୃତକଙ୍କ ଚିହ୍ନଟ ଓ ଆହତଙ୍କ ଚିକିତ୍ସାକୁ ଗୁରୁତ୍ୱ: ରାଜସ୍ୱ ମନ୍ତ୍ରୀ
ମୃତକଙ୍କ ଚିହ୍ନଟ ଓ ଆହତଙ୍କ ଚିକିତ୍ସାକୁ ଗୁରୁତ୍ୱ: ରାଜସ୍ୱ ମନ୍ତ୍ରୀ

ପ୍ରମିଳା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା କରିପାରିବା କଥା ତାହା ହୋଇଛି । ଓଡ୍ରାଫ, ଅଗ୍ନିଶମ, ସ୍ବେଚ୍ଛାସେବୀ ଓ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ହୋମଗାର୍ଡରୁ ଡିଜି ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ଥିଲେ । ମୃତାହତଙ୍କ ଚିତ୍କାର, ସଂପର୍କୀୟଙ୍କ କାନ୍ଦ ଆଉ ବୋବାଳିରେ ଅଞ୍ଚଳ ଫାଟି ପଡୁଥିଲା । ଅଧିକ ପଢନ୍ତୁ

ମୃତକଙ୍କ ଚିହ୍ନଟ ଓ ଆହତଙ୍କ ଚିକିତ୍ସାକୁ ଗୁରୁତ୍ୱ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ବର: ବାଲେଶ୍ଵର ରେଳ ଦୁର୍ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାସ୍ଥଳରେ ପ୍ରଥମେ ପହଞ୍ଚିଥିଲେ ରାଜସ୍ବ ଏବଂ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳାଙ୍କ ନେତୃତ୍ବରେ ହୋଇଥିଲା ବିପର୍ଯ୍ୟୟ ମୁକାବିଲାର ମହାପ୍ଲାନ । ପ୍ରଧାନମନ୍ତ୍ରୀଙ୍କ ପରି ହାଇପ୍ରୋଫାଇଲ ନେତାଙ୍କ ଗସ୍ତ ହେଉ ଉଦ୍ଧାର କାର୍ଯ୍ୟ, ସବୁ କିଛିର ନେତୃତ୍ବ ନେଇଥିଲେ ପ୍ରମିଳା । ଉଦ୍ଧାର କାର୍ଯ୍ୟ, ମୃତଦେହ ଚିହ୍ନଟ, ସିବିଆଇ ତଦନ୍ତ ଓ ମୃତକଙ୍କ ସଂଖ୍ୟା ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା ।

ପ୍ରମିଳା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା କରିପାରିବା କଥା ତାହା ହୋଇଛି । ଓଡ୍ରାଫ, ଅଗ୍ନିଶମ, ସ୍ବେଚ୍ଛାସେବୀ ଓ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ହୋମଗାର୍ଡରୁ ଡିଜି ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ଥିଲେ । ମୃତାହତଙ୍କ ଚିତ୍କାର, ସଂପର୍କୀୟଙ୍କ କାନ୍ଦ ଆଉ ବୋବାଳିରେ ଅଞ୍ଚଳ ଫାଟି ପଡୁଥିଲା । ତାହା ଭିତରେ ଉଦ୍ଧାର କାର୍ଯ୍ୟ ହୋଇଛି । ଆହତଙ୍କ ଚିକିତ୍ସା କାର୍ଯ୍ୟ ଚାଲିଛି । ତା ସହିତ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

ଏହାବି ପଢନ୍ତୁ- Interlocking System: ଇଣ୍ଟରଲକିଂ ସିଷ୍ଟମ କଣ ? ଟ୍ରେନ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ

