ETV Bharat / state

କୋରୋନାରେ ମୃତ୍ୟୁୁ ପରେ ଛୁଇଁଲେନି ଗାଁ ଲୋକ, ସତ୍କାର କଲେ ପୋଲିସ ଓ ଡାକ୍ତର

author img

By

Published : May 28, 2021, 7:13 PM IST

କୋରୋନାରେ ମୃତ୍ୟୁୁ ପରେ ଛୁଇଁଲେନି ଗାଁ ଲୋକ : ସତ୍କାର କଲେ ପୋଲିସ ଓ ଡାକ୍ତର
କୋରୋନାରେ ମୃତ୍ୟୁୁ ପରେ ଛୁଇଁଲେନି ଗାଁ ଲୋକ : ସତ୍କାର କଲେ ପୋଲିସ ଓ ଡାକ୍ତରକୋରୋନାରେ ମୃତ୍ୟୁୁ ପରେ ଛୁଇଁଲେନି ଗାଁ ଲୋକ : ସତ୍କାର କଲେ ପୋଲିସ ଓ ଡାକ୍ତର

କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ଭୟରେ ଛୁଇଁଲେନି ଗ୍ରାମବାସୀ । ପିପିଇ କିଟ ପିନ୍ଧି ମୃତଦେହ ସତ୍କାର କଲେ ଡାକ୍ତର ଓ ଆଇଆଇସି । ଅଧିକ ପଢନ୍ତୁ ....

ଖୋର୍ଦ୍ଧା: କୋଭିଡରେ ମୃତ୍ୟୁ ପରେ ଛୁଇଁଲେନି ଗାଁ ଲୋକଥାନା ଅଧିକାରୀ ଓ ଡାକ୍ତର ଦେଖାଇଲେ ମଣିଷ ପଣିଆ । କୋଭିଡ ଆକ୍ରାନ୍ତ ମୃତଦେହ କଲେ ସତ୍କାର । ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାନ ରାଉତପଡା ଗ୍ରାମରେ ।

କୋରୋନାରେ ମୃତ୍ୟୁୁ ପରେ ଛୁଇଁଲେନି ଗାଁ ଲୋକ : ସତ୍କାର କଲେ ପୋଲିସ ଓ ଡାକ୍ତର

ଘଟଣାନୁସାରେ ସାନ ରାଉତପଡାର ହବିବ୍ ଖାଁ କୋରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ପ୍ରାଣ ହରାଇଥିଲେ। ହବିବଙ୍କ ମୃତଦେହ ଗାଁକୁ ପଠାଇଥିଲା ପ୍ରଶାସନ । ଲୋକେ ଭୟରେ କୋରୋନା ଆକ୍ରାନ୍ତଙ୍କ ମୃତଦେହକୁ ଛୁଇଁ ନଥିବାବେଳେ ଲୋକଙ୍କ ମନରୁ ଭୟ ଦୂରେଇବା ପାଇଁ ଟାଙ୍ଗୀ ଥାନା ଅଧିକାରୀ ବିଜୟ କୁମାର ମଲିକ ଓ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଜିତେନ୍ଦ୍ର କୁମାର ସାହୁ କୋଭିଡ୍ କଟକଣା ମଧ୍ୟ୍ୟରେ ପିପିଇ କିଟ ପିନ୍ଧି ମୃତଦେହ ସତ୍କାର କରିଥିଲେ । ଡାକ୍ତର ଓ ପୋଲିସ ବାବୁଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.