ETV Bharat / state

ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ଶୀତ, କିରେଇରେ ସର୍ବନିମ୍ନ ୮.୩ ତାପମାତ୍ରା

author img

By ETV Bharat Odisha Team

Published : Dec 16, 2023, 6:37 PM IST

Weather Update
ରାଜ୍ୟରେ ପ୍ରବଳ ଶୀତ

Weather Update: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଛି । ଏହାସହ ସ୍ୱାଭାବିକଠାରୁ ଅଧିକ ଶୀତ ହେଉଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୦ ରୁ ୧୫ ଡିଗ୍ରୀ ଯାଏଁ ରହୁଛି। ଅଧିକ ପଢନ୍ତୁ

ରାଜ୍ୟରେ ପ୍ରବଳ ଶୀତ

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ ବଢୁଛି ଥଣ୍ଡା। କେତେକ ସ୍ଥାନରେ ଘନ କୁହୁଡି ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ଫୁଲବାଣୀରେ ୧୦୦ ମିଟର ଓ କୋରାପୁଟରେ ୫୦ ମିଟରର ଘନ କୁହୁଡି ଦୃଶ୍ୟମାନ ହୋଇଛି। ସେପଟେ ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକ ଶୀତ ଜାରି ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ସ୍ୱାଭାବିକଠାରୁ ଅଧିକ ଶୀତ ହେଉଥିବାବେଳେ ବିଭିନ୍ନ ସ୍ଥାନର ତାପମାତ୍ରା ୧୦ ରୁ ୧୫ ଡିଗ୍ରୀ ଯାଏଁ ରହୁଛି।

ସେହିପରି ଉପକୂଳ ଓଡ଼ିଶାରେ ୧୩ ରୁ ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଅନେକ ସ୍ଥାନରେ ସ୍ୱାଭାବିକାଠାରୁ ଅଧିକ ଶୀତ ଅନୁଭବ ହେଉଛି। ଆଗାମୀ ୪ ଦିନ ପର୍ଯ୍ୟନ୍ତ ଏଭଳି ଥଣ୍ଡା ଲାଗିରହିବ ବୋଲି ଜଣାପଡିଛି । ତେବେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟରେ ସ୍ୱାଭାବିକ ଶୀତ ଅନୁଭବ ହେଉଥିବାବେଳେ ୬ ସହରରେ ୧୦ ଡିଗ୍ରୀ ତଳକୁ ତାପମାତ୍ରା ରେକର୍ଡ ହୋଇଛି। ଏହି କ୍ରମରେ ରାଜ୍ୟରେ କିରେଇରେ ସର୍ବନିମ୍ନ ୮.୩ ତାପମାତ୍ରା ରେକର୍ଡ ହୋଇଛି ।

ସେହିପରି ଜି ଉଦୟଗିରିରେ ୮.୪ ଡିଗ୍ରୀ , ଫୁଲବାଣୀରେ ୮.୫ ଡିଗ୍ରୀ , କୋରାପୁଟ ୯.୫ ଡିଗ୍ରୀ, ରାଣୀତାଲରେ ୯.୬ ଡିଗ୍ରୀ , ରାଉଲକେଲାରେ ୯.୮, ଚିପିଲିମା, ଅନୁଗୋଳ , ସୁନ୍ଦରଗଡ, କେନ୍ଦୁଝର, ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ ଓ ଝାରସୁଗୁଡାରେ ୧୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି କଟକରେ ୧୩.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଭୁବନେଶ୍ୱରରେ ୧୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଶୀତଦିନେ ନନ୍ଦନକାନନରେ ସ୍ବତନ୍ତ୍ର ବ୍ୟବସ୍ଥା; ଖୁଆଡରେ କମ୍ବଳ, ସିମ୍ପାଜିଙ୍କ ପାଇଁ ରୁମ ହିଟର

ଏହା ବି ପଢନ୍ତୁ...ଶୀତ ପାଲିଙ୍କିରେ ଗାଁଠୁ ସହର... ଗରିବ ପାଇଁ କି ଅବା ଶୀତ କି ଅବା ବସନ୍ତ


ସେପଟେ ଗତ ୨୪ ଘଣ୍ଟାରେ କୋରାପୁଟ, ସୁନ୍ଦରଗଡ ଓ କନ୍ଧମାଳରେ ଘନ କୁହୁଡି ଅନୁଭୂତ ହେଉଥିବାବେଳେ କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗୀରରେ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିଛି । ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, କଳାହାଣ୍ଡି, ଝାରସୁଗୁଡା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ବଲାଙ୍ଗୀରରେ କୁହୁଡି ଦେଖିବାକୁ ମିଳିବ । ରାତିରେ ଶୀତ ସହ ସକାଳେ କୁହୁଡିର ଅନୁଭବ କରିବେ ରାଜ୍ୟବାସୀ । ବର୍ତ୍ତମାନ ରାଜ୍ୟରେ ସେଭଳି କିଛି ପାଣିପାଗ ନିୟାମକ ସକ୍ରିୟ ନଥିବାବେଳେ ଆସନ୍ତା ୭ ଦିନ ଯାଏ ପାଗ ଶୁଖିଲା ରହିବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.