ETV Bharat / state

କୋଭିଡ ବେଳେ ବାତିଲ ଯୁକ୍ତ ଦୁଇ ପରୀକ୍ଷା ଅର୍ଥ ଫେରାଇବାକୁ ନିର୍ଦ୍ଦେଶ

author img

By

Published : Aug 1, 2023, 8:02 AM IST

ବାତିଲ ଯୁକ୍ତ ଦୁଇ ପରୀକ୍ଷା ଅର୍ଥ ଫେରାଇବାକୁ ନିର୍ଦ୍ଦେଶ
ବାତିଲ ଯୁକ୍ତ ଦୁଇ ପରୀକ୍ଷା ଅର୍ଥ ଫେରାଇବାକୁ ନିର୍ଦ୍ଦେଶ

କୋଭିଡ ସମୟରେ ବାତିଲ ଯୁକ୍ତ ଦୁଇ ପରୀକ୍ଷା ବାବଦକୁ ସଂଗ୍ରହ ଅର୍ଥ ଫେରାଉ ନାହାନ୍ତି କଲେଜ । ତୁରନ୍ତ ଫେରସ୍ତ ପାଇ ନିର୍ଦ୍ଦେଶ ଦେଲା CHSE । ଅଧିକ ପଢନ୍ତୁ


ଭୁବନେଶ୍ବର: କୋଭିଡ ସମୟରେ ଯୁକ୍ତ ଦୁଇ ପରୀକ୍ଷା ହେଲା ନାହିଁ । ହେଲେ ଏହି ପରୀକ୍ଷା ବାବଦକୁ ସଂଗ୍ରହ ଅର୍ଥରାଶି ଫେରାଇବାକୁ ନାରାଜ କଲେଜ କର୍ତ୍ତୃପକ୍ଷ । କୋଭିଡ ବେଳେ ପରୀକ୍ଷା ବାତିଲ ହୋଇଥିବା ବେଳେ ତୁରନ୍ତ ଅର୍ଥ ଫେରସ୍ତ କରିବାକୁ ୨୯୦ କଲେଜକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଅର୍ଥ ଫେରସ୍ତ ନକଲେ ଫର୍ମ ପୂରଣ ସମୟରେ ଲିଙ୍କ ପ୍ରଦାନ ନକରିବାକୁ CHSE ଚେତାବନୀ ଦେଇଛି ।

କୋଭିଡ ବେଳେ ବାତିଲ ପରୀକ୍ଷା ଅର୍ଥ ଫେରାଇବାକୁ ନାରାଜ କଲେଜ
କୋଭିଡ ବେଳେ ବାତିଲ ପରୀକ୍ଷା ଅର୍ଥ ଫେରାଇବାକୁ ନାରାଜ କଲେଜ
ଏହାମଧ୍ୟ ପଢନ୍ତୁ: OCS Result Out: ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା2021 ମସିହା କୋଭିଡ ସମୟରେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଅର୍ଥ ନେଇଥିଲା କଲେଜ । ଥିଓରୀ ପେପର ପାଇଁ 40 ଟଙ୍କା ନିଆଯାଇଥିବା ବେଳେ ପ୍ରତ୍ୟେକ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପେପର ପାଇଁ 30 ଟଙ୍କା ସଂଗ୍ରହ କରାଯାଇଥିଲା । କିନ୍ତୁ ସାରା ଦେଶରେ ମହାମାରୀ ପାର୍ଦୁଭାବ ଯୋଗୁଁ ପରୀକ୍ଷା ବାତିଲ ହୋଇଥିଲା । ପରେ ଏହି ସମସ୍ତ ଅର୍ଥ ଫେରସ୍ତ କରିବାକୁ ଦୁଇ ଦୁଇଥର କଲେଜଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା । ତଥାପି କଲେଜ କର୍ତ୍ତୃପକ୍ଷ ଅର୍ଥ ଫେରସ୍ତ କରିବାକୁ ନାରାଜ । ଆଜି ପର୍ଯ୍ୟନ୍ତ ପରୀକ୍ଷା ବାବଦ ଟଙ୍କା ଫେରସ୍ତ କରାଯାଇ ନାହିଁ ।

ଏହାମଧ୍ୟ ପଢନ୍ତୁ: କାଲିଠୁ ଏକାଦଶ ପାଠପଢା, ରାଗିଂମୁକ୍ତ କ୍ୟାମ୍ପସ ପାଇଁ ପ୍ରୟାସ

ବର୍ତ୍ତମାନ ପୁଣିଥରେ ଉକ୍ତ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । onlinesbi.sbi ଜରିଆରେ ଅର୍ଥ ଫେରସ୍ତ କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ଅର୍ଥ ଫେରସ୍ତ ନକରନ୍ତି ତାହାହେଲେ ଆଗାମୀ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାର ଫର୍ମ ପୂରଣ ସମୟରେ ଲିଙ୍କ ପ୍ରଦାନ ନକରିବାକୁ ପରିଷଦ ବାଧ୍ୟ ହେବ ବୋଲି 290 କଲେଜକୁ ଚେତାବନୀ ଦେଇଛି ।

ଏହାମଧ୍ୟ ପଢନ୍ତୁ: OCS Rank holder Reaction: 'ପାଠପଢା ସହିତ ଦୃଢ ମନୋବଳ ରଖନ୍ତୁ'
ସୂଚନା ଅନୁଯାୟୀ, 2021 ମସିହାରେ କୋଭିଡ ମହାମାରୀ ସମୟରେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସମେତ ଅନାନ୍ୟା ଶ୍ରେଣୀର ପରୀକ୍ଷା ବାତିଲ କରାଯାଇଥିଲା । ସେହି ସମୟରେ ହଜାର ହଜାର ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲ । ଚାରିଆଡେ ମହାମାରୀ ଆତଙ୍କ ଖେଳି ଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ସମସ୍ତ ପରୀକ୍ଷା ବାତିଲ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.