ETV Bharat / state

ପାୱାର କଟ୍ ନୁହେଁ, ଯାନ୍ତ୍ରିକ ତ୍ରୁଟି ପାଇଁ ଲାଇନ କଟୁଛି: ଶକ୍ତି ମନ୍ତ୍ରୀ

author img

By

Published : Jun 1, 2023, 8:34 PM IST

Updated : Jun 1, 2023, 8:59 PM IST

Etv Bharat
Etv Bharat

ରାଜ୍ୟରେ ପାୱାର କଟ୍ ହେଉନି ବୋଲି ଦୋହରାଇଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେଵ। ଯାନ୍ତ୍ରିକ ତ୍ରୁଟି ପାଇଁ ଲାଇନ କଟୁଛି ବୋଲି ମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ

ପାୱାର କଟ୍ ନୁହେଁ, ଯାନ୍ତ୍ରିକ ତ୍ରୁଟି ପାଇଁ ଲାଇନ କଟୁଛି: ଶକ୍ତି ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମରେ ସିଝୁଛନ୍ତି ରାଜ୍ୟବାସୀ । ଅସହ୍ୟ ଗରମ ସହ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ପାୱାର କଟ୍‌ ଲୋକଙ୍କ ଚିନ୍ତା ବଢାଇଛି । ଏନେଇ ସଫେଇ ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ରାଜ୍ୟରେ ପାୱାର କଟ୍ ହେଉନାହିଁ ବୋଲି ଦୋହରାଇାଇଛନ୍ତି ମନ୍ତ୍ରୀ । ପାୱାର କଟ୍ ନୁହେଁ, ଯାନ୍ତ୍ରିକ ତ୍ରୁଟି ପାଇଁ ଲାଇନ କଟୁଛି ବୋଲି ମନ୍ତ୍ରୀ କହିଛନ୍ତି ।

ଏ ନେଇ ସେ କହିଛନ୍ତି, "ପାୱାର କଟ୍ ନୁହେଁ, ଯାନ୍ତ୍ରିକ ତ୍ରୁଟି ପାଇଁ ଲାଇନ କଟୁଛି । ଏବେ ଯେଉଁ କିଛି ସ୍ଥାନରେ ୨/୪ ଘଣ୍ଟା ଲାଇନ ରହୁନି, ତାହା ଯାନ୍ତ୍ରିକ ତ୍ରୁଟି । କାଳବୈଶାଖୀ, ଓଭରଲୋଡିଂ, ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ଲାଇନ ଯାଉଛି । କେଉଁଠି ଯାଇଥିବ ମନା କରୁନି, ତାହା ଯାନ୍ତ୍ରିକ ତ୍ରୁଟି, ପାୱାର କଟ୍ ନୁହେଁ । ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉନାହିଁ, କିନ୍ତୁ ବିଦ୍ୟୁତ ଭିତ୍ତିଭୂମି ଦୁର୍ବଳ ଅଛି ଯାହା ଫଳରେ ପାୱାର ଟ୍ରିପ ହେଉଛି । ୨୦୨୫ ସୁଧା ଭିତ୍ତି ଭୂମି ସଜାଡ଼ିବା ପାଇଁ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର। ଆଗାମୀ ଦିନରେ ଏଭଳି ପରିସ୍ଥିତ ହେବ ନାହିଁ ବୋଲି ଆଶା ରହିଛି ।"

