ETV Bharat / state

ବିଜେଡିକୁ ବିଦ୍ରୋହ ଭୟ ! ବ୍ୟାକଫୁଟରେ ସୁପ୍ରିମୋ; ଆକ୍ସନ ନୁହେଁ, ତୁଷ୍ଟିକରଣ ରାସ୍ତାରେ ଦଳ

author img

By

Published : Jun 1, 2023, 8:21 PM IST

ବିଜେଡିକୁ ବିଦ୍ରୋହ ଭୟ! ବ୍ୟାକଫୁଟରେ ସୁପ୍ରିମୋ; ଆକ୍ସନ ନୁହେଁ, ତୁଷ୍ଟିକରଣ ରାସ୍ତାରେ ଦଳ
ବିଜେଡିକୁ ବିଦ୍ରୋହ ଭୟ! ବ୍ୟାକଫୁଟରେ ସୁପ୍ରିମୋ; ଆକ୍ସନ ନୁହେଁ, ତୁଷ୍ଟିକରଣ ରାସ୍ତାରେ ଦଳ

ଆଗାମୀ ଦିନରେ ବିଜେଡିରେ ସୃଷ୍ଟି ହେବ କି ବଡ ବିସ୍ଫୋରଣ ? ବିଦ୍ରୋହ କରିଦେବେ କି ନେତାଏ ? ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ବିଜେଡି ହାଇକମାଣ୍ଡ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବ୍ୟାକଫୁଟରେ ଅଛନ୍ତି ବିଜେଡି ଥିଙ୍କଟ୍ୟାଙ୍କ୍ । ଯଦି ଦଳରେ ବିଦ୍ରୋହ ହୁଏ, ତେବେ ଫାଇଦା ଉଠାଇପାରନ୍ତି ବିରୋଧୀ । ଅଧିକ ପଢନ୍ତୁ

ବିଜେଡିକୁ ବିଦ୍ରୋହ ଭୟ! ବ୍ୟାକଫୁଟରେ ସୁପ୍ରିମୋ; ଆକ୍ସନ ନୁହେଁ, ତୁଷ୍ଟିକରଣ ରାସ୍ତାରେ ଦଳ

ଭୁବନେଶ୍ବର: ଉତ୍ତରରୁ ଦକ୍ଷିଣ । ଉପକୂଳରୁ ପଶ୍ଚିମ । ସବୁଠି ବିଜେଡି ସଂଗଠନରେ ଫାଟ । ଗୋଟିଏ ନିର୍ବାଚନ ମଣ୍ଡଳୀରେ ସୃଷ୍ଟି ହୋଇଛନ୍ତି ଏକାଧିକ ଦାବିଦାର । ତେଣୁ ଦଳକୁ ଘାରିଛି ବିଦ୍ରୋହର ଭୟ । ଖାସ ସେହି ବିଦ୍ରୋହ ଯୋଗୁଁ ଧାମନଗରରେ ବିଜେଡିକୁ ସମ୍ନା କରିବାକୁ ପଡିଥିଲା ପରାଜୟ । ଯାହାକୁ ନେଇ ଏବେବି ବ୍ୟାକଫୁଟରେ ଅଛନ୍ତି ବିଜେଡି ସୁପ୍ରିମୋ । କାରଣ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ଆସିଲେ ଆକ୍ସନ ନେଉଥିବା ବିଜେଡି ଏବେ ତୁଷ୍ଟିକରଣ ରାସ୍ତାରେ ।

ଏହାବି ପଢନ୍ତୁ- Mission 2024: ସଂଗଠନ ନକଲେ ବିଜେଡି ଉପରେ ପଡିବନି ବିଜେପି ପ୍ରଭାବ !

ମନ୍ତ୍ରୀ ପଦ ଓ ଅନ୍ୟାନ୍ୟ କାରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ପଶ୍ଚିମ ଓଡିଶାର ବିଜେଡିର ଟାଣୁଆ ନେତା ସୁଶାନ୍ତ ସିଂ । ସୁଶାନ୍ତଙ୍କ ସମର୍ଥନରେ ଥିବା ଦୁଇ ଜିଲ୍ଲାର ଯୁବ ସଭାପତି ଦଳ ବିରୋଧରେ ବିଷୋଦଗାର କରିବାକୁ ପଛେଇ ନଥିଲେ । ଦରକାର ପଡିଲେ ସମୂହ ଇସ୍ତଫା ଦେବେ ବୋଲି ଗଣମାଧ୍ୟମରେ ଖୁଲମଖୁଲା କହିଥିଲେ ।

ସେହିପରି ଉପକୂଳର ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ଦଳୀୟ କାର୍ଯ୍ୟକ୍ରମରେ ଅସନ୍ତୋଷ କାହାକୁ ଅଛପା ନାହିଁ । ସେହିପରି ଗତ ପୌର ନିର୍ବାଚନରେ ଭଦ୍ରକରେ ଦଳୀୟ ପ୍ରାର୍ଥୀ ବଦଳରେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ବିଜୟ କରାଇଥିଲେ ବିଜେଡି ନେତା ଅସିତ ପଟ୍ଟନାୟକ । ବିଜେଡିରେ ବିଦ୍ରୋହ ନେଇ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ଯେ, ବିଜେଡିରେ ବିଦ୍ରୋହ ନୂଆ ନୁହେଁ । ପୂର୍ବରୁ ନବୀନଙ୍କ ବିରୋଧରେ ଯାଇଥିବା ନେତାଙ୍କୁ ଦଳ ବୁଝେଇ ଟିକେଟ ଦେଇଥିଲା । ନବୀନଙ୍କ ନେତୃତ୍ବକୁ ନୁହେଁ ଏବେ ଦଳର ପରିଚାଳକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ଦଳୀୟ ନେତା । ବିରୋଧୀ ଦଳ ନୁହେଁ, ଦଳୀୟ କାର୍ଯ୍ୟାନୁଷ୍ଠାନ ସମ୍ନା କରିଥିବା ଗୋପାଳପୁର ବିଧାୟକ ଦଳକୁ ଅଧିକ କ୍ଷତି ପହଞ୍ଚାଉଛନ୍ତି । ସଂଗଠନ ଯୁକ୍ତ ସଞ୍ଜୟ ଓ ସୁଶାନ୍ତଙ୍କ ବିରୋଧରେ ବିଜେଡି ଆକ୍ସନ ନେବା ବଦଳରେ ମନେଇବାକୁ ଚେଷ୍ଟା କରିଛି ।

ଆଗାମୀ ଦିନରେ ବିଜେଡିରେ ସୃଷ୍ଟି ହେବ କି ବଡ ବିସ୍ଫୋରଣ । ବିଦ୍ରୋହ କରିଦେବେ କି ନେତା । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ବିଜେଡି ହାଇକମାଣ୍ଡ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବ୍ୟାକଫୁଟରେ ଅଛନ୍ତି ବିଜେଡି ଥିଙ୍କ ଟ୍ୟାଙ୍କ । ଯଦି ଦଳରେ ବିଦ୍ରୋହ ହୁଏ, ତେବେ ଫାଇଦା ଉଠାଇପାରନ୍ତି ବିରୋଧୀ । ଧାମନଗର ଉପନିର୍ବାଚନରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇସାରିଛି । ବିଦ୍ରୋହ ଯୋଗୁଁ ବିଜେଡିକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଆଉ ବର୍ତ୍ତମାନ ସ୍ଥିତିରେ ବିଜେଡି ସଂଗଠନ ଭାଗ ଭାଗ ହୋଇ ରହିଛି । ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ; ସବୁଠି ରହିଛି ବିଜେଡି ସଂଗଠନରେ ଫାଟ । ଗୋଟିଏ ନିର୍ବାଚନ ମଣ୍ଡଳୀରେ ସୃଷ୍ଟି ହୋଇଛନ୍ତି ଏକାଧିକ ଦାବିଦାର । ଯାହାକୁ ନେଇ ଟେନ୍ସନରେ ଟିମ ନବୀନ । ହେଲେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛ ଘୁଞ୍ଚା ଦେଉଛି ଦଳ । ବିଭିନ୍ନ କାରଣରୁ ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ତୁଷ୍ଟିକରଣ ଉପରେ ଜୋର ଦେଉଛି ଦଳ । ଅନ୍ୟପଟେ ଦଳରେ ବିଦ୍ରୋହ ନଥିବା କହିଛନ୍ତି ମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.