ETV Bharat / state

Assembly News: ସଶସ୍ତ୍ର ହେବେ ଅବକାରୀ ଅଧିକାରୀ

author img

By

Published : Nov 26, 2022, 7:34 PM IST

Etv Bharat
Etv Bharat

ସଶସ୍ତ୍ର ହେବେ ଅବକାରୀ ଅଧିକାରୀ ଓ କର୍ମଚାରୀ । ଗୃହ ବିଭାଗ ଜରିଆରେ ସେମାନଙ୍କୁ ଦିଆଯିବ ତାଲିମ । ଏନେଇ ପ୍ରଶ୍ନକାଳ (Assembly Question Hour) ରେ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ଅଧିକ ପଢନ୍ତୁ

ଭୁବନେଶ୍ବର: ସଶସ୍ତ୍ର ହେବେ ଅବକାରୀ ଅଧିକାରୀ ଓ କର୍ମଚାରୀ । ଗୃହ ବିଭାଗ ଜରିଆରେ ସେମାନଙ୍କୁ ଦିଆଯିବ ତାଲିମ । ଏନେଇ ପ୍ରଶ୍ନକାଳ (Assembly Question Hour) ରେ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ।

ଏହାବି ପଢନ୍ତୁ- Winter Session of Assembly: ଚାଷୀ ପ୍ରସଙ୍ଗରେ ବିଜେପି-କଂଗ୍ରେସ ମୁହାଁମୁହିଁ, ଜବାବ ରଖିଲେ ମନ୍ତ୍ରୀ

ନିଶା ଦ୍ରବ୍ୟ ଚଢ଼ାଉ ସମୟରେ ନିଶା ବେପାରୀଙ୍କ ଦ୍ଵାରା ଆକ୍ରମଣର ଶିକାର ହେଉଛନ୍ତି ବହୁ ଅବକାରୀ ଅଧିକାରୀ କର୍ମଚାରୀ । ଏନେଇ ଅଭିଯୋଗର ତାଲିକା ବଢିବାରେ ଲାଗିଛି । ତେଣୁ ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ସଶକ୍ତ ଓ ସଶସ୍ତ୍ର କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।

ଏହାବି ପଢନ୍ତୁ- Odisha Assembly: ମେକ ଇନ ଓଡ଼ିଶା ଜରିଆରେ ହେବ ରାଜ୍ୟ ପର୍ଯ୍ୟଟନର ବିକାଶ

ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଅବକାରୀ ମନ୍ତ୍ରୀ । ଅବକାରୀ ନୀତି ଅନୁସାରେ ଖୁବ ଶୀଘ୍ର ଅବକାରୀ ଅଧିକାରୀଙ୍କୁ ବନ୍ଧୁକ ଦିଆଯିବ । ଯାହା ଦ୍ୱାରା ସେମାନେ ଚୋରା ନିଶା ବେପାରୀଙ୍କ ମୁକାବିଲା କରିବେ । ବନ୍ଧୁକ ଚଳାଇବା ଟ୍ରେନିଂ ଗୃହ ବିଭାଗ ଦେବ ବୋଲି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଗୃହରେ ବିବୃତି ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.