ETV Bharat / state

ଟାଙ୍ଗୀରେ ଗ୍ରାମ୍ୟ ନ୍ୟାୟାଳୟ ଉଦଘାଟିତ, ଏଣିକି ସୁଗମ ହେବ ଦୁର୍ଗମ ଅଞ୍ଚଳରେ ନ୍ୟାୟିକ ବ୍ୟବସ୍ଥା

author img

By ETV Bharat Odisha Team

Published : Sep 3, 2023, 9:05 PM IST

ଗ୍ରାମ ନ୍ୟାୟାଳୟ କୋର୍ଟ ବିଲ୍ଡିଂ ଉଦଘାଟନ କଲେ  ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର
ଗ୍ରାମ ନ୍ୟାୟାଳୟ କୋର୍ଟ ବିଲ୍ଡିଂ ଉଦଘାଟନ କଲେ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର

ଗ୍ରାମ ନ୍ୟାୟାଳୟ କୋର୍ଟ ବିଲ୍ଡିଂ ଉଦଘାଟନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ଅଧିକ ପଢ଼ନ୍ତୁ

ଗ୍ରାମ ନ୍ୟାୟାଳୟ କୋର୍ଟ ବିଲ୍ଡିଂ ଉଦଘାଟନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର

ଖୋର୍ଦ୍ଧା: ଟାଙ୍ଗୀଠାରେ ଗ୍ରାମ ନ୍ୟାୟାଳୟ ଲୋକାର୍ପିତ ହୋଇଛି । ଏହି କୋର୍ଟକୁ ଲୋକାର୍ପିତ କରିଛନ୍ତି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତଳପତ୍ର । ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର, ହାଇକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ନୂତନ କୋର୍ଟ ପରିଦର୍ଶନ କରିଥିଲେ । ଗ୍ରାମ ନ୍ୟାୟାଳୟ ଲୋକାର୍ପିତ ହେବାପରେ ସଭାକାର୍ଯ୍ୟ ପ୍ରାରମ୍ଭ କରାଯାଇଥିଲା । ସିଭିଲ ଜଜ୍‌ ଜୁନିୟର ଡିଭିଜନ ଭୁବନେଶ୍ବର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ପରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଜିଲ୍ଲା ବିଚାରବିଭାଗୀୟ ମାଜିଷ୍ଟ୍ରେଟ ନିଶିତ କୁମାର ନିଶଙ୍କ ।

ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର କହିଛନ୍ତି, "କୋର୍ଟ ହେଉଛି ନ୍ୟାୟର ମନ୍ଦିର । ମନ୍ଦିରକୁ ଯଇ ଯେପରି ଦେବାଦେବୀଙ୍କ ଉପରେ ଯେପରି ଅଖଣ୍ଡ ବିଶ୍ବାସ ରଖାଯାଇଥାଏ ସେହିପରି କୋର୍ଟର ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ବାସ ରଖିବାର ଆବଶ୍ୟକତା ରହିଛି । ସାଧାରଣ ଗରିବ ଓ ନିରୀହ ଲୋକ ଯେପରି ହାତ ପାହାନ୍ତାରେ ଉପଯୁକ୍ତ ନ୍ୟାୟ ପାଇ ପାରିବ ସେଥିପ୍ରତି ଓକିଲ ଏବଂ ଜଜ୍‌ମାନେ ଯତ୍ନବାନ ହେବା ଉଚିତ ।"

ତେବେ ସୂଚନା ଅନୁଯାୟୀ, ଗ୍ରାମ୍ୟ କୋର୍ଟ ସ୍ଥାପନ ପରେ ଟାଙ୍ଗୀ ବ୍ଲକ ଜଙ୍କିଆ ଥାନା ଅଧିନସ୍ଥ କମାଗୁରୁ, ଅଚ୍ୟୁତପୁର ପାଟଣା, ସରପାରୀ, ଟାଙ୍କୋଳ, ଛଣଗିରି ଓ ଓଳାସିଂହ ପଞ୍ଚାୟତ ଏହି ଅଦାଲତ ଦ୍ବାରା ଉପକୃତ ହେବ । ତେବେ ଏହି ସବୁ ପଞ୍ଚାୟତ କୋର୍ଟର ପରିସରଭୁକ୍ତ କରିବା ପାଇଁ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଟାଙ୍ଗୀ ଲୟର୍ସ ବାର ଆସୋସିଏସନ । ଗ୍ରାମାଞ୍ଚଳରେ ନ୍ୟାୟର ବ୍ୟବସ୍ଥା ନଥିବା କାରଣରୁ ଲୋକେ ସହରକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହୋଇଛନ୍ତି । ଫଳରେ ଗରିବ ଲୋକେ ନ୍ୟାୟ ମାଗିବାକୁ ଯିବାକୁ ସଙ୍କୋଚ କରୁଥିବା ଅସୋସିଏସନ ମତପୋଷଣ କରିଥିଲା ।

ଏହା ବି ପଢନ୍ତୁ..ଗ୍ରାମୀଣ ନ୍ୟାୟାଳୟ ଓ VWDC ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କଲେ ମୁଖ୍ୟ ବିଚାରପତି

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ବିଚାରପତି, ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଉପ ଜିଲ୍ଲାପାଳ, ଟାଙ୍ଗୀ ତହସିଲଦାର, ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ, ଟାଙ୍ଗୀ ପୋଲିସ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଯୋଗ ଦେଇଥିଲେ । ଏହାସହ ଟାଙ୍ଗୀ ଲୟର୍ସ ବାର ଆସୋସିଏସନର ନିମନ୍ତ୍ରିତରେ ଭୁବନେଶ୍ବର ବାର ଆସୋସିଏସନ, କ୍ୟାପିଟାଲ ବାର ଆସୋସିଏସନ, ଖୋର୍ଦ୍ଧା ବାଣପୁର, ଚିଲିକା, ଜଟଣୀ ବାର ଆସୋସିଏସନ ସଦସ୍ୟ ଯୋଗ ଦେଇଥିଲେ ।
ଏହା ବି ପଢନ୍ତୁ.. ପୁଣିଥରେ ହେବ ମାଳିପର୍ବତ ଜନଶୁଣାଣି , ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକୁ ସ୍ଵାଗତ

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.