ETV Bharat / state

ପ୍ରଶଂସାରେ ଗଦଗଦ ପ୍ରଣବ, କହିଲେ ମୁଖ୍ୟମନ୍ତ୍ରୀଙ୍କ ପଟ୍ଟଶିଷ୍ୟ ଭିକେ ପାଣ୍ଡିଆନ

author img

By ETV Bharat Odisha Team

Published : Nov 11, 2023, 5:43 PM IST

Updated : Nov 11, 2023, 7:55 PM IST

ପ୍ରଶଂସାରେ ଗଦଗଦ ବବି; ମୁଖ୍ୟମନ୍ତ୍ରୀଙ୍କ ପଟ୍ଟଶିଷ୍ୟ ଭିକେ ପାଣ୍ଡିଆନ: ପ୍ରଣବ
ପ୍ରଶଂସାରେ ଗଦଗଦ ବବି; ମୁଖ୍ୟମନ୍ତ୍ରୀଙ୍କ ପଟ୍ଟଶିଷ୍ୟ ଭିକେ ପାଣ୍ଡିଆନ: ପ୍ରଣବ

ଓଡିଶା ରାଜନୀତିରେ ଆରମ୍ଭ ହୋଇଛି କି କ୍ଷମତା ପରିବର୍ତ୍ତନ ପ୍ରକ୍ରିୟା ? ଯଦି ହଁ ତେବେ କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ ? 5ଟି ତଥା ଆମ ଓଡିଶା ନବୀନ ଓଡିଶା ଭିକେ ପାଣ୍ଡିଆନ ହେବେ କି ବିଜେଡିର ସର୍ବେସର୍ବା ? ଏଭଳି କିଛି ପ୍ରଶ୍ନ ଜାତୀୟ ଓ ରାଜ୍ୟ ରାଜନୀତିରେ ଉଠିବାରେ ଲାଗିଛି । ଏହି ଚର୍ଚ୍ଚା ବାହାରୁ ନୁହେଁ ବିଜୁ ଜନତା ଦଳର ଶୀର୍ଷ ନେତାଙ୍କ ମତ ଓ ମନ୍ତବ୍ୟକୁ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ପ୍ରଶଂସାରେ ଗଦଗଦ ବବି; ମୁଖ୍ୟମନ୍ତ୍ରୀଙ୍କ ପଟ୍ଟଶିଷ୍ୟ ଭିକେ ପାଣ୍ଡିଆନ: ପ୍ରଣବ

ଭୁବନେଶ୍ବର: ଯାହା କେବେ ହୋଇନଥିଲା ତାହା ଏବେ ହେଉଛି । କିଛିଦିନ ପୂର୍ବରୁ ସୋସିଆଲ ମିଡ଼ିଆରେ ପ୍ରଶଂସା । ଆଉ ଏବେ ସିଧାସଳଖ ସରକାରୀ କାର୍ଯ୍ୟକ୍ରମର ସଭା ମଞ୍ଚରେ ପ୍ରଶଂସା । ଆମ କହୁଛୁ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ 5ଟି ତଥା ଆମ ଓଡିଶା ନବୀନ ଓଡିଶା ଭିକେ ପାଣ୍ଡିଆନଙ୍କ କଥା । ସବୁଠାରୁ ବଡ଼ କଥା ହେଉଛି ଭିକେ ପାଣ୍ଡିଆନଙ୍କୁ ନବୀନଙ୍କ ପଟ୍ଟଶିଷ୍ୟ କହିବାକୁ ପଛାଇ ନାହାନ୍ତି ପ୍ରଣବ । ଯାହା ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ଅଧିକ ପଢନ୍ତୁ- ପାଣ୍ଡିଆନଙ୍କୁ ପ୍ରଣବଙ୍କ ପ୍ରଶଂସା; ପରିବର୍ତ୍ତିତ ପରିସ୍ଥିତି ସହ ଖାପ ଖୁଆଉଛନ୍ତି କି ବବି ?