ଟ୍ରେନ ଟ୍ରାଜେଡିରେ ସିବିଆଇ ତଦନ୍ତକୁ ସ୍ବାଗତ କରିଛନ୍ତି ରାଜ୍ୟ ସରକାର । ସରକାର ଓ ଶାସକ ଦଳ ବିଜେଡି ପକ୍ଷରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସ୍ବାଗତ କରିଛନ୍ତି । ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଯେ, ଭଲ ହୋଇଛି ସିବିଆଇ ତଦନ୍ତ ଦିଆଯାଇଛି । ଯିଏ ଦୋଷୀ ସେ ଦଣ୍ଡ ପାଇବ । ସିବିଆଇ ତଦନ୍ତ ହେଲେ ତ ଲୋକଙ୍କ ଜୀବନ ଫେରି ଆସିବନି କିନ୍ତୁ ତଦନ୍ତ ହେଲେ ଦୋଷୀ ଧରା ପଡ଼ିବ । ସିବିଆଇ ତଦନ୍ତ କରୁଛନ୍ତି ଠିକ ଜିନିଷ ଧରା ପଡ଼ିବ । ଯେଉଁମାନେ ସମ୍ପୃକ୍ତ ଥିବେ ସେମାନେ ସାମ୍ନାକୁ ଆସିବେ । ନିଶ୍ଚିତ ଭାବେ କିଛି ଭୁଲ ଭଟକା ଯୋଗୁଁ ଏହି ଘଟଣା ଘଟିଛି ତେଣୁ ଆମେ ସିବିଆଇ ତଦନ୍ତକୁ ସ୍ବାଗତ କରୁଛୁ ।

ମୃତକଙ୍କ ସଂଖ୍ୟା ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ କୌଣସି ମୃତ୍ୟୁ ଲୁଚା ଯାଇନି । ଆମେ ପ୍ରାଣ ପ୍ରଣେ ଉଦ୍ୟମ କରି ସବୁ ମୃତଦେହ ବାହାର କରିଛୁ । କୌଣସି ଜିନିଷ ଚପା ଯାଇନାହିଁ । ତଥ୍ୟ ଲୁଚେଇଲେ କାହାର କଣ ଲାଭ ହେବ । କଣ ପାଇଁ ଆମେ ଲୁଚେଇବୁ । ସମସ୍ତେ ତନ୍ନ ତନ୍ନ କରି ଦେଖିଛନ୍ତି । କେଉଁଠି କିଛି ଲୁଚା ଯାଇନାହିଁ । ଦୁର୍ଘଟଣାରେ ତ୍ବରିତ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଦୁର୍ଘଟଣାର ସୂଚନା ମିଳିବା କ୍ଷଣି ମୋ ସହିତ ୪ ଅଧିକାରୀଙ୍କୁ ଘଟଣା ସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାର ଦେଢ଼ ଘଣ୍ଟା ମଧ୍ୟରେ ମୁଁ ଘଟଣାସ୍ଥଳରେ ପହଞ୍ଚିଥିଲି । ସେଠାରେ ମୁଁ ଆଗେ ପହଁଚି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଁ ସବୁ ବ୍ୟବସ୍ଥା କରିଛି । ଘଟଣାସ୍ଥଳରେ ପୂର୍ବାଞ୍ଚଳ ଆଇଜି, ଜିଲାପାଳ ଓ ଏସପି ଉପସ୍ଥିତ ଥିଲେ ।

ଏହାବି ପଢନ୍ତୁ- ୧୯୯୯ ପରେ ରାଜ୍ୟ ବଡ଼ ବିପତ୍ତିକୁ ସାମ୍ନା କଲା: ମୁଖ୍ୟ ଶାସନ ସଚିବ

ରାଜନୀତି କରିବାର ଇଏ ସମୟ ନୁହେଁ । ଅନେକ ଲୋକ ଚିକିତ୍ସିତ ହେଉଛନ୍ତି ଅନେକ ଲୋକଙ୍କ ଜୀବନ ଯାଇଛି । ସେମାନଙ୍କ ସହ ଛିଡ଼ା ହେବାର ଇଏ ସମୟ । ରାଜନୀତି କରିବା ପାଇଁ ବହୁତ ସମୟ ଅଛି । ଯେଉଁମାନେ ଏଇ ଘଟଣାକୁ ନେଇ ରାଜନୀତି କରୁଛନ୍ତି ସେମାନେ ଆଗ ଆହତ ଓ ମୃତ୍ୟୁ ବ୍ୟକ୍ତି ପରିବାର ସହ ଯାଇକି ଛିଡ଼ା ହୁଅନ୍ତୁ । ଆଉ ସାନ୍ତ୍ବନା ଦିଅନ୍ତୁ । କହିବା ବଦଳରେ ଯାଇକି କିଛି କରନ୍ତୁ । ଘଟଣାକୁ ନେଇ ରାଜନୀତି ନ କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.