ETV Bharat / state

Etv Bharat Ground Report: ଖୋର୍ଦ୍ଧାରେ ବନ୍ୟା ସ୍ଥିତି, ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ହିରିମୂଳ

author img

By

Published : Aug 5, 2023, 4:41 PM IST

ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତ ଅଧିନସ୍ଥ ହିରିମୂଳ ଗ୍ରାମରେ ବନ୍ୟା ସ୍ଥିତି । ଲଘୁଚାପ ଜନିତ ପ୍ରବଳ ବର୍ଷା ସାଙ୍ଗକୁ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାରୁ ହିରିମୂଳ ଗ୍ରାମ ପାଣି ଘେରରେ ରହିଛି ।

flood like situation in hirimul village
ଖୋର୍ଦ୍ଧାରେ ବନ୍ୟା ସ୍ଥିତି

ଖୋର୍ଦ୍ଧାରେ ବନ୍ୟା ସ୍ଥିତି

ଖୋର୍ଦ୍ଧା: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ତଳ ମୁଣ୍ଡରେ ଅବବାହିତ ହେଉଥିବା ରାଜୁଆ, ଦୟା ଓ ମକରା ନଦୀରେ ପ୍ରବଳ ମାତ୍ରରେ ବନ୍ୟାଜଳ ପ୍ରବାହିତ ହେବା କାରଣରୁ ପଛୁଆ ପାଣିରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଏହାଦ୍ୱାରା ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତ ଅଧିନସ୍ଥ ହିରିମୂଳ ଗ୍ରାମଟି ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ବୈତରଣୀରେ ବନ୍ୟା: ପାଣିରେ ଉବୁଟୁବୁ ଭଦ୍ରକ ଜିଲ୍ଲାର 3ଟି ବ୍ଲକ, ବ୍ୟାପକ କ୍ଷୟକ୍ଷତି

ଖୋର୍ଦ୍ଧା ବ୍ଲକରର ବିଭିନ୍ନ ଅଞ୍ଚଳରେ ବନ୍ୟାସ୍ଥିତି ଦେଖିବାକୁ ମିଳିଛି । ବିଶେଷ କରି ଓରବରସିଂ, ବ୍ରଜମୋହନପୁର ଓ ନରଣଗଡ଼ ପଞ୍ଚାୟତର ଶହଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଏହି ଅଞ୍ଚଳ ଜିଲ୍ଲାର ଏକମାତ୍ର ତଳିଆ ଅଞ୍ଚଳ ହୋଇଥିବାରୁ ପ୍ରତିବର୍ଷ ବର୍ଷା ଆସିଲେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ଆଗକୁ ବନ୍ୟା ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା ଥିବାରୁ 35ଟି ପରିବାରର ପ୍ରାୟ 200ରୁ ଊର୍ଦ୍ଧ୍ବ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଗ୍ରାମ ଭିତରେ ଆଣ୍ଠୁଏ ଉଚ୍ଚରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ବୁଡ଼ିଯାଇ ବନ୍ୟାଜଳର ସୁଅ ଛୁଟିଛି । ଲୋକେ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି । ଡଙ୍ଗା ସାହାଯ୍ୟରେ ଲୋକେ ଯାତାୟତ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Odisha Flood: ବର୍ଷା ଓ ବନ୍ୟାରେ 21 ଜିଲ୍ଲା ବେହାଲ; 2 ମୃତ୍ୟୁ, 4.11 ଲକ୍ଷ ପ୍ରଭାବିତ

ଏହା ମଧ୍ୟ ପଢ଼ନ୍ତୁ: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୫ ଗେଟ୍, ମୋଟ ୧୭ଟି ଗେଟ୍ ଯୋଗେ ବନ୍ୟାଜଳ ନିଷ୍କାସନ

ସେପଟେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛି । ଜିଲ୍ଲାପାଳ,ଉପ ଜିଲ୍ଲାପାଳ, ବିଡ଼ିଓ ପହଞ୍ଚି ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ବନ୍ୟା ପୀଡିତଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ହିରିମୂଳ ଗ୍ରାମରେ ରାନ୍ଧଖାଦ୍ୟ ଯୋଗାଣଠାରୁ ଆରମ୍ଭକରି ପାନୀୟଜଳ, ମେଡ଼ିସିନ, ଗୋଖାଦ୍ୟ ଆଦି ଯୋଗାଇ ଦିଆଯାଇଛି । ବନ୍ୟା ବିପନ୍ନମାନଙ୍କ ଯାତାୟତ ପାଇଁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁଇଟି ବୋଟ ଯୋଗାଇ ଦିଆଯିବା ସହ ଅତି ଆବଶ୍ୟକ ସ୍ଥଳେ ସ୍ଥାନୀୟ ଲେଖନପୁର ଓ ମାନପୁରଠାରେ ନିର୍ମିତ ବାତ୍ୟା ଆଶ୍ରୟସ୍ଥଳୀରେ ରହିବା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡ଼ିଲେ ଘରୋଇ ଡଙ୍ଗା ମାଲିକଙ୍କ ସହ ଆଲୋଚନା କରି ଡଙ୍ଗା ଚଳାଇବା ନେମନ୍ତେ ପ୍ରଶାସନ ପକ୍ଷରୁ କୁହାଯାଇଛି ।



ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.