ETV Bharat / state

ବିଦ୍ୟୁତ କାଟକୁ ବିରୋଧ କରି ତୁମୁଳକାଣ୍ଡ, କର୍ମଚାରୀଙ୍କୁ ନିର୍ଦ୍ଧୁମ ପିଟିଲେ ଉପଭୋକ୍ତା

author img

By ETV Bharat Odisha Team

Published : Sep 4, 2023, 10:28 PM IST

electricity department employee beaten
କର୍ମଚାରୀଙ୍କୁ ନିର୍ଦ୍ଧୁମ ପିଟିଲେ ଉପଭୋକ୍ତା

ବିଦ୍ଯୁତ କାଟକୁ ନେଇ ଅସନ୍ତୋଷ ଥିବା ଗ୍ରାହକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି କର୍ମଚାରୀ। କର୍ମଚାରୀଙ୍କୁ ଉପଭୋକ୍ତା ନିର୍ଦ୍ଧୁମ ମାଡ଼ ମାରିଥିବା ଜଣାପଡିଛି। ଅଧିକ ପଢନ୍ତୁ

କର୍ମଚାରୀଙ୍କୁ ନିର୍ଦ୍ଧୁମ ପିଟିଲେ ଉପଭୋକ୍ତା


ଖୋର୍ଦ୍ଧା: ବାରମ୍ବାର ବିଦ୍ୟୁତ କାଟ୍ ହେବାରୁ ବିଦ୍ଯୁତ କର୍ମଚାରୀଙ୍କୁ ନିର୍ଦ୍ଧୁମ ପିଟିଲେ ଲୋକେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗେଡିଆ ପଲ୍ଲୀରେ । ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ୧୫ ଦିନ ଧରି ହେବ ବର୍ଷା ପବନ ଆଳରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ଯୁତ କାଟ୍ ହେଉଥିଲା। ତେବେ ଏଭଳି ବିଦ୍ୟୁତ କାଟ୍ କରି ଗ୍ରାହକଙ୍କୁ ଟାଟା କମ୍ପାନୀ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ କିଛି ଦିନ ଧରି ଅସନ୍ତୋଷ ଲାଗି ରହିଥିଲା ।

ବାରମ୍ବାର ବିଦ୍ୟୁତ କାଟ୍ ଫଳରେ ବିଦ୍ଯୁତ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଉପଭୋକ୍ତା। ସେପଟେ ବିଦ୍ଯୁତ କାଟକୁ ନେଇ ଅସନ୍ତୋଷ ଥିବା ଗ୍ରାହକଙ୍କ ଆକ୍ରୋଶର ଶିକାର ହୋଇ ହଟହଟା ହୋଇଛନ୍ତି ବିଦ୍ୟୁତ କର୍ମଚାରୀ । ଏଭଳିକି କାର୍ଯ୍ୟାଳୟରେ ପଶି କିଛି ଯୁବକ ଭଙ୍ଗା ରୁଜା କରିବା ସହିତ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ନିର୍ଦ୍ଧୁ ଛେଚି ଥିବା ନେଇ ଆଜି ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ କର୍ମଚାରୀ ।

ତେବେ କଳାପଥର ଟିପିସିଓଡ଼ିଏଲ ଅଧିନରେ ଥିବା ଗେଡିଆପଲ୍ଲୀ ବିଦ୍ଯୁତ୍ ଷ୍ଟ୍ରକ୍ଚରରୁ ବାରମ୍ବାର ବିଦ୍ଯୁତ୍ କାଟ୍ ହେଉଥିଲା। ଫଳରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଉପଭୋକ୍ତା ନାହିଁ ନଥିବା ସମସ୍ଯାର ସମ୍ମୁଖୀନ ହେଉଥିଲେ । ତେବେ ବିନା କାରଣରେ ଅଘୋଷିତ ବିଦ୍ଯୁତ କାଟକୁ ନେଇ ମଧ୍ଯ ଲୋକମାନେ ପ୍ରତିବାଦ ମଧ୍ୟ କରୁଥିଲେ । କିନ୍ତୁ ବିଦ୍ଯୁତ କର୍ମଚାରୀ ଏହାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ...ବଦଳି ପାରୁନି ଟ୍ରାନ୍ସଫର୍ମର, ୩ ମାସ ହେଲାଣି ଅନ୍ଧାରରେ ଗ୍ରାମବାସୀ

ଏହା ବି ପଢନ୍ତୁ...ସୁଧୁରିନି ବିଦ୍ୟୁତ ସମସ୍ୟା, ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ

ସେପଟେ ଶନିବାର ସନ୍ଧ୍ଯା ସମୟରେ ବିଦ୍ଯୁତ କାଟକୁ ନେଇ ବୈଦ୍ଯଶ୍ବର ଥାନା କଢାମଲ୍ଲ ଗ୍ରାମର କିଛି ଯୁବକ ହଠାତ ଗୋଡିଆପଲ୍ଲୀ ଆସି କନେକ୍ସନ ଦେବାକୁ କହିଥିଲେ । କିନ୍ତୁ କରେଣ୍ଟ ନ ଆସିବାରୁ ପୁଣିଥରେ ଯୁବକମାନେ ବିଦ୍ଯୁତ ଅଫିସକୁ ଆସି କର୍ମଚାରୀଙ୍କୁ ନିର୍ଦ୍ଧୁମ ପିଟିବା ସହ କାର୍ଯ୍ୟାଳୟ ଭଙ୍ଗାରୁଜା କରିଥିବା ନେଇ ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ଏନେଇ ଆଜି ଆହତ କର୍ମଚାରୀ ଋଷିକେଶନ ବାରିକ ଅନ୍ୟ କେତେକ କର୍ମଚାରୀଙ୍କ ସମେତ କନିଷ୍ଠ ଯନ୍ତ୍ରୀ ଦେବେନ୍ଦ୍ର କର ଆସି ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଥାନା ଅଧିକାରୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.