ETV Bharat / state

ଠକଙ୍କ ଟାର୍ଗେଟରେ ବ୍ୟବସାୟିକ ପ୍ରତିଷ୍ଠାନ, ଭୁବନେଶ୍ୱରରୁ ଠକି ଫସିଗଲା ସାଇବର ଠକ

author img

By

Published : Aug 4, 2023, 10:35 PM IST

ଠକଙ୍କ ଟାର୍ଗେଟରେ ବ୍ୟବସାୟିକ ପ୍ରତିଷ୍ଠାନ
ଠକଙ୍କ ଟାର୍ଗେଟରେ ବ୍ୟବସାୟିକ ପ୍ରତିଷ୍ଠାନ

ବ୍ୟବସାୟିକ ଡିଲ୍‌ ଆଳରେ ଠକୁଛନ୍ତି ସାଇବର ଠକ । ଦାମୀ ଜିନିଷକୁ ଅନଲାଇନ ବଜାରରେ ଶସ୍ତାରେ ବିକ୍ରିର ଲୋଭ ଦେଇ ଠକିଥିବା ଏକ ସାଇବର ଠକକୁ ନୟାଗଡ଼ରୁ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ଠକଙ୍କ ଟାର୍ଗେଟରେ ବ୍ୟବସାୟିକ ପ୍ରତିଷ୍ଠାନ

ଭୁବନେଶ୍ବର: ବ୍ୟବସାୟୀଙ୍କ ପାଇଁ ଏବେ ସାଇବର ଠକଙ୍କ ନୂଆ ଚାଲ୍ । ବ୍ୟବସାୟିକ ଡିଲ୍‌ ଆଳରେ ଠକୁଛନ୍ତି ସାଇବର ଠକ । ଭିନ୍ନ ଆଳରେ ଏବେ ବ୍ୟବସାୟୀଙ୍କୁ ମୋହରା କରୁଛନ୍ତି । ଏନେଇ ଠକ ଆପଣାଉଛନ୍ତି ଅନଲାଇନ ଡିଲ୍ ଫଣ୍ଡା । ଦାମୀ ଜିନିଷକୁ ଅନଲାଇନ ବଜାରରେ ଶସ୍ତାରେ ବିକ୍ରିର ଲୋଭ ଦେଇ ବ୍ୟବସାୟିକ ଡିଲ୍ କରୁଛନ୍ତି । ଆଉ ଜିନିଷ ଡେଲିଭେରୀ ଦେବାର ପ୍ରଲୋଭନ ଦେଇ ଟଙ୍କା ନେଇ ଛୁ ମାରୁଛନ୍ତି । ଏପରି ଏକ ଠକେଇ କରି ଧରାପଡିଛି ଜଣେ ପେସାଦାର ସାଇବର ଠକ । ଯାହାର ନାଁ ସିଦ୍ଧାର୍ଥ ପାଣିଗ୍ରାହୀ ଓରଫ ସାଗର, ଘର ନୟାଗଡ଼ ରଥଗଡା ସାହି ।

ପୂର୍ବରୁ ସିଦ୍ଧାର୍ଥର ଅନେକ ଠକେଇ ମାମଲାରେ‌ ସମ୍ପୃକ୍ତ ରହିଛି । ନୟାଗଡ଼ରୁ ଠକକୁ ଗିରଫ କରିଛି କମିଶନରେଟ୍ ପୋଲିସର ସାଇବର ଓ ଅର୍ଥନୈତିକ ଅପରାଧ ଶାଖା । ପୂର୍ବରୁ ସେ OLXରେ ମୋବଇଲ ବିକ୍ରି ଆଳରେ ଠକେଇ କରି ନୟାପଲ୍ଲୀ, ଚନ୍ଦ୍ରଶେଖରପୁର ଥାନାରେ ଥିବା ଠକେଇ ଓ ସାଇବର ଥାନାରେ ମଧ୍ୟ ଏହି ଅଭିଯୁକ୍ତ ନାଁରେ କେସ ଥିବା ଭୁବନେଶ୍ବର ଡିସିପି କହିଛନ୍ତି । ତେବେ ସେ ଜଣେ ପେସାଦାର ଠକ । ସେ ବି-ଟେକ ଇଞ୍ଜିନିୟରିଙ୍ଗ୍ କରିଥିବା ବେଳେ ମୁଣ୍ଡରେ ପଶିଥିଲା ସୈତାନୀ ବୁଦ୍ଧି । ସେ ଘରେ ବସି ଏଭଳି ସାଇବର ଠକାମୀ କରୁଥିଲା । ବିଗତ କିଛିଦିନ ଧରି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ନାଁରେ ଠକାମୀ କେସ ହେଉଥିବା ଜାଣି ଠକ ଜଣକ ଏଭଳି ଫଣ୍ଡା ଆପଣାଇଥିଲା । ଠକେଇ ପାଇଁ ଏକ ଇଲୋକ୍ଟ୍ରୋନିକ୍ସ ଆଇଟମର ଅନଲାଇନ ବଜାର ଆଳରେ ବିଜ୍ଞପ୍ତି ଦେଇଥିଲା । ଜଣେ ଇଲୋକ୍ଟ୍ରୋନିକ୍ସ ଦୋକାନୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରି 5 STAR ଏସି ସୁଲଭ ମୂଲ୍ୟରେ ବିକ୍ରି ପାଇଁ ଯୋଜନା କରୁଥିବା କହିଥିଲା ‌ ।

