Post Budget Press Meet: ଜାଗା ମିଶନର ସୁବିଧା ପାଇବେ ଆଉ ଲକ୍ଷେ ପରିବାର

author img

By

Published : Mar 16, 2023, 7:54 PM IST

Post Budget Press Meet

ଗୃହ ଏବଂ ନଗର ଉନ୍ନୟନ ବିଭାଗର ବଜେଟ ୨୦୨୩-୨୪କୁ ନେଇ ସାମ୍ବାଦିକ ସମ୍ମିଳନୀ । ଚଳିତ ବର୍ଷ ଜାଗା ମିଶନରେ ଆଉ ଲକ୍ଷେ ପରିବାରକୁ ସୁବିଧା ଯୋଗାଇବା ସହ ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯିବା ନେଇ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ବଜେଟ ୨୦୨୩-୨୪କୁ ନେଇ ସାମ୍ବାଦିକ ସମ୍ମିଳନୀ । ବିକାଶଶୀଳ ସହରାଞ୍ଚଳରେ ନିର୍ମାଣରେ ବସ୍ତି ବାସିନ୍ଦାଙ୍କ ଭୂମିକାକୁ ସ୍ବୀକୃତି ଦେବା ପାଇଁ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଆହୁରି ଲକ୍ଷେ ପରିବାର ଜାଗା ମିଶନ ଯୋଜନାରେ ସୁବିଧା ପାଇବେ ।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନରେ ଏପର୍ଯ୍ୟନ୍ତ ୧.୭୩ ଲକ୍ଷ ବସ୍ତି ବାସିନ୍ଦା ପରିବାର ଭୂମି ଅଧିକାର ପ୍ରମାଣପତ୍ର ପାଇ ସାରିଛନ୍ତି । ବସ୍ତି ବାସିନ୍ଦାଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ୭୨୫ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଇ ସୁଦ୍ଧ ପାନୀୟ ଜଳ ଶୌଚାଳୟ, ରାସ୍ତା ଆଲୋକୀକରଣ, ପକ୍କା ରାସ୍ତା, ଡ୍ରେନେଜ ବ୍ୟବସ୍ଥା କରାଯାଇଛି । ଗଙ୍ଗୁଆ ଓ ଦୟା ନାଳ ଉନ୍ନତୀକରଣ ପାଇଁ ଖୁବଶୀଘ୍ର ସ୍ବତନ୍ତ୍ର ଅର୍ଥ ପାଣ୍ଠି ଖର୍ଚ୍ଚ ହେବ ।

୨୦୨୩ ଶେଷ ସୁଦ୍ଧା ସାରା ରାଜ୍ୟରେ ୧୦୦ %ଘରକୁ ଟ୍ୟାପ ସଂଯୋଗୀକରଣ ଶେଷ ହେବ । ପ୍ରତି ଘରେ ଟ୍ୟାପ୍‌ ୱାଟର ପହଞ୍ଚାଇବା ପାଇଁ ଏଯାବତ କଟକ, ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ସମେତ ୮୫ଟି ସହରରେ ଟ୍ୟାପ ସଂଯୋଗ କରାଯାଇଛି । ମୁକ୍ତା ଯୋଜନାରେ ୨୦୨୩-୨୪ ବଜେଟରେ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏଥିରେ ୧.୬୦ ଲକ୍ଷ ଗୋଷ୍ଠୀ ସହଭାଗୀ ଯଥା ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଙ୍ଘ ସମୂହ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରି ପ୍ରୋତ୍ସାହନ ଅର୍ଥ ରାଶି ପାଇଛନ୍ତି । ଏପର୍ଯ୍ୟନ୍ତ ୨୬ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି ।

ଏହା ବି ପଢନ୍ତୁ- Driver Association Strike: ଦାବି ପୂରଣ ନହେବା ଯାଏଁ ଲଢେଇ ହେବ କହିଲେ ଆନ୍ଦୋଳନକାରୀ

ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ୨୪୦୦ କୋଟି ଟଙ୍କା, ସାମଗ୍ରିକ ନଗର ବିକାଶ ତଥା ବସ୍ତି ସମୂହର ବାସଯୋଗ୍ୟ ରୂପାନ୍ତରଣ ପାଇଁ ୨୩୪୫ କୋଟି, ବିକେନ୍ଦ୍ରିକ ପରିମଳ ଓ ନର୍ଦ୍ଦମା ପରିଚାଳନା ପାଇଁ ୧୩୦୭ କୋଟି ଟଙ୍କା ଓ ସହରାଞ୍ଚଳରେ ଗୃହ ନିର୍ମାଣ ପାଇଁ ୬୦୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଡ୍ରିଙ୍କ ଫର୍ମ ଟ୍ୟାପ୍‌ ମିଶନ ସମସ୍ତ ସହରରେ ଶେଷ ହେବ । ୨୦୨୩-୨୪ରେ ସହରାଞ୍ଚଳ ଜଳଯୋଗାଣ ପାଇଁ ୨୪୦୦୦ କୋଟି ବ୍ୟୟ ବରାଦ କରାଯାଇଛି ।

ଉନ୍ନତି ଯୋଜନା ଅଧୀନରେ ରାଜ୍ୟର ସମସ୍ତ ପୌର ସଂସ୍ଥାଗୁଡ଼ିକରେ ୪୦୦ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ । ଭୁବନେଶ୍ବର, କଟକ ମେଟ୍ରୋ ଚଳାଚଳ ନେଇ ବିଭାଗୀୟ ସଚିବ ଉତ୍ତର ରଖି କହିଛନ୍ତି ଯେ ଏଥିପାଇଁ ସର୍ଭେ ସରିଛି । କେନ୍ଦ୍ରବ ରେଳ ବିଭାଗ ସହ ଆଲୋଚନା ଜାରି ରହିଛି । ସେହିପରି ଆର୍ଥିକ ବର୍ଷ ୨୦୨୩ -୨୪ରେ ୧୧୫ଟି ପୌରାଞ୍ଚଳରେ ଚିହ୍ନଟ ୧୨୦୦ କିମି କଚା ରାସ୍ତାଗୁଡିକ ପଭାର ବ୍ଲକ ରୋଡରେ ରୂପାନ୍ତରିତ ହେବ । ଆମ ପୋଖରୀ ଯୋଜନା ଅଧୀନରେ ୨୦୦୦ ଜଳାଶୟ ଗୁଡିକରେ ମନୋରଞ୍ଜନ ପାଇଁ ସର୍ବସାଧାରଣଙ୍କ ପାଇଁ ୧୨୦ କୋଟି ଟଙ୍କା ବିନିଯୋଗ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.