ETV Bharat / state

ଜୁଏଲାରୀ ସଂସ୍ଥା ଜରିଆରେ ବ୍ୟାଙ୍କକୁ ଠକେଇ, ୧୯ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ଜବତ

author img

By ETV Bharat Odisha Team

Published : Sep 6, 2023, 7:48 AM IST

Ed raids construction firm in bhubaneswar
Ed raids construction firm in bhubaneswar

ବ୍ୟାଙ୍କ ଠକେଇ ମାମଲାରେ ବିଲଡର ସଂସ୍ଥାରେ ଇଡି ପକ୍ଷରୁ ଚଢାଉ । ୧୯କୋଟିରୁ ଉର୍ଦ୍ଧ୍ବ ସମ୍ପତ୍ତି ଜବତ । ଅଧିକ ପଢନ୍ତୁ

Ed raids construction firm in bhubaneswar

ଭୁବନେଶ୍ବର: କ୍ୟାସ କ୍ରେଡିଟ ଲୋନ ନେଇ ବ୍ୟାଙ୍କକୁ ଚୂନା । ଭିନ୍ନ ଭିନ୍ନ ସଂସ୍ଥା ନାଁରେ ବିଭିନ୍ନ ବ୍ୟାଙ୍କକୁ ଠକିଥିଲେ GDS କମ୍ପାନୀ । ସାମ୍ନାକୁ ଆସିଲା GDS ବିଲଡର କାରନାମା । ଏବେ ଏହାର ସହଯୋଗୀ ସଂସ୍ଥା ଓ ଆର୍ଥିକ କାରବାର କରିଥିବା ସଂସ୍ଥା ଉପରେ ରେଡ କରି‌ GDSର ସମ୍ପତି ଜବତ କରିବା ଆରମ୍ଭ କରିଛି ଇଡି । ପ୍ରିଭେନସନ ଅଫ ମନି ଲଣ୍ଡରି ଆକ୍ଟରେ ୧୯କୋଟି ୬୭ଲକ୍ଷ ୨୩ହଜାର ୨୬ ଟଙ୍କା ଜବତ କରିଛି ଇଡି । GDS ଓ ଏହାର ସହଯୋଗୀ ସଂସ୍ଥାର ବ୍ୟାଙ୍କ ଜମା ରାଶି, ମ୍ୟୁଚୁଆଲ ଫଣ୍ଡ ନିବେଶ ସହ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସବୁକୁ ଜବତ କରିଛି ଇଡି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୨୦୧୭ ମସିହାରେ ନୟାପଲ୍ଲୀ ୟୁନାଇଟେଡ ବ୍ୟାଙ୍କରୁ ହାଉସିଂ ଲୋନ ସ୍କିମରେ ୧୮କୋଟି ୭୯ଲକ୍ଷ ଟଙ୍କା ଲୋନ ନେଇଥିଲା କମ୍ପାନୀ । ଲୋନ ନେବା ପରେ କମ୍ପାନୀ । ହେଲେ ସୁଧମୂଳ ବାବଦକୁ ଟଙ୍କାଟେ ପରିଶୋଧ କରିନଥିଲା । ଏହାର‌ ମାଲିକ ଉମା ଶଙ୍କର ପାତ୍ର ଓ ତାଙ୍କର‌ ପରିବାର ଲୋକଙ୍କ ନାଁରେ ବ୍ୟାଙ୍କ ଟଙ୍କାକୁ ଚଳୁ କରିବା ନେଇ ଏକ ଏତଲା ଦିଆଯାଇଥିଲା ।

ଅଧିକ ପଢନ୍ତୁ... ଦିଲ୍ଲୀ ସମେତ ଭୁବନେଶ୍ୱରରେ ED ରେଡ୍, ବ୍ୟାଙ୍କ୍ ଠକେଇ ନେଇ ବିଲଡର ସଂସ୍ଥାରେ ଛାନଭିନ୍‌

ଏନେଇ ସିବିଆଇ ତଦନ୍ତ ସମୟରେ ଏହାର ଅନେକ ସହଯୋଗୀ ସଂସ୍ଥା ବିଷୟରେ CBI ଜାଣିବାରୁ ପାଇଥିଲା । କେବଳ ସେତିକି ନୁହେଁ ଏନେଇ ଦ୍ବାରିକା ଜୁଏଲର ନାଁରେ ମଧ୍ୟ କ୍ୟାସ କ୍ରେଡିଟ ଲୋନ ନେଇ ଟଙ୍କା ଚଳୁ କରିଥିବା CBI ଜାଣିବାକୁ ପାଇଥିଲା । ଗତ ମେ ମାସ ୧୮ତାରିଖରେ ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଏକକାଳୀନ ରେଡ କରାଯାଇଥିଲା । ଏହିପରି GDS ବିଲଡର, ସୁରନାଗ ବିଲଡର, ଦ୍ବାରକା ବିଲଡର ,ଦ୍ବାରିକା ଜୁଏଲର ଆଦି ଏକାଧିକ ସ୍ଥାନରେ ପାଖାପାଖି ୮ଟି ଜାଗାରେ ରେଡ ବେଳେ ୧୫ଲକ୍ଷ ନଗଦ କ୍ୟାସ ସମେତ ୧କେଜିରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ତଥା 1 କୋଟି ୩୦ ଲକ୍ଷର ସମ୍ପତ୍ତି ଜବତ କରାଯାଇଥିଲା । ପରେ ଜବତ ଡକୁମେଣ୍ଟ ଓ‌ ବ୍ୟାଙ୍କ ଆକାଉଣ୍ଟ ଆଦିକୁ ଯାଞ୍ଚ ପରେ ଶେଷରେ 19କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଇଡି ସିଜ୍ କରିଛି । ଏହି ଜବତ ସମ୍ପତ୍ତିରେ ରହିଛି ବ୍ୟାଙ୍କ୍ ଜମା, ମ୍ୟୁଚୁଆଲ ଫଣ୍ଡ ଜମା ସେହିଭଳି ପୁରୀ ଓ ଭୁବନେଶ୍ବର ଅଞ୍ଚଳରେ 57ଟି ଜାଗାର ସମ୍ପତ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.