ଓଡିଶା ରାଜନୀତିରେ ଆରମ୍ଭ ହୋଇଛି କି କ୍ଷମତା ପରିବର୍ତ୍ତନ ପ୍ରକ୍ରିୟା ? ଯଦି ହଁ ତେବେ କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ ? 5ଟି ତଥା ଆମ ଓଡିଶା ନବୀନ ଓଡିଶା ଭିକେ ପାଣ୍ଡିଆନ ହେବେ କି ବିଜେଡିର ସର୍ବେସର୍ବା ? ଏଭଳି କିଛି ପ୍ରଶ୍ନ ଜାତୀୟ ଓ ରାଜ୍ୟ ରାଜନୀତିରେ ଉଠିବାରେ ଲାଗିଛି । ଏହି ଚର୍ଚ୍ଚା ବାହାରୁ ନୁହେଁ ବିଜୁ ଜନତା ଦଳର ଶୀର୍ଷ ନେତାଙ୍କ ମତ ଓ ମନ୍ତବ୍ୟକୁ ସୃଷ୍ଟି ହୋଇଛି । ନବୀନଙ୍କ ଉପସ୍ଥିତରେ ଅନ୍ୟ କାହାର ପ୍ରଶଂସା ଆଗରୁ କେବେ ଦେଖିବାକୁ ମିଳିନଥିଲା, ଯାହା ଗତକାଲି ଦେଖିବାକୁ ମିଳିଛି । ମଞ୍ଚ ଥିଲା ସରକାରୀ କାର୍ଯ୍ୟକ୍ରମ ଆମ ଓଡ଼ିଶା ନବୀନ ଓଡିଶା । କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଭିସିରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ତଥା ଆମ ଓଡିଶା ନବୀନ ଓଡିଶା ଭିକେ ପାଣ୍ଡିଆନ, ବିଭିନ୍ନ ଜିଲ୍ଲାରୁ ମନ୍ତ୍ରୀ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ।

ଯାଜପୁରରୁ ଉପସ୍ଥିତ ଥିବା ପ୍ରଣବ ଯାହା କହିଲେ, ତାହା ପୂର୍ବରୁ କେହି କାହା ପାଇଁ ବିଜେଡିରେ କହିନଥିଲେ । ପ୍ରଣବ କହିଥିଲେ ଯେ, ଭିକେ ପାଣ୍ଡିଆନ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପଟ୍ଟଶିଷ୍ୟ । ଯାହା ପୁଅ କରିପାରିବ ନାହିଁ ତାହା ଜଣେ ପଟ୍ଟଶିଷ୍ୟ କରିପାରିବ । ଯାହା ଆପଣ ମୁଖ୍ୟମନ୍ତ୍ରୀ, ଓଡିଶା, ଶ୍ରୀମନ୍ଦିର ଓ ଯାଜପୁର ପାଇଁ କରିଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମୁଖ୍ୟମନ୍ତ୍ରୀ କଥା କମ, କାମ ଅଧିକ କରିବାକୁ କୁହନ୍ତି । କିନ୍ତୁ ଆଜି ମୁଁ ଟିକେ ଅଧିକ କହିବି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଠାରୁ ମାଡ଼ ଖାଇବାକୁ ପ୍ରସ୍ତୁତ ଅଛି ।

ଅଧିକ ପଢନ୍ତୁ- ବିଜେଡିକୁ ବିଦ୍ରୋହ ଭୟ ! ବ୍ୟାକଫୁଟରେ ସୁପ୍ରିମୋ; ଆକ୍ସନ ନୁହେଁ, ତୁଷ୍ଟିକରଣ ରାସ୍ତାରେ ଦଳ

ଏହା ସହିତ 2012/13 ମସିହା କଥା ମନେ ପକାଇଛନ୍ତି ପ୍ରଣବ । ମୁଖ୍ୟମନ୍ତ୍ରୀଙ୍କୁ ଭିକେ ପାଣ୍ଡିଆନ ପଚାରିଥିଲେ ଆପଣଙ୍କୁ କଣ କରିବାକୁ ଭଲ ଲାଗେ । ସେତେବେଳେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡିଶା ଓ ଓଡ଼ିଆଙ୍କ ପାଇଁ କାମ କରିବାକୁ ମୋତେ ଭଲ ଲାଗେ । ତାପରେ ଆମେ ଲୋକସେବା ଭବନ ଆସିଥିଲେ । ସେତେବେଳେ ପାଣ୍ଡିଆନ ପ୍ରଣବଙ୍କୁ କହିଥିଲେ, ବବି ବାବୁ ମୁଁ ଯେଉଁ ବସଙ୍କୁ ଖୋଜୁଥିଲି ମୋତେ ମିଳି ଯାଇଛନ୍ତି । ତାଙ୍କ ନିର୍ଦ୍ଦେଶରେ ଲୋକଙ୍କ ପାଇଁ କାମ କରିବି । ଯାହାଙ୍କ ପ୍ରତିଶ୍ରୁତି ଓ ଲକ୍ଷ୍ୟ ସ୍ଥିର । ଯେଉଁଦିନ ମୋତେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ କହିଦେବେ ସେହିଦିନ ମୁଁ ବିଲରେ ଜାଇ ଚାଷ କରିବି । ମୁଁ ଏଠି ଆଉ କାମ କରିବି ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ହେଉଛି ମୋତେ ଦିଲ୍ଲୀ ଯିବାର ନାହିଁ । ବିଜୁ ବାବୁଙ୍କ ସ୍ବପ୍ନକୁ ପୂରଣ କାରିବା ଲାଗି ଜୀବନ ଉତ୍ସର୍ଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 11, 2023, 7:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.