ETV Bharat / state

ହୀରାକୁଦ ରେଳ ଷ୍ଟେସନକୁ କରାଯିବ ପୁନଃ ବିକାଶ, ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ପ୍ରକଳ୍ପ ସମୀକ୍ଷା

author img

By

Published : Jul 29, 2023, 10:33 PM IST

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ବିଭିନ୍ନ ପ୍ରକଳ୍ପ ସମୀକ୍ଷା
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ବିଭିନ୍ନ ପ୍ରକଳ୍ପ ସମୀକ୍ଷା

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ବିଭିନ୍ନ ପ୍ରକଳ୍ପ ସମୀକ୍ଷା । ହୀରାକୁଦ ରେଳ ଷ୍ଟେସନକୁ କରାଯିବ ପୁନଃ ବିକଶିତ ଅଧିକ ପଢ଼ନ୍ତୁ


ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ସମ୍ବଲପୁର ଗସ୍ତ । ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ମହାପ୍ରବନ୍ଧକ ମନୋଜ ଶର୍ମା । ହୀରାକୁଦ ରେଳ ଷ୍ଟେସନକୁ ପୁନଃ ବିକଶିତ କରାଯିବା ନେଇ ଆଲୋଚନା । ସରଲା ଷ୍ଟେସନରେ ମାଲବାହୀ ଟ୍ରେନର ୱାଗନ ରୁଟିନ୍ ଓଭର-ହାଉଲିଂ (ROH) ସହ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ସୁବିଧା ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ପରାମର୍ଶ ଦେଇଛନ୍ତି ମହାପ୍ରବନ୍ଧକ।

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରିଛନ୍ତି । ବିଶେଷ ଭାବରେ ସରଲା ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍, ରୁଟିନ୍ ଓଭର-ହାଉଲିଂ (ROH) ଏବଂ ମାଲବାହୀ ଟ୍ରେନ ଗୁଡ଼ିକର ରକ୍ଷଣାବେକ୍ଷଣ ସୁବିଧା ଆଦିକୁ ଗୁରୁତ୍ଵ ଦେଇଛନ୍ତି। ଏହାସହ କିଭଳି ଭାବରେ ହିରାକୁଦ ରେଳ ଷ୍ଟେସନର ପୁନଃ ବିକାଶ କରାଯିବ ସେନେଇ ଆଲୋଚନା କରାଯାଇଛି ।

ତେବେ ଏହିସବୁ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ କିଭଳି ଭାବରେ ଶୀଘ୍ର ଶେଷ ହେବ ସେନେଇ ରାଜ୍ୟ ସରକାରୀ କର୍ମଚାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ରେଳ ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି । ସରଲା ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍ ଗୁଡିକର ରୁଟିନ୍ ଓଭର-ହାଉଲିଂ (ROH) ସୁବିଧା ପାଇଁ ପ୍ରୋଜେକ୍ଟ 2017-18 ବର୍ଷରେ ଅନୁମୋଦନ କରାଯାଇଥିଲା । ଏହାସହ ମାନେଶ୍ଵର ଷ୍ଟେସନରେ ଏହାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପକୁ ସରଲା ଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହି ପ୍ରକଳ୍ପ ପାଇଁ 149.37 କୋଟି ଟଙ୍କା ବ୍ୟୟ ଆକଳନରେ ଅନୁମୋଦନ କରାଯାଇଥିଲା ।

ଏହି ପ୍ରକଳ୍ପ ନିର୍ମାଣ ପାଇଁ ପୂର୍ବତଟ ରେଳପଥ ଏବଂ ରାଇଟ୍ସ (RITES) ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ମଧ୍ୟ ହୋଇଛି । ମୋଟାମୋଟି ଭାବରେ ଏହି ପ୍ରକଳ୍ପର 65% ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ସମାପ୍ତ ହୋଇଛି । ବାକି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ମଣ୍ଡଳ ରେଳବାଇ ପ୍ରବନ୍ଧକ କହିଛନ୍ତି ।

ଏହାସହ ମହାପ୍ରବନ୍ଧକ ମନୋଜ ଶର୍ମା ହିରାକୁଦ ରେଳ ଷ୍ଟେସନ ନିରୀକ୍ଷଣ କରିଛନ୍ତି । ତେବେ ଏଠାରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ତେବେ ଖୁବ ଶୀଘ୍ର ହୀରାକୁଦ ରେଳ ଷ୍ଟେସନର ପୁନଃ ବିକାଶ କରାଯିବ ବୋଲି ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍ତି । ହିରାକୁଦ ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ। ଯାହା ଫଳରେ ଅଧିକରୁ ଅଧିକ ଯାତ୍ରୀମାନେ ରେଳପଥ ଦ୍ଵାରା ଉପକୃତ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.