OCS Rank holder Reaction: 'ପାଠପଢା ସହିତ ଦୃଢ ମନୋବଳ ରଖନ୍ତୁ'

By

Published : Jul 31, 2023, 9:19 PM IST

thumbnail

ଭୁବନେଶ୍ବର: ଓଡିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୧ରେଜଲ୍ଟ ଆଜି ପ୍ରକାଶ ପାଇଥିବା ବେଳେ ୪୩୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି  । ତେବେ ଚଳିତ ବର୍ଷ ଆଗରେ ରହିଛନ୍ତି ପୁଅ । ସୁଦେବ ପୃଷ୍ଟି OAS ଟପ୍ପର ହୋଇଛନ୍ତି । ତେବେ କୃତକାର୍ଯ୍ୟ ହେବାପରେ ରାଙ୍କଧାରୀମାନେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି । ଏନେଇ ୨୪୫ ରାଙ୍କଧାରୀ ଅମିତ ନାୟକ କହିଛନ୍ତି ଯେ ପାଠପଢା ସହିତ ଦୃଢ ମନୋବଳ ରଖିବା ଆବଶ୍ୟକ । ଏହି ପରୀକ୍ଷା ଲାଗି ଏହି ୨ଟି ଜିନିଷ ନିହାତି ଆବଶ୍ୟକ । ଏହାସହିତ ସେ ପରୀକ୍ଷାରେ କୃତକାର୍ଯ୍ୟ ପାଇଁ ନିଜ ଶିକ୍ଷକ ଓ ପରିବାରକୁ ସଫଳତାର ଶ୍ରେୟ ଦେଇଛନ୍ତି । ସେହିପରି ୪୫ ରାଙ୍କଧାରୀ ସମୀକ୍ଷା ମହାପାତ୍ର ପରିବାର, ସିନିୟର ଓ ନିଜ ସହପାଠୀମାନଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି । ୭୮ ରାଙ୍କଧାରୀ ସୌମ୍ୟା ସୁଦିପ୍ତା ସ୍ବାଇଁ ନିଜର ଖୁସିବ୍ୟକ୍ତ କରିବା ସହ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଛନ୍ତି । ପ୍ରଥମେ ସିଲାବସକୁ ବୁଝିବା ପରେ ଏହା ଉପରେ ପରିଶ୍ରମ କରିବା ଉଚିତ ବୋଲି ସେ କହିଛନ୍ତି । ବିଶେଷ ଭାବରେ ପ୍ରତିଦିନ ଖବର ସହିତ ଜଡ଼ିତ ହେବା ଲାଗି ସେ ପରୀକ୍ଷାର୍ଥୀଙ୍କୁ କହିଛନ୍ତି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.