ETV Bharat / state

Cyber Awareness Campaign: ଖୋର୍ଦ୍ଧା ଓ ମୟୂରଭଞ୍ଜରେ ସାଇବର କ୍ରାଇମ ରୋକିବାକୁ ସଚେତନତା

author img

By ETV Bharat Odisha Team

Published : Oct 7, 2023, 6:46 AM IST

ସାଇବର ଅପରାଧ ରୋକିବା ପାଇଁ ଚାଲିଛି ସାଇବର ସୁରକ୍ଷା ଅଭିଯାନ । ଶୁକ୍ରବାର ଖୋର୍ଦ୍ଧା ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ସଚେତନତା କରାଯାଇଛି । ଅଧିକ ପଢନ୍ତୁ

ସାଇବର କ୍ରାଇମ ରୋକିବାକୁ ସଚେତନତା
cyber awareness in mayurbhanj and khurdha

cyber awareness in mayurbhanj and khurdha


ଖୋର୍ଦ୍ଧା/ରାଇରଙ୍ଗପୁର : ସାଇବର ଅପରାଧ ରୋକିବା ପାଇଁ ଆରମ୍ଭ ହୋଇଛି ସାଇବର ସୁରକ୍ଷା ଅଭିଯାନ । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଉଛି ପୋଲିସ । କଲେଜ ଛାତ୍ରଛାତ୍ରୀ ସାଇବର ଅପରାଧରୁ ବର୍ତ୍ତିବେ ସେଥିପାଇଁ ସେମାନଙ୍କୁ ସଚେତନ କରାଯାଉଥିବା ବେଳେ ଅନଲାଇନରେ ଭିଡିଓ ବାର୍ତ୍ତା ଦିଆଯାଉଛି । ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସାଇବର ଟିମର ନୋଡାଲ ଅଫିସର ମିନାକ୍ଷୀ ଠାକୁର କହିଛନ୍ତି, "ସାମାନ୍ୟ ଅସାବଧାନତା ଯୋଗୁଁ ଆମେମାନେ ଠକାମୀର ଶୀକାର ହୋଇଥାଉ ।"

ଏହାକୁ ଦୃଷ୍ଟିରେ ରଖି କଲେଜଗୁଡିକରେ ଅଧିକ ଗୁରୁତ୍ବ ଦିଆଯାଉଛି । ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା କଣ୍ଟାବାଡ ପଞ୍ଚାୟତର ରମାମଣି ମହାବିଦ୍ୟାଳୟ ପରିସରରେ ସାଇବର ସୁରକ୍ଷା ଅଭିଯାନ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କିଭଳି ଇଣ୍ଟରନେଟ ବ୍ୟବହାର କରାଯିବ, ସୋସିଆଲ ମିଡିଆର ବ୍ୟବହାର କ୍ଷେତ୍ରରେ କିଭଳି ସତର୍କତା ଅବଲମ୍ବନ କରାଯିବ, ଗେମ୍ ଆପ୍ଲିକେସନଗୁଡିକ ଉପରେ ଭଲ ଭାବରେ ସତର୍କ ଦୃଷ୍ଟି ରଖିବା, ଆର୍ଥିକ କାରବାର ସମୟରେ ସତର୍କତା ଅବଲମ୍ବନ କରାଯିବ ଏହାସହ ଅଶ୍ଳୀଳ ମେସେଜରୁ କିପରି ବର୍ତ୍ତିବେ ଏ ସମସ୍ତ ଉପରେ ସାଇବର ଅଧିକାରୀ ସଚେତନ କରିଛନ୍ତି ।


ସେପେଟେ ସାଇବର କ୍ରାଇମ ରୋକିବା ଉଦ୍ଦେଶ୍ୟରେ ରାଇରଙ୍ଗପୁରରେ ସାଇବର ସୁରକ୍ଷା ସଚେତନତା ରଥ ପରିକ୍ରମା କରିଥିଲା । ରାଇରଙ୍ଗପୁର ମହାବିଦ୍ୟାଳୟ ଓ ବ୍ଲକ କାର୍ଯ୍ୟଳୟରେ ଆୟୋଜିତ ହୋଇଥିଲା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ । ସାରା ରାଜ୍ୟରେ ଏବେ ସାଇବର କ୍ରାଇମ ବଢି ବଢି ଚାଲୁଥ‌ିବା ବେଳେ ଏହାକୁ ରୋକିବାକୁ ସରକାରଙ୍କ ତରଫରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୩ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରରେ ସାଇବର ସୁରକ୍ଷା ସଚେତନତା ରଥ ପହଞ୍ଚିବା ପରେ ରାଇରଙ୍ଗପୁର ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ରଥକୁ ଭବ୍ୟ ସ୍ବାଗତ କରିଥିଲେ ।

ଏହି ଅବସରରେ ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ଇନଡୋର ଷ୍ଟାଡିୟମରେ ପୋଲିସ ପ୍ରଶାସନ ପକ୍ଷରୁ ସାଇବର କ୍ରାଇମ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶତାଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥ‌ିବା ବେଳେ ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ କୁବେର କୁମାର ମହାନ୍ତିଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ । ବାରିପଦା ପୋଲିସ ବିଭାଗର ଡିଏସପି ଦିଲମଣି ଭୋଇ ଛାତ୍ରଛାତ୍ରୀଙ୍କୁ ସାଇବର କ୍ରାଇମ ସମ୍ପର୍କରେ ସଚେତନ କରାଇବା ସହିତ କିପରି ଛାତ୍ରଛାତ୍ରୀ ସାଇବର ଅପରାଧକୁ ରୋକିବା ପାଇଁ ସହାୟକ ହୋଇପାରିବେ ସେନେଇ ମତବ୍ୟକ୍ତ କରିଥିଲେ ।

ଏହା ବି ପଢନ୍ତୁ...Cyber Awareness Campaign: ନବରଙ୍ଗପୁରରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ

ପରେ ରାଇରଙ୍ଗପୁର ମହାବିଦ୍ୟାଳୟରୁ ଏକ ରାଲି ଯୋଗେ ସାଇବର ସୁରକ୍ଷା ସଚେତନତା ରଥ ବାହାରି ରାଇରଙ୍ଗପୁର ଗୋଲେଇ ଛକରେ ପହଞ୍ଚିଥିଲା । ସେଠାରେ ରଥକୁ ଭବ୍ୟ ସ୍ବାଗତ କରାଯିବା ସହିତ ରଥ ବିଜୁ ପଟ୍ଟନାୟକ ମାର୍ଗ ଦେଇ ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପହଞ୍ଚିଥିଲା । ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସ ଓ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରାଇରଙ୍ଗପୁର ଭାରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା/ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.