ETV Bharat / state

ସୁଧୁରିନି ବିଦ୍ୟୁତ ସମସ୍ୟା, ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ

author img

By

Published : Jul 30, 2023, 10:01 AM IST

ଜଗତସିଂହପୁର ଜିଲ୍ଲାରେ ସୁଧୁରିନି ବିଦ୍ୟୁତ ସମସ୍ୟା । ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଅସନ୍ତୋଷ ଉପଭୋକ୍ତା । ଅଧିକ ପଢନ୍ତୁ

protest against TPCODL
protest against TPCODL

protest against TPCODL

ଜଗତସିଂହପୁର: ପୁଣି ଚିନ୍ତା ବଢାଇଛି ଅଘୋଷିତ ବିଦ୍ୟୁତ କାଟ । ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି ଉପଭୋକ୍ତା । ବିଜୁଳି ବିତାରକ କମ୍ପାନୀ ଟାଟା ପାୱାର ଡ୍ରିଷ୍ଟ୍ରିବ୍ୟୁସନ ଲିମିଟେଡ ବା TPCODL ବିଦ୍ୟୁତ ଯୋଗାଣ ଦାୟିତ୍ୱ ନେବା ପରେ ମନଇଚ୍ଛା ବିଦ୍ୟୁତ କାଟ ଚିନ୍ତାର କାରଣ ହୋଇଛି । ବିଜୁଳି କାଟକୁ ନେଇ କିଛିଦିନ ପୂର୍ବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ ମଧ୍ୟ ତାହା ପ୍ରଭାବ ଶୂନ୍ୟ ରହିଛି । ଜଗତସିଂହପୁର ଜିଲ୍ଲାରେ ଆଜିବି କେତେକ ସ୍ଥାନରେ ଲୋ ଭୋଲ୍ଟେଜ ସମସ୍ୟାର ସମାଧାନ ହୋଇ ପାରିନି । ବିଭିନ୍ନ ବାହାନା କରି କମ୍ପାନୀ କତ୍ତୃପକ୍ଷ ଦିନକୁ 6 ରୁ 8 ଘଣ୍ଟା ବିଦ୍ୟୁତ କାଟ କରୁଛନ୍ତି ।

ତେବେ ଦୁଇବର୍ଷ ପୂର୍ବେ ଓଡ଼ିଶା ସରକାର ଟାଟା ପାୱାରକୁ ରାଜ୍ୟରେ ବିଦ୍ୟୁତ ବଣ୍ଟନ ପାଇଁ ଅନୁମତି ପ୍ରଦାନ କରିଥିଲେ । ସେ ସମୟରେ କମ୍ପାନୀ ପକ୍ଷରୁ ଉପଭୋକ୍ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନେକ ଆକର୍ଷଣୀୟ ଅଫର ଦେବାକୁ କହିଥିଲା । ଫଳରେ ବିଦ୍ୟୁତ ଉପଭୋକ୍ତା ମାନଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଥିଲା । ଟାଟା କମ୍ପାନୀ ନେଲେ ବିଦ୍ୟୁତ ଯୋଗାଣ ସୁଗମ ହେବା ସହିତ ଲୋକେ 24 ଘଣ୍ଟିଆ ସେବା ପାଇ ପାରିବେ ବୋଲି ଆଶା କରିଥିଲେ । କିନ୍ତୁ ଟାଟା ପାୱାର ଦାୟିତ୍ୱ ନେବା ପର ଠାରୁ ବିଦ୍ୟୁତ ବ୍ୟବସ୍ଥାରେ ସୁଧାର କଣ ଆସିବ ବିଜୁଳି ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଅଭିଯୋଗ କଲେ କେହି ଶୁଣିବାକୁ ଯେପରି ନାରାଜ ।

ଏହା ମଧ୍ୟ ପଢନ୍ତୁ- ବିଦ୍ୟୁତ ବିଭ୍ରାଟ ନେଇ ତାତିଲା କଂଗ୍ରେସ, ଟାଟା କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଅଣ୍ଡା ଓ ଟମାଟୋ ମାଡ଼

ଜଗତସିଂହପୁର ଜିଲ୍ଲାର ଦୁଇଟି ପୌରାଞ୍ଚଳ ସମେତ ୮ଟି ବ୍ଲକରେ ବିଜୁଳି ବ୍ୟବସ୍ଥା ହୁଗୁଳି ଯାଇଛି । ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ମାସକୁ ଯେଉଁ ବିଲ ଆଦାୟ ହେବା କଥା ତାହା 40 ଦିନରେ ମିଟର ରିଡିଙ୍ଗ ନିଆଯାଉଛି । ଫଳରେ ସାଧାରଣ ଉପଭୋକ୍ତା ଟିଏ ସିଧା ସଳଖ ଶୋଷଣର ଶିକାର ହେଉଛି । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆନ୍ଦୋଳନ କରିବା ସମୟରେ ଟାଟା ପାୱାର କତ୍ତୃପକ୍ଷ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା ପାଳନ କରୁ ନାହାନ୍ତି । ଯାହାକୁ ନେଇ ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଯଦି ଆଗାମୀ ଦିନରେ ଏହି ସମସ୍ୟା ପ୍ରତି କମ୍ପାନୀ କତ୍ତୃପକ୍ଷ ଦୃଷ୍ଟି ନ ଦିଅନ୍ତି ତେବେ ବଡ଼ ଧାରଣର ଆନ୍ଦୋଳନକୁ ଏଡାଇ ଦିଆଯାଇ ନ ପାରେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.