ETV Bharat / state

ବଢୁଛି ରାତି ତାପମାତ୍ରା, ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ

author img

By ETV Bharat Odisha Team

Published : Dec 28, 2023, 8:28 PM IST

Weather Update: ଆସନ୍ତାକାଲି ପାଇଁ ୧୬ ଜିଲ୍ଲା ଓ ୩୦ ତାରିଖରେ ୧୧ ଜିଲ୍ଲାରେ ଘନ କୁହୁଡିର ଆଶଙ୍କା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜାଣନ୍ତୁ କେଉଁ ଜିଲ୍ଲାକୁ ସତର୍କ କରାଯାଇଛି...

dense fog alert in odisha
ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ

ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ କମୁଛି ଶୀତ, ବଢୁଛି ରାତି ତାପମାତ୍ରା । ଗତ କିଛି ଦିନ ଧରି ରାଜ୍ୟରେ ଲାଗି ରହିଥିବା ଶୀତର ପ୍ରକୋପ କମିଛି । ଲଗାତାର ଏକ ସପ୍ତାହ ଧରି ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ଧୀରେ ଧୀରେ ଦୁର୍ବଳ ହେଉଛି । ଫଳରେ ରାତି ତାପମାତ୍ରାରେ ବୃଦ୍ଧି ଘଟୁଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ । ଆଗକୁ ଘନ କୁହୁଡିର ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ଆଗାମୀ ୩ ଦିନ ପାଇଁ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଧିକ କୁହୁଡ଼ି ହୋଇପାରେ । ତେଣୁ ଏସବୁ ସ୍ଥାନମାନଙ୍କୁ କୁହୁଡି ପାଇଁ ସତର୍କତା ଜାରି ହୋଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ତେଣୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

dense fog alert in odisha
ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ

ଏହା ମଧ୍ୟ ପଢନ୍ତୁ...କଲବଲ କରୁଛି ଶୀତ, ଅସ୍ତବ୍ୟସ୍ତ ଜନଜୀବନ

ଏହା ମଧ୍ୟ ପଢନ୍ତୁ...ରାଜ୍ୟରେ କମୁଛି ତାପମାତ୍ରା, କଲବଲ କରୁଛି କୁହୁଡ଼ି

ଏହାସହ ଆସନ୍ତାକାଲି ପାଇଁ ୧୬ ଜିଲ୍ଲା ଓ ୩୦ ତାରିଖରେ ୧୧ ଜିଲ୍ଲାରେ ଘନ କୁହୁଡି ହେବାର ଆଶଙ୍କା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୪ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ସୂଚନା ଦେଇଛି ବିଭାଗ । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ସାମାନ୍ୟ ବଢିଥିଲେ ମଧ୍ୟ ଶୀତ ଲହରୀ ଜାରି ରହିଛି ।

dense fog alert in odisha
ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ

ତେବେ ୭.୧ ଡିଗ୍ରୀ ସହ କୋରାପୁଟ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । କୁହୁଡି ସହ ଭୀଷଣ ଥଣ୍ଡା ଯୋଗୁ ଜିଲ୍ଲାର ସଦରଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଅଞ୍ଚଳର ଜନଜୀବନ ପ୍ରଭାବିତ ହେଉଛନ୍ତି । ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ସହ ଘନ କୁହୁଡି ଜାରି ରହିଛି । କୋରାପୁଟର ସେମିଳିଗୁଡାରେ ୮.୩ ଡିଗ୍ରୀ , ଉଦୟଗିରି ୯ ଡିଗ୍ରୀ ଓ ଦାରିଙ୍ଗବାଡିରେ ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାବ୍ୟତୀତ କଟକରେ ତାପମାତ୍ରା ୧୬.୨ ଡିଗ୍ରୀ ଓ ଭୁବନେଶ୍ୱରରେ ୧୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.