ETV Bharat / state

ରାଜ୍ୟରେ କମୁଛି ତାପମାତ୍ରା, କଲବଲ କରୁଛି କୁହୁଡ଼ି

author img

By ETV Bharat Odisha Team

Published : Dec 26, 2023, 10:11 PM IST

କଲବଲ କରୁଛି କୁହୁଡ଼ି
କଲବଲ କରୁଛି କୁହୁଡ଼ି

Weather Update Fog Increases In Odisha : ରାଜ୍ୟବାସୀଙ୍କୁ କଲବଲ କରୁଛି କୁହୁଡ଼ି । ୧୯ ସହରରେ ଘନ କୁହୁଡିର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

କଲବଲ କରୁଛି କୁହୁଡ଼ି

ଭୁବନେଶ୍ବର: ରାଜ୍ୟରେ କିଛି ଦିନ ଧରି ଶୀତର ଲହରୀ ଜାରି ରହିବା ପରେ କମୁଛି ଶୀତର ପ୍ରକୋପ । ହେଲେ ରାଜ୍ୟବାସୀଙ୍କୁ କଲବଲ କରୁଛି କୁହୁଡ଼ି । ରାଜ୍ୟରେ ଘନ କୁହୁଡି ସହ ଥଣ୍ଡା ଅନୁଭୂତ ହେଉଛି । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢିଥିଲେ ମଧ୍ଯ କିଛି କିଛି ସ୍ଥାନରେ ଜାରି ରହିଛି ଶୀତ ଲହରୀ । ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ଵନିମ୍ନ ୧୦.୦୦ ତାପମାତ୍ରା ରେକର୍ଡ ହୋଇଛି । ଯଦିଓ ତାପମାତ୍ରାର ପରିମାଣ ପୂର୍ବ ଅପେକ୍ଷା 2 ରୁ 3 ଡିଗ୍ରୀ ବୃଦ୍ଧି ପାଇଛି ତଥାପି ଶୀତରେ ଥରୁଛି ଓଡିଶା ।

ତେବେ ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳରେ ଥଣ୍ଡାର ପ୍ରକୋପ ଅନୁଭବ ହେବା ସହ ୧୯ ସହରରେ ଘନ କୁହୁଡିର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି ,ସୁନ୍ଦରଗଡ, ଝାରସୁଗୁଡା, ଢେଙ୍କାନାଳ, ବୌଦ୍ଧ ,କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ରାୟଗଡା । ୨୦୦ ମିଟର ଘନ କୁହୁଡି ଦୃଶ୍ୟମାନ ହେଉଥିବା ବେଳେ ଏହି ସମୟରେ ସତର୍କତାର ସହ ଯାତ୍ରା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ଏହା ମଧ୍ୟ ପଢ଼ନ୍ତୁ.......ରାଜ୍ୟରେ ଘନ କୁହୁଡି ପ୍ରଭାବ, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ସେହିପରି ଆସନ୍ତାକାଲି ଥଣ୍ଡା ଅନୁଭୂତ ସହ ଘନ କୁହୁଡି ଲାଗି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଭୋର ସମୟରେ ଅଧିକ କୁହୁଡ଼ି ଦେଖିବାକୁ ମିଳୁଥିବା ବେଳେ ଗତ ୨୪ ଘଣ୍ଟାରେ ଭଦ୍ରକ, ପୁରୀ, ନୟାଗଡ଼, କୋରାପୁଟ, ବଲାଙ୍ଗୀର, ଯାଜପୁର, ଅନୁଗୁଳ, କଳାହାଣ୍ତି, କନ୍ଧମାଳ, ଗଞ୍ଜାମ, ବାଲେଶ୍ୱର, ଖୋର୍ଦ୍ଧା, ଗଜପତି, କେନ୍ଦ୍ରାପଡ଼ା ଆଦି ସ୍ଥାନରେ କୁହୁଡ଼ି ଦେଖାଯାଇଥିଲା । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୦ ଉପରେ ରହୁଛି । ରାଉରକେଲା ଓ ଫୁଲବାଣୀରେ ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିଲା । ୩ ଦିନ ପର୍ଯ୍ୟନ୍ତ ପାଗର କୌଣସି ପରିବର୍ତ୍ତନ ସମ୍ଭାବନା ନଥିବା ବେଳେ ୭ ଦିନ ଯାଏ ରାଜ୍ୟରେ ଶୁଖିଲା ପାଗ ରହିବ ବୋଲି ପୁର୍ବାନୁମାମାନ କରିଛି ପାଣିପାଗ ବିଭାଗ । ସେପଟେ ଭୁବନେଶ୍ବରରେ ସର୍ବାଧୀକ ତାପମାତ୍ରା 28 ଡିଗ୍ରୀ ପାଖାପାଖି ଥିବା ବେଳେ ସର୍ବନୀମ୍ନ ତାପମାତ୍ରା 17 ଡିଗ୍ରୀ ପାଖାପାଖି ରହିଛି । ସେହିପରି ରାଜଧାନୀରେ ମଧ୍ୟ ମଧ୍ୟମ ଧରଣର କୁହୁଡ଼ି ପରିଲକ୍ଷୀତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.