ETV Bharat / state

ବିଦ୍ୟୁତ ବିଭ୍ରାଟ ନେଇ ତାତିଲା କଂଗ୍ରେସ, ଟାଟା କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଅଣ୍ଡା ଓ ଟମାଟୋ ମାଡ଼

author img

By

Published : Jun 27, 2023, 10:56 PM IST

ବିଦ୍ୟୁତ ବିଭ୍ରାଟ ନେଇ ତାତିଲା କଂଗ୍ରେସ
ବିଦ୍ୟୁତ ବିଭ୍ରାଟ ନେଇ ତାତିଲା କଂଗ୍ରେସ

କଂଗ୍ରେସ ପକ୍ଷରୁ TPCODL କାର୍ଯ୍ୟାଳୟ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି। ବିଜେପି ପରେ ଏବେ କଂଗ୍ରେସ ପକ୍ଷରୁ ବିଦ୍ୟୁତ ବିଭ୍ରାଟକୁ ନେଇ ଆନ୍ଦୋଳନ ହୋଇଛି। ଅଧିକ ପଢନ୍ତୁ

ବିଦ୍ୟୁତ ବିଭ୍ରାଟ ନେଇ ତାତିଲା କଂଗ୍ରେସ

କେନ୍ଦ୍ରାପଡ଼ା: ରାଜ୍ୟ ସରକାରଙ୍କ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ନେଇ କଂଗ୍ରେସର ହଲ୍ଲାବୋଲ। ବିଜେପି ପରେ ଏବେ କଂଗ୍ରେସ ପକ୍ଷରୁ ବିଦ୍ୟୁତ ବିଭ୍ରାଟକୁ ନେଇ ଆନ୍ଦୋଳନ କରାଯାଇଛି। ଦୁଇ କେନ୍ଦ୍ରୀୟ ଦଳଙ୍କର ରାଜ୍ୟ ସରକାରଙ୍କ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ନେଇ ହଲ୍ଲାବୋଲ ଦେଖିବାକୁ ମିଳିଛି । ଗତ ୧୫ ତାରିଖରେ କେନ୍ଦ୍ରାପଡା ବିଜେପି ପକ୍ଷରୁ କେନ୍ଦ୍ରାପଡ଼ା ତହସିଲ ଅଫିସ ନିକଟ TPCODL ଅଫିସ ସମ୍ମୁଖରେ କମ୍ପାନୀର ପୋଷ୍ଟର ଉପରେ ଚପଲ ପକାଇ ପ୍ରତିବାଦ କରାଯାଇଥିଲା। ଆଜି କଂଗ୍ରେସ ପକ୍ଷରୁ TPCODL କାର୍ଯ୍ୟାଳୟ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି।

ବିଦ୍ୟୁତ କାଟ୍ ବନ୍ଦ କରିବା, ଗୁଣାତ୍ମକ ବିଦ୍ୟୁତ ଯୋଗାଣ ସହ ଅହେତୁକ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଓ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ନେତୃତ୍ବରେ ଶତାଧିକ ଦଳୀୟ କର୍ମୀ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିବା ସହ ଫାଟକ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଥିବା ଦେଖିବାକୁ ମିଳିଛି।

ଜିଲ୍ଲାରେ ବିଦ୍ୟୁତ୍ କାଟ ବନ୍ଦ କରିବା, ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ବିଦ୍ୟୁତ ବିଲ୍ ଆଦାୟ କରିବା, ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢୀକରଣ ପାଇଁ କଂଗ୍ରେସ ଦାବି କରିଛି। ଅପରପକ୍ଷେ ରାଜ୍ୟ ସରକାର ଭିତ୍ତିଭୂମି ସୁଦୃଢ଼ୀକରଣ ନାଁରେ ବଜେଟରେ ପାସ କରିଥିବା ୨ହଜାର ୫୦୦କୋଟି ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ। ସେହିପରି ୬୦ହଜାର ଭୋଟରେ ବିଜୟୀ ହୋଇଥିବା ଆଳି ବିଧାୟକ ତଥା ବର୍ତ୍ତମାନ ଶକ୍ତିମନ୍ତ୍ରୀ ରାଜ୍ୟରେ ଘନଘନ ବିଦ୍ୟୁତ କାଟ ହେଉଥିବାବେଳେ ନିଜେ କାମ୍ବୋଡିଆ ଗସ୍ତରେ ପରିବାର ସହ ଯାଇ ମଉଜ କରିବାକୁ ଘଟଣାକୁ ନିନ୍ଦା କରିଛି ଯୁବ କଂଗ୍ରେସ।

ବିଦ୍ୟୁତ ସେବା ଅତ୍ୟାବଶ୍ୟକୀୟ ହୋଇଥିବାବେଳେ ରାଜ୍ୟ ସରକାର ଏହାକୁ କେବଳ ନିର୍ବାଚନ ଖର୍ଚ୍ଚ ପାଇଁ କମ୍ପାନୀ ହାତକୁ ଟେକି ଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ଏହି ବିକ୍ଷୋଭ ସମୟରେ କଂଗ୍ରେସ ନେତା ଦେବେନ୍ଦ୍ର ନାଥଶର୍ମା, ଜୟନ୍ତ ମହାନ୍ତି, ରତିକାନ୍ତ କାନୁନଗୋ, ପ୍ରଫୁଲ୍ଲ ଦାସ ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ସେହିପରି "ଓଡ଼ିଶା ବିଦ୍ୟୁତ ଶକ୍ତି କ୍ଷେତ୍ରରେ ବଳକା ରାଜ୍ୟ ଦାବି କରୁଥିବାବେଳେ ଓ ଏଠାରୁ ବିଜୁଳି ନେଇ ଅନ୍ୟ ରାଜ୍ୟ ସମୂହ ୟୁନିଟ ପିଛା କମ୍ ଦରରେ ବିଜୁଳି ଯୋଗାଇ ଦେଉଥିବାବେଳେ ରାଜ୍ୟରେ କାହିଁକି ବିଜୁଳି ବିତରଣ ପାଇଁ ସ୍ଲାବ ଓ ଉଚ୍ଚ ଦର ରଖାଯାଇଛି ?" ସେନେଇ କଂଗ୍ରେସ ପ୍ରଶ୍ନ କରିଛି।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.