ଏହା ମଧ୍ୟ ପଢ଼ନ୍ତୁ...ଚିନ୍ତା ବଢ଼ାଉଛି ନକଲି ଓ୍ବେବ୍‌ସାଇଟ୍‌, ହୋଟେଲ ଏବଂ ଶିକ୍ଷାନୁଷ୍ଠାନ ନାଁରେ ଲୁଟୁଛନ୍ତି ଠକ

ତେବେ SAI ELECTRO WORLD ନାମକ ଏକ ଦୋକାନ ମାଲିକ ଏହି ଠକ ସ‌ହ ଯୋଗାଯୋଗରେ ଆସି ସୁଲଭ ମୂଲ୍ୟରେ ଏସି କିଣିବା ପାଇଁ ଏକ ଚୁକ୍ତି କରିଥିଲେ । ୧୦ଟି ଏସି ବାବଦକୁ ୨ ଲକ୍ଷ ଟଙ୍କାରେ ଡିଲ ଫାଇନାଲ ହୋଇଥିଲା । ପରେ ୧ ଲକ୍ଷ ଟଙ୍କା ଏସି କିଣିବା ବାବଦକୁ ଆଡ୍‌ଭାନ୍ସ ପାଇଁ ପ୍ରଦୀପ କୁମାର‌ ନାୟକ ଓ ସଞ୍ଜୟ କୁମାର ପାଲଟାସିଂ ନାଁରେ ଆର୍‌ଟିଜିଏସ୍‌ କରିଥିଲା । ହେଲେ ଟଙ୍କା ପାଇବା ପରେ ଆଉ ଧରାଛୁଆଁ ଦେଇନଥିଲା । ଏନେଇ ଦୋକାନୀ ଜଣକ ସାଇବର ଥାନାରେ ଅଭିଯୋଗ ପରେ ତୁରନ୍ତ ତଦନ୍ତ କରି ଠକକୁ ନୟାଗଡ଼ରୁ ଗିରଫ କରିଛି ପୋଲିସ । ତା'ଠାରୁ ନଗଦ ୧ ଲକ୍ଷ ଟଙ୍କା ସହ ଆଉ ୧ ଲକ୍ଷ ଟଙ୍କା ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି । ଦୁଇଟି ମୋବାଇଲ ମଧ୍ୟ ଜବତ କରାଯିବା ସହ ଅଭିଯୁକ୍ତକୁ ଗିରଫ କରି‌ କୋର୍ଟ ଚାଲାଣ କରାଯାଇଛି । ତେବେ କେବଳ ଏହି ବ୍ୟବସାୟୀ ନୁହନ୍ତି, କିଛିଦିନ ତଳେ ମଧ୍ୟ ହୋଟେଲ ବ୍ୟବସାୟୀଙ୍କର ନାଁରେ ହୋଟେଲ ବୁକ୍ ଆଳରେ ନକଲି ୱେବସାଇଟ୍ ତିଆରି କରି ଠକାମୀ କରୁଛନ୍ତି ଠକ । ଏନେଇ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ବର ଡିସିପି । ଠକାମୀର ଶିକାର ହେଲେ ତୁରନ୍ତ ପରାମର୍ଶ କରିବାକୁ ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.