ଏହା ବି ପଢନ୍ତୁ- ପାୱାର କଟ ନୁହେଁ, ଓଭର ଲୋଡିଂ ପାଇଁ ଟ୍ରିପ କରୁଛି ଲାଇନ: ଶକ୍ତିମନ୍ତ୍ରୀ

ପ୍ରତି ବର୍ଷ ରାଜ୍ୟ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଥାଏ । ତାର ମୁକାବିଲା ପାଇଁ ରାଜ୍ୟ ସରକାର ଓଡ଼ିଆ ଉପକୂଳବର୍ତ୍ତୀ ତଥା ବାତ୍ୟା ପ୍ରଭାବିତ ଜିଲ୍ଲାରେ ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ପାଇଁ ଯୋଜନା ହୋଇଛି । ରାଜ୍ୟ ସରକାର ନିଜ ଖର୍ଚ୍ଚରେ କରୁଛନ୍ତି । ଭୁବନେଶ୍ବର ଆଦିରେ ଅଣ୍ଡର ଗ୍ରାଉଣ୍ଡ କାମା ୩ଟି ସ୍ଥାନରେ ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ହୋଇଛି ବୋଲି ବିଭାଗ ସୂଚନା ଦେଇଛି। ୨୦୧୯ ମସିହାରେ OPGCର ପୂର୍ବ ଉତ୍ପାଦନ କ୍ଷମତା ୪୨୦ ମେଗାୱାଟ ସହ ଅତିରିକ୍ତ ୧୩୨୦ ମେଗାୱାଟ କ୍ଷମତା ଯୋଗ କରାଯାଇ ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରାଯାଇଛି ।

ଏହି ଅବଧି ମଧ୍ୟରେ GRIDCO ଦ୍ବାରା ୨୨୦୦ ମେଗାୱାଟରୁ ଊର୍ଦ୍ଧ୍ବ ଅକ୍ଷୟ ଶକ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହାଦ୍ବାରା ରାଜ୍ୟରେ ଅକ୍ଷୟ ଶକ୍ତିର ଅଂଶ ୨୦୧୮-୧୯ରେ ୨.୭୪% ୨୦୨୨-୨୩ରେ ପ୍ରାୟ ୧୦.୭% କୁ ବୃଦ୍ଧି ପାଇଛି । ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୦ GW ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ପାଇଁ ଏକ ପ୍ରଗତିଶୀଳ ଅକ୍ଷୟ ଶକ୍ତି ନୀତି, ୨୦୨୨ରେ ପ୍ରଣୟନ କରାଯାଇଛି । ପ୍ରାୟ ୮୦୬୫ ମେଗାୱାଟ ଚୁକ୍ତିଭିତ୍ତିକ ଉତ୍ପାଦନ କ୍ଷମତା ସହିତ ବର୍ତ୍ତମାନ ରାଜ୍ୟ ନିଜର ସର୍ବୋଚ୍ଚ ହାରାହାରି ବିଦ୍ୟୁତ ଚାହିଦା ୫୪୦୦ ମେଗାୱାଟକୁ ସୁଚାର ରୂପେ ପୂରଣ କରିବାରେ ସକ୍ଷମ ହୋଇପାରିଛି । ୧୭ ଲକ୍ଷରୁ ଊର୍ଦ୍ଧ୍ବ LT ଉପୋଭକ୍ତା ଏବଂ ୭୨୦୦ରୁ ଊର୍ଦ୍ଧ୍ବ କୃଷି ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ କରାଯାଇଛି।

ରାଜ୍ୟର ଗ୍ରାମାଞ୍ଚଳରେ ଦୈନିକ ହାରାହାରି ବିଦ୍ୟୁତ ଯୋଗାଣ ଅବଧି ୨୦୧୮-୧୯ ମସିହାରେ ୨୦.୧୩ ଘଣ୍ଟାରୁ ଅଧିକ । ODSSP ଯୋଜନା ମାଧ୍ୟମରେ ୨୩୩ କୋଟି ନୂତନ ୩୩/୧୧ କେଭି ପ୍ରାଥମିକ ସବଷ୍ଟେଶନ କାର୍ଯ୍ୟକ୍ରମ କରାଯାଇଛି । ପ୍ରାୟ ୧୮୦୦ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟ ସହ ODISSP ଯୋଜନାର ୪ ପର୍ଯ୍ୟାୟ କାମ ଆରମ୍ଭ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 1, 2023, 8:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.