ETV Bharat / state

ଘୂର୍ଣ୍ଣିବଳୟ ପ୍ରଭାବ: ସାରା ରାଜ୍ୟରେ କୋହଲା ପାଗ, କୋଟପାଡ଼ରେ ସର୍ବାଧିକ ବର୍ଷା

author img

By ETV Bharat Odisha Team

Published : Dec 7, 2023, 5:09 PM IST

ଘୂର୍ଣ୍ଣିବଳୟ ପ୍ରଭାବ: ସାରା ରାଜ୍ୟରେ କୋହଲା ପାଗ, କୋଟପାଡ଼ରେ ସର୍ବାଧିକ ବର୍ଷା
ଘୂର୍ଣ୍ଣିବଳୟ ପ୍ରଭାବ: ସାରା ରାଜ୍ୟରେ କୋହଲା ପାଗ, କୋଟପାଡ଼ରେ ସର୍ବାଧିକ ବର୍ଷା

Weather update: ଘୂର୍ଣ୍ଣିବଳୟରେ ପରିଣତ ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ ଜିଲ୍ଲା କୋଟପାଡ଼ରେ ସର୍ବାଧିକ ୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅଧିକ ପଢ଼ନ୍ତୁ,

ଘୂର୍ଣ୍ଣିବଳୟ ପ୍ରଭାବ: ସାରା ରାଜ୍ୟରେ କୋହଲା ପାଗ, କୋଟପାଡ଼ରେ ସର୍ବାଧିକ ବର୍ଷା

ଭୁବନେଶ୍ବର: ଘୂର୍ଣ୍ଣିବଳୟରେ ପରିଣତ ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ମେଘୁଆ ପାଗ ଲାଗି ରହିଥିବା ବେଳେ, ଆଗାମୀ ୨୪ ଘଣ୍ଟାରେ ଝାରସୁଗୁଡ଼ା, ବରଗଡ଼, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ ବୋଲିା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ: ଗଞ୍ଜାମରେ ଫସଲ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ରାଜ୍ୟରେ ଗତକାଲି ଥିବା ସଦୃଶ ଲଘୁଚାପ ଏକ ଘୂର୍ଣ୍ଣିବଳୟରେ ପରିଣତ ହୋଇଛି । ଦକ୍ଷିଣ ଛତିଶଗଡ଼ ଏବଂ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୧.୫ କିଲୋମିଟର ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟଟି ସକ୍ରିୟ ରହିଛି । ବର୍ତ୍ତମାନ ରାଜ୍ୟରେ ପାଣିପାଗର ସେଭଳି କୌଣସି ନିୟାମକ ସକ୍ରିୟ ନଥିବା ବେଳେ, କୌଣସି ସତର୍କ ସୂଚନା ଆସନ୍ତା ୫ ଦିନ ପର୍ଯ୍ୟନ୍ତ ନାହିଁ ବୋଲି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟର ସକ୍ରିୟତାକୁ ନେଇ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ କୋହଲା ପାଗ ଜାରି ରହିଥିବା ବେଳେ, ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବର ସମ୍ଭାବନା ରହିଛି। ଏହାସହ ବିଭିନ୍ନ ଅଞ୍ଚଳରେ ମେଘୁଆ ପାଗ ଲାଗି ରହିିବା ସହ ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍. ଆର୍. ବିଶ୍ବାସ ।

ଏହା ମଧ୍ଯ ପଢ଼ନ୍ତୁ: ବାତ୍ୟା ‘ମିଗଜୋମ’: ପାଣିରେ ବୁଡିଲା ଚେନ୍ନାଇ, ରାସ୍ତା ପାଲଟିଛି ନଈ ! କାଲି ପୂର୍ବାହ୍ନରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ


ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ୧୬ଟି ସ୍ଥାନରେ ୪୦ ମିମି ବର୍ଷା ରେକର୍ଡ ହୋଇଛି । ଏହି କ୍ରମରେ କୋରାପୁଟ ଜିଲ୍ଲାର କୋଟପାଡ଼ରେ ସର୍ବାଧିକ ୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରେ ୫୯ ମିଲିମିଟର ବର୍ଷା ହୋଇଥିବା ବେଳେ, ଝାରସୁଗୁଡ଼ା ଜିଲ୍ଲା କୋଲାବିରାରେ ୫୭.୬ ମିଲି ମିଟର ବର୍ଷା ହୋଇଛି। ଲାଇକେରାରେ ୫୬.୯ ମିଲି ମିଟର ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍. ଆର୍. ବିଶ୍ବାସ । ବାତ୍ୟା ମିଗମୋଜ ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଏବଂ ଉପକୂଳ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ, ଘୂର୍ଣ୍ଣିବଳକୁ ନେଇ ଚାଷୀକୂଳ ଭୟଭୀତ। ପାଚିଲା ଧାନ ଫସଲ ବିଲରେ ପଡ଼ି ରହିଥିବା ବେଳେ, ଯଦି ଅଧିକ ବର୍ଷା ହୁଏ, ତେବେ ଏହା ନଷ୍ଟ ହେବାର ଆଶଙ୍କା ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.