ETV Bharat / state

OCS Result Out: ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Jul 31, 2023, 3:13 PM IST

Updated : Jul 31, 2023, 4:21 PM IST

OCS Result Out
OCS Result Out

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୧ ରେଜଲ୍ଟ । ଅଧିକ ପଢନ୍ତୁ

ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୧ ରେଜଲ୍ଟ । OPSC ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଟପ୍ପର ହୋଇଛନ୍ତି ସୁଦେବ କୁମାର ପୃଷ୍ଟି । ଦ୍ବିତୀୟ ସ୍ଥାନରେ ସୁଚିସ୍ମିତା ପାଣିଗ୍ରୀହ ଓ ତୃତୀୟ ଟପ୍ପର ହୋଇଛନ୍ତି ପ୍ରଣବ ରଞ୍ଜନ ସାହୁ । ଟପ୍‌ ୧୦ଜଣଙ୍କ ମଧ୍ୟରେ ୫ ଜଣ ପୁଅ ଓ ୫ଜଣ ଝିଅ ରହିଛନ୍ତି । ୧୬୪ ମହିଳାଙ୍କ ସମେତ ୪୩୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

  • ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ସରକାରୀ ସୁବିଧାସୁଯୋଗକୁ ତୃଣମୂଳସ୍ତରରେ ପହଞ୍ଚାଇ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସମସ୍ତେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ। ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

    — Naveen Patnaik (@Naveen_Odisha) July 31, 2023 " class="align-text-top noRightClick twitterSection" data=" ">

ଏପଟେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କୃତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, " ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ସରକାରୀ ସୁବିଧା ସୁଯୋଗକୁ ତୃଣମୂଳସ୍ତରରେ ପହଞ୍ଚାଇ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସମସ୍ତେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ। ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।"

OCS Result Out
ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୧ ରେଜଲ୍ଟ

ତାଲିକାର ଟପ୍‌ ୨୦ ମଧ୍ୟରେ ୯ ଜଣ ଝିଅ ରହିଛନ୍ତି । ସୂଚନା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର ଲିଖିତ ପରୀକ୍ଷା ୨୦୨୩ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୧୮ ତାରିଖ ମଧ୍ୟରେ ହୋଇଥିଲା । ସେହିପରି ଜୁଲାଇ ୧୫ ତାରିଖରୁ ୨୫ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଇଣ୍ଟରଭ୍ୟୁ । ପ୍ରଥମ ସ୍ଥାନରେ ସୁଦେବ କୁମାର ପୃଷ୍ଟି ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ସୁଚିସ୍ମିତା ପାଣିଗ୍ରାହୀ, ୩ୟ ସ୍ଥାନରେ ପ୍ରଣବ ରଞ୍ଜନ ସାହୁ, ୪ର୍ଥ ସ୍ଥାନରେ ବୈଶାଖୀ ଲେଙ୍କା, ପଞ୍ଚମ ସ୍ଥାନରେ ଶ୍ବେତାଲିନା ମହାଣ, ୬ଷ୍ଠ ସ୍ଥାନରେ ଅଗ୍ନିଜା ସିବାଦତ, ୭ମ ସ୍ଥାନରେ ସନ୍ତୋଷ କୁମାର ପାତ୍ର, ଅଷ୍ଟମ ସ୍ଥାନରେ ମୀନାନ୍ସା ସାହୁ, ୯ମରେ ବିନ୍ଦୁ ବଳୟ ରାଉତରାୟ ଓ ୧୦ମ ସ୍ଥାନରେ ରହିଛନ୍ତି ସୌମ୍ୟରଞ୍ଜନ ମହାପାତ୍ର ।

ସେହିପରି ୧୧ ତମ ସ୍ଥାନରେ ସଂଗ୍ରାମ ମିଶ୍ର, ୧୨ ତମ ସ୍ଥାନରେ ଜୟଜିତ୍ ଧଲ, ୧୩ ତମ ସ୍ଥାନରେ ସୌମ୍ୟ ସୁଭମ ପାଣି, ୧୪ ତମ ସ୍ଥାନରେ ମଧୁସ୍ମିତା ସାମଲ, ୧୫ ତମ ସ୍ଥାନରେ ସ୍ୱାଗତିକା ମହାନ୍ତି, ୧୬ ତମ ସ୍ଥାନରେ ସୁମନ ଘୋଷ, ୧୭ ତମ ସ୍ଥାନରେ ଦେବସ୍ମିତା ମଲ୍ଲିକ, ୧୮ ତମ ସ୍ଥାନରେ ପ୍ରତୀକ କର, ୧୯ ତମ ସ୍ଥାନରେ ଲିପ୍ସା ଭାରତୀ, ୨୦ତମ ସ୍ଥାନରେ ଭର୍ତ୍ତୃହରି ଭୂୟାଁ ରହିଛନ୍ତି ।

ଏହା ବି ପଢନ୍ତୁ- OCS ଟପ୍ପରଙ୍କ ମୁହଁରୁ ସଫଳତାର କାହାଣୀ, ଆଗାମୀ ପିଢିଙ୍କୁ ଦେଲେ ଗୁରୁମନ୍ତ୍ର

ସୂଚନା ଥାଉ କି ଓଡିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୦ରେ ଟପ୍ପର ହୋଇଥିଲେ ତେଜସ୍ବିନୀ ବେହେରା । ସେହିପରି ଦ୍ବିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଷ୍ଣା ଓ ୩ୟ ସ୍ଥାନରେ ରହିଥିଲେ ସୃଷ୍ଟି ଶତପଥୀ । ତେବେ ପୂର୍ବ ବର୍ଷ ପ୍ରଥମ ୩ଟି ସ୍ଥାନରେ ଝିଅ ରହିଥିଲେ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୦ରେ ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୭ଜଣ ଝିଅ ଓ ୩ଜଣ ପୁଅ ରହିଥିଲେ । ୩୯୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ୧୪୮ ଜଣ ରହିଥିଲେ ଝିଅ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jul 31, 2023, 4:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.