ETV Bharat / state

Cyber Awareness Campaign: ସହର ବୁଲୁଛି ଲୋକଙ୍କୁ ଭେଟୁଛି ସାଇରା, ସାଇବର ଠକେଇ ନେଇ ଭିନ୍ନ ସଚେତନତା

author img

By ETV Bharat Odisha Team

Published : Oct 8, 2023, 8:56 PM IST

Cyber Awareness Campaign: ଜୁମ୍ବା ଡ୍ୟାନସ ମଧ୍ୟମରେ ସାଇବର ସଚେତନତା
Cyber Awareness Campaign: ଜୁମ୍ବା ଡ୍ୟାନସ ମଧ୍ୟମରେ ସାଇବର ସଚେତନତା

ରାଜ୍ୟବ୍ୟାପି ଓଡିଶା ପୋଲିସର ଚଳାଇଛି ସାଇବର ସଚେତନତା କାର୍ଯ୍ୟକ୍ରମ । ଭୁବନେଶ୍ୱରରେ ଜୁମ୍ବା ଡ୍ୟାନସ ମଧ୍ୟମରେ ସାଇବର ସଚେତନତା । ଅଧିକ ପଢନ୍ତୁ

Cyber Awareness Campaign: ଜୁମ୍ବା ଡ୍ୟାନସ ମଧ୍ୟମରେ ସାଇବର ସଚେତନତା

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ସାଇବର ସଚେତନତା ଅଭିଯାନ । ଆଉ ଏଥିରୁ ବାଦ ପଡିନି କମିସନରେଟ ପୋଲିସ । ଭୁବନେଶ୍ୱରରେ ବି ହୋଇଛି ଗଣ ସଚେତନତା ଅଭିଯାନ । ଇନଫୋସିଟି ଥାନା ଅଞ୍ଚଳରେ ସାଇବର ଠକେଇ ସଚେତନା ପାଇଁ ଆୟୋଜନ ହୋଇଛି ବିଶାଳ ରୋଡ ସୋ । ଏଥିରେ ଘରୋଇ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି ସଚେତନତାରେ । ହେଲେ ସବୁଠାରୁ ଆକ୍ରର୍ଷଣର ବିଷୟ ହେଲା ଜୁମ୍ବା ଡ୍ୟାନସ ମଧ୍ୟମରେ ସାଇବର ସଚେତନତା କରାଯାଇଛି ।

ସାଇବର ପୋଲିସ ଦ୍ବାରା ନର୍ମିତ ସାଇବର ସଚେତନା ଗୀତ ଜରିଆରେ ସାଇବର ଠକାମି ସମ୍ପର୍କରେ ଛାତ୍ର ଛାତ୍ରୀ ଓ ଉପସ୍ଥିତ ଲୋକଙ୍କୁ ସଚେତନତା କରିଛି କମିସନରେଟ୍ ପୋଲିସର ଭୁବନେଶ୍ୱର ଟିମ୍ । ଏନେଇ ସହରର ବିଭିନ୍ନ ଥାନା ଅଞ୍ଚଳରେ ହେଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ରାସ୍ତା କଡ଼ରେ ସାଧାରଣ ଲୋକଙ୍କୁ ସଚେତନତା ସହ ସ୍କୁଲ କଲେଜ ଏବଂ ପର୍ଯ୍ୟଟନସ୍ଥଳୀ ଗୁଡିକରେ ପ୍ରଶାସନ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମକରି ସଚେତନତା କରାଯାଉଛି । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ମାସ୍କଟ ସାଇରା ଯେକି ବୁଲି ବୁଲି ଲୋକଙ୍କୁ ସଚେତନ କରୁଛି । ଲୋକେ ସେଲଫି ନେଉଛନ୍ତି । ସାଇରା କ'ଣ ଜାଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଆଉ ନିତିଦିନିଆ ଜୀବନର କିଭଳି ସାଇବର ଠକଙ୍କ ପ୍ରାଦୁର୍ଭାବ ରହୁଛି ସେନେଇ ଅବଗତ କରାଉଛି ।

ବିଶେଷ କରି ସଚେତନତା ବେଳେ

1.ଅଜଣା ଲିଙ୍କ କିପରି ବ୍ୟବହାର‌ କରିବେ ନାହିଁ ,ଯା ଦ୍ବାରା କିପରି ଠକେଇ ଶିକାର ହେବାର ସମ୍ଭାବନା ରହୁଛି
2.ଓଟିପି ସେୟାରି କରିବା ନାହିଁ । ଯେ କେହି ଫୋନରେ ବା ଅନଲାଇନରେ ଓଟିପି ମାଗିଲେ କିପରି ଦେବେ ନାହିଁ ।
3.ଫେସବୁକ ଓ ଇନଷ୍ଟା ଓ ସୋସିଆଲ ମିଡିଆରେ ଆସୁଥିବା ଅଜଣା ବନ୍ଧୁତା ସ୍ଥାପନା ପ୍ରତି କିପରି ଦୁରେଇ ରହିବେ ।
4.ଆପଣଙ୍କର ଫଟୋ ବା ଆପଣଙ୍କର ଡକୁମେଣ୍ଟ କିପରି ସର୍ବସାଧାରଣରେ ପୋଷ୍ଟ କରିବେ ନାହିଁ । ଏନେଇ ସତର୍କତା ଅବଲମ୍ବନ କରିବେ ନଚେତ ଏହାର ଦୁରୁପଯୋଗ କରିପାରନ୍ତି ସାଇବର ଠକ ।

ଏହା ମଧ୍ୟ ପଢନ୍ତୁ...Cyber Awareness Campaign: ଖୋର୍ଦ୍ଧା ଓ ମୟୂରଭଞ୍ଜରେ ସାଇବର କ୍ରାଇମ ରୋକିବାକୁ ସଚେତନତା

5.ଏଟିମ ବା ଡେବିଟି ଓ କ୍ରେଡିଟ କାର୍ଡ ବ୍ୟବହାର ବେଳେ ସତର୍କ ରହିବେ । କାର୍ଡର ନମ୍ବର ବା ଓଟିପି ବା ସିଭିଭି ନମ୍ବର କାହାକୁ ସେୟାର କରିବେ ନାହିଁ ।
6.KYC ଆଳରେ କେହି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ବା ମୋବାଇଲ ନମ୍ବର ବା ଆଧାରକାର୍ଡ ନମ୍ବର ଅନଲାଇନରେ ମାଗିଲେ ଦେବେ ନାହିଁ ।
7.ସମ୍ପର୍କୀୟ କହି କେହି ଅନଲାଇନରେ ଟଙ୍କା ମାଗୁଥିଲେ ସତର୍କ ରହିବେ । ଥରୁଟିଏ ସେ ଲୋକ ସହ କଥା ହୋଇକି ତା'ପରେ ହୁଏତ ଟଙ୍କା ପଠାଇପାରିବେ ।
8.ବିଭିନ୍ନ ଲୋଭନୀୟ ଅଫର୍ ଦେଇ ଅଧାଦାମ ବା କମ୍ ଦାମରେ ଜିନିଷ ବିକିବାର ଲୋଭ ଦେଖାଇ ଆପଣଙ୍କୁ ଆପଣଙ୍କର ର କୌଣସି ବ୍ୟକ୍ତିଗତ ତଥ୍ୟ ମାଗିଲେ ହୁସିଆର ରହିବେ । ଏନେଇ କାହାକୁ ସେୟାର କରିବେ ନାହିଁ ।
9.ନିଜକୁ ବ୍ୟାଙ୍କ ବା ଆର୍ମି ଅଫିସର କହି ଭରସା ଦେଇ କିଛି କିଣା ବିକାର ଭରସା ଦେଉଥିଲେ ହୁସିଆର‌ ରହିବେ ।
10.ଚାକିରି ନିଯୁକ୍ତି ଆଳରେ ବିଭିନ୍ନ ପୋଷ୍ଟ ପାଇଁ ଆବଶ୍ୟକତା ପାଇଁ ଟଙ୍କା ମାଗୁଥିଲେ ସଚେତନ ହେବେ ସାଇବର ଠକ ଏପରି କରିଥାଇପାରନ୍ତି ।

ଏଇଭଳି ଭିନ ଭିନ୍ନ ଉପାୟରେ ସାଇବର ସଚେତନତା ରଥ ଜରିଆରେ ବିଭିନ୍ନ ଥାନା ଅଞ୍ଚଳରେ ଜାରି ରହିଛି ସଚେତନତା । ଲୋକଙ୍କୁ ସାଇବର ଠକେଇରୁ କିପରି ବଞ୍ଚିତ ରହିବେ ସେନେଇ ଚାଲିଛି ରାଜ୍ୟବ୍ୟାପୀ ସଚେତନତା ।

ଇଟିଭି ଭାରତ,ଭୁବନଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.