ETV Bharat / state

ଲକ୍ଷ୍ମୀସାଗର ଓସ୍କାର ସିଟିରେ ଜଳିଗଲା SBI ଏଟିଏମ୍

author img

By

Published : Dec 6, 2022, 8:10 AM IST

ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ଜଳିଗଲା ଏସବିଆଇ ଏଟିଏମ୍ । ଅଧିକ ପଢ଼ନ୍ତୁ

ଲକ୍ଷ୍ମୀସାଗର ଓସ୍କାର ସିଟିରେ ଜଳିଗଲା SBI ଏଟିଏମ୍
ଲକ୍ଷ୍ମୀସାଗର ଓସ୍କାର ସିଟିରେ ଜଳିଗଲା SBI ଏଟିଏମ୍

ଭୁବନେଶ୍ବର : ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ଜଳିଗଲା ଏସବିଆଇ ଏଟିଏମ୍(Fire break out in SBI ATM) । ଏଭଳି ଅଭାବନୀୟ ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ଓସ୍କାର ସିଟିରେ । ତେବେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ଥିଲା । ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ସେପଟେ ନିଆଁ ବ୍ୟାପିବା ଦେଖି ଇଲେକ୍ଟ୍ରି ଡିପାର୍ଟମେଣ୍ଟ ସହାୟତାରେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରାବରାହ ବିଚ୍ଛିନ୍ନ କରାଯାଇଥିଲା। ଏପରିକି କିଛି ସମୟ ଯାଏଁ ନିକଟସ୍ଥବାସୀଙ୍କୁ ଘରୁ ବାହାରିବାକୁ ମନା କରାଯାଇଥିଲା । ଏହି ଦୁର୍ଘଟଣାରେ ATM ମେସିନଟି ସମ୍ପୂର୍ଣ୍ଣ ଜଳି ଯାଇଛି । ATM ରେ ଥିବା କ୍ୟାସ ମଧ୍ୟ ପୋଡିଯାଇଥିବା ସନ୍ଦେହ କରାଯାଉଛି । ତେବେ କେତେ ଟଙ୍କା ପୋଡ଼ି ଯାଇଛି ସେନେଇ ଅନୁସନ୍ଧାନ ଜାରି ରହିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.