ETV Bharat / state

ଖରାପ ଭିତ୍ତିଭୂମି ହିଁ ପାୱାର କଟ ପଛର କାରଣ ! କିଏ କଲା ଟଙ୍କା ବାଟମାରଣା ?

author img

By

Published : Apr 25, 2023, 5:36 PM IST

ଖରାପ ଭିତ୍ତିଭୂମି ହିଁ ପାୱାର କଟ ପଛର କାରଣ !
ଖରାପ ଭିତ୍ତିଭୂମି ହିଁ ପାୱାର କଟ ପଛର କାରଣ !

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ତୁହାକୁ ତୁହା ବିଦ୍ୟୁତ କାଟ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି । ଏନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଏହା ପାୱାର କଟ ନୁହେଁ, ପାୱାର ଟ୍ରିପ । ତେବେ ଅସଜଡା ଭିତ୍ତିଭୂମି କାରଣରୁ ସାଧାରଣ ଲୋକେ କଷ୍ଟ ଭୋଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି । ଅଧିକ ପଢ଼ନ୍ତୁ

ଖରାପ ଭିତ୍ତିଭୂମି ହିଁ ପାୱାର କଟ ପଛର କାରଣ !

ଭୁବନେଶ୍ବର: ଗ୍ରୀଷ୍ମ ଗୁଳୁଗୁଳି ଭିତରେ ଅସ୍ତବ୍ୟସ୍ତ କରୁଛି ଘନ ଘନ ବିଦ୍ୟୁତ କାଟ । ରାଜ୍ୟର ବିଭିନ୍ନ ଜିଲ୍ଲାରେ କେଉଁଠି ୧୫ରୁ ୨୦ ମିନିଟ ତ ଆଉ କେଉଁଠି ଘଣ୍ଟା ଘଣ୍ଟା କଟୁଛି ବିଜୁଳି । ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ଆଉ ଶକ୍ତି ମନ୍ତ୍ରୀଙ୍କ ଉତ୍ତର ହେଲା ଏହା ପାୱାର କଟ ନୁହେଁ ପାୱାର ଟ୍ରିପ ହୋଇଯାଉଛି । ତେବେ ଅସଜଡା ଭିତ୍ତିଭୂମି କାରଣରୁ ସାଧାରଣ ଲୋକେ କଷ୍ଟ ଭୋଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ ।

ଗ୍ରୀଷ୍ମଋତୁ ଆରମ୍ଭରୁ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଏଥର ପାୱାର କଟ ହେବ ନାହିଁ । ହେଲେ ମନ୍ତ୍ରୀଙ୍କ କଥା ପାଣିରେ ଗାର ହୋଇଛି । ଏବେ ହେଉଥିବା ପାୱାର କଟକୁ ମନ୍ତ୍ରୀ କହୁଛନ୍ତି ପାୱାର ଟ୍ରିପ । ଓଭର ଲୋଡିଂ ପାଇଁ ଏପରି ସ୍ଥିତି ସୃଷ୍ଟି ହୋଇଛି ବୋଲି ମନ୍ତ୍ରୀ ସଫେଇ ଦେଇଛନ୍ତି । ଏନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ କହିଛନ୍ତି, "ରାଜ୍ୟରେ ପାୱାର ସରପ୍ଲସ ରହିଛି । କିନ୍ତୁ ଏହା କଞ୍ଜୁମରଙ୍କ ପାଖରେ ପହଞ୍ଚିପାରୁନି । ଏହା ପଛର କାରଣ ହେଲା ଅସଜଡା ଭିତ୍ତିଭୂମି । କଞ୍ଜୁମର ପାଖରେ ୪ଟି ସ୍ତରରେ ବିଜୁଳି ପହଞ୍ଚିଥାଏ । ସେଗୁଡ଼ିକ ହେଉଛି, ୧୩୨ କେଭି, ୩୨ କେଭି, ୧୧କେଭି ଏବଂ ଏଲଟି ଲାଇନ । ୧୩୨ କେଭି କ୍ଷେତ୍ରରେ ଓପିଟିସିଏଲ ଗ୍ରିନ ସିଗନାଲ ଦେଇସାରିଛି ବିଦ୍ୟୁତ ବ୍ୟବହାର ପାଇଁ । କିନ୍ତୁ ୩୨ କେଭିରୁ ଏଲଟି ଲାଇନ କ୍ଷେତ୍ରରେ କଞ୍ଜୁମରଙ୍କ ପାଖରେ ବିଦ୍ୟୁତ ପହଞ୍ଚିବାରେ ସମସ୍ୟା ସୃଷ୍ଟି ହୋଇଛି ।" ଏହାର କାରଣ ଖରାପ ଭିତ୍ତିଭୂମି ବୋଲି ଅଭିଯୋଗ କରିଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ।

ଓଇଆରସି ଜରିଆରେ ଓପିଟିସିଏଲ ବିଦ୍ୟୁତ ଉପଭୋକ୍ତା ମହାସଂଘକୁ ଜଣାଇଛି ଯେ, ଭିତ୍ତିଭୂମି ସଜାଡିବା କ୍ଷେତ୍ରରେ ଖର୍ଚ୍ଚ ହୋଇଛି ୭,୧୬୯ କୋଟି ଟଙ୍କା । ଓଡିଶା ଡିଷ୍ଟ୍ରିବ୍ୟୁସନ ସେକ୍ଟର ଦୃଢ଼ୀକରଣ ପ୍ରୋଜେକ୍ଟରେ ଖର୍ଚ୍ଚ ହୋଇଛି ୩,୨୨୨ କୋଟି ଟଙ୍କା । ଯଦି ୩୨ କେଭିରୁ ଏଲଟି ଳାଇନ ପର୍ଯ୍ୟନ୍ତ ଭିତ୍ତିଭୂମି ସଜାଡିବା କ୍ଷେତ୍ରରେ ୩,୨୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ତେବେ ପାୱାର ଟ୍ରିପ କାହିଁକି ହେଉଛି ବୋଲି ପ୍ରଶ୍ନ କରିଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ । ଅର୍ଥାତ ଏହି ଟଙ୍କା ବାଟମାରଣା ହୋଇଛି ବୋଲି ସେ ଆଶଙ୍କା କରିଛନ୍ତି । ଯଦି ଭିତ୍ତିଭୂମି ସଜଡା ଯାଇଥାନ୍ତା, ପାୱାର କଟ ହୋଇନଥାନ୍ତା । ଏକଥା ସିଏଜି ମଧ୍ୟ ତାଙ୍କ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି । ଅନ୍‌ଡ୍ୟୁ ଫେବର ଦେଖାଯାଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

ଏବେ ଟାଟା ପାୱାର ଏସବୁ ଭିତ୍ତିଭୂମି ସଜାଡିବାରେ ବ୍ୟସ୍ତ । ଏଥିରେ ଖର୍ଚ୍ଚ ହୋଇଥିବା ଏହି ଅର୍ଥ ବୋଝ ଭବିଷ୍ୟତରେ ପୁଣି ଜନତାଙ୍କ ଉପରେ ଲଦି ଦିଆଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ । କାରଣ ଯାହା ବି ହେଉନା କାହିଁକି, ଜନତା ହିଁ କଷ୍ଟ ଭୋଗୁଛନ୍ତି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.