ETV Bharat / state

ଧର୍ମେନ୍ଦ୍ର ମୃତ୍ୟୁ ମାମଲା, ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିଲା ଛାତ୍ର କଂଗ୍ରେସ

author img

By

Published : Oct 29, 2022, 10:32 PM IST

ଧର୍ମେନ୍ଦ୍ର ମୃତ୍ୟୁ ମାମଲା
ଧର୍ମେନ୍ଦ୍ର ମୃତ୍ୟୁ ମାମଲା

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନକୁ ଧସେଇ ପଶିଲା ଛାତ୍ର କଂଗ୍ରେସ । ମନ୍ତ୍ରୀଙ୍କ କ୍ବାଟରକୁ ଅଣ୍ଡାମାଡ କଲେ ଛାତ୍ର କଂଗ୍ରେସ କର୍ମୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ଗର୍ଜିଲା ଛାତ୍ର କଂଗ୍ରେସ । ନବୀନ ନିବାସ ଘେରାଉ କରିନପାରି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନକୁ ଧସେଇ ପଶିଲା ଛାତ୍ର କଂଗ୍ରେସ । ଧସେଇ ପଶିବା ସହ ମନ୍ତ୍ରୀଙ୍କ କ୍ବାଟରକୁ ଅଣ୍ଡାମାଡ କରିଛନ୍ତି ଛାତ୍ର କଂଗ୍ରେସର କର୍ମୀ । ଡିସିପିଙ୍କୁ ଗେଟ୍‌ ସମ୍ମୁଖରେ ଧକ୍କା ମାରି କଂଗ୍ରେସର ୨ ଜଣ ମହିଳା କର୍ମୀ କ୍ୱାର୍ଟର ଭିତରେ ପଶିଥିବା ବେଳେ ତାଙ୍କ ସହ ଅନ୍ୟ ଜଣେ ଯୁବକ ମଧ୍ୟ ଘର ମଧ୍ୟରେ ପଶି ପ୍ରତିବାଦ କରିଥିଲେ ।

ଧର୍ମେନ୍ଦ୍ର ମୃତ୍ୟୁ ମାମଲା

ମିଳିଥିବା ସୂଚନା ଅନୁଯାୟୀ, ଆଜି(ଶନିବାର) ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଥିଲା ବିଜେପି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ପରିସର ଭୁକ୍ତ ସହ ଗିରଫ ଦାବି କରି ନବୀନ ନିବାସ ଘେରାଉ ଉଦ୍ୟମ କରିଥିଲା କଂଗ୍ରେସ। କିଛି କର୍ମୀ ବ୍ୟାରିକେଡ଼ ଉପରେ ଚଢି ଆନ୍ଦୋଳନ କରିଥିବା ବେଳେ ଆଉ କିଛି କର୍ମୀ ବ୍ୟାରିକେଡ ଡେଇଁ ଆନ୍ଦୋଳନ କରିଥିଲେ। ଏହାକୁ ନେଇ ସେଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଥିଲେ ।

ପାଖାପାଖି ଏକ ଘଣ୍ଟା ଧରି ପୋଲିସ ସହ ଧସ୍ତାଧସ୍ତି କରିଥିଲେ ଉତ୍ୟକ୍ତ କର୍ମୀ। ଫଳରେ ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କରିଥିଲା ଛାତ୍ର କଂଗ୍ରେସ ।ଏହାପରେ ସେଠାରୁ ଫେରି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଘର ସମ୍ମୁଖରେ ପ୍ରତିବାଦ କରିଥିଲେ କଂଗ୍ରେସ କର୍ମୀ । କିନ୍ତୁ ପୋଲିସ ପାଖରେ ଏନେଇ କିଛି ଖବର ନଥିବାରୁ ମନ୍ତ୍ରୀଙ୍କ ବାସ ଭବନରେ କିଛି ଛାତ୍ର ଧସେଇ ପଶିଥିଲେ । ଆଉ ଡିସିପିଙ୍କୁ ଗେଟ୍‌ ପାଖରେ ଧକ୍କା ଦେଇ ମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଧର୍ମେନ୍ଦ୍ର ମୃତ୍ୟୁ ଘଟଣା: ନବୀନ ନିବାସ ସମ୍ମୁଖରେ ଛାତ୍ର କଂଗ୍ରେସ ଓ ପୋଲିସ ମୁହାଁମୁହିଁ

ଅନ୍ୟପଟେ ଏହି ଆନ୍ଦୋଳନ ଓ ଘେରାଉରେ କଂଗ୍ରେସର ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ସାମିଲ ହୋଇ କର୍ମୀଙ୍କୁ ସମର୍ଥନ କରିଥିଲେ। ଏହାସହ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟଙ୍କ ମଧ୍ୟ ଉପସ୍ଥିତ ଥିଲେ। ସେପଟେ ପୋଲିସର ବିରୋଧକୁ ନେଇ ଗର୍ଜିଥିଲେ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ । ପୋଲିସ ଯଦି ସରକାରଙ୍କ ଭଡାଟିଆ ଗୁଣ୍ଡା ହୋଇ କାର୍ଯ୍ୟ କରେ ତେବେ ତାଙ୍କୁ ବି ବିରୋଧ କରାଯିବ ବୋଲି କହିଥିଲେ ମାନସ ଚୌଧୁରୀ